କମ୍ପାନୀ ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ: ରାସ୍ତା ଅବରୋଧ, ଚାପା ଉତ୍ତେଜନା

ବରଗଡ଼ ଅଫିସ,୨୦।୯: ବରଗଡ଼ ସହର ଉପକଣ୍ଠ ହଲଦୀପାଲି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବେଦାନ୍ତ କମ୍ପାନୀର ଏକ ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ, ବରଗଡ଼ ସଦର ଥାନା ଅନ୍ତର୍ଗତ ଗୁଡେଶିରା ଗ୍ରାମର ଅଲେଖ ହରିପାଲ (୬୦) । ସେ ନିଜ ଗୋରୁଙ୍କ ପାଇଁ ସାଇକେଲରେ ଘାସ ବୋଝେଇ କରି ରାସ୍ତା ଅତିକ୍ରମ କରୁଥିବା ସମୟରେ ବେଦାନ୍ତ କମ୍ପାନୀର ଏକ ବଲକର୍‌ ଗାଡି ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଲେଖ ଜଣେ ଦିନ ମଜୁରିଆ ଏବଂ ତାଙ୍କ ଉପରେ ପରିବାରର ଲୋକେ ନିର୍ଭର କରି ଆସୁଥିଲେ। ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ହଲଦୀପାଲି ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାଶର୍‌ବରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ହଲଦୀପାଲି ଛକ ନିକଟରେ ରାସ୍ତା ଉପରେ ଲମ୍ବା ଧାଡିରେ ବେଦାନ୍ତ କମ୍ପାନୀର ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ଛିଡା ହୋଇ ରହୁଛି ଏବଂ ଟ୍ରାଫିକ ସମସ୍ୟା ଉପୁଜୁଛି। ଏ ନେଇ ସ୍ଥାନୀୟ ଲୋକେ ବାରମ୍ବାର ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉ ନଥିବାରୁ ଅସନ୍ତୋଷ ବଢି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ପିଡିଏସିକୁ ଡର

ଯାଜପୁର ଅଫିସ,୫।୬:ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି) ବୈଠକ...

ପ୍ରଥମ ଦିନରେ ୨୭ଜଣଙ୍କୁ ଧରିଲା ଡ୍ରୋନ୍‌

ଭୁବନେଶ୍ୱର, ୨୮-୮(ବ୍ୟୁରୋ):ରାଜଧାନୀର ରବୀନ୍ଦ୍ର ମଣ୍ଡପ-ବିମାନବନ୍ଦର ରାସ୍ତାକୁ କମିଶନରେଟ ପୋଲିସ ‘ନୋ ଓଭରଟେକିଂ ଜୋନ୍‌’ ଭାବେ ଘୋଷଣା କରିବା ସହ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ପ୍ରଥମଥର...

ସରକାରଙ୍କ ତ୍ରୁଟି : ପିଲା ଯିବେ କୁଆଡ଼େ

ଭୁବନେଶ୍ୱର,୩୦ା୯: ରାଜ୍ୟରେ ଭୁଶୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଲାଗି ଗୋଟିଏ ପଟେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା କହୁଛନ୍ତି। ଅନ୍ୟପଟେ ସରକାରଙ୍କ ତ୍ରୁଟି...

ହାଇକୋର୍ଟର ନୂଆ ୱେବ୍‌ସାଇଟ୍‌ ଉଦ୍‌ଘାଟିତ

କଟକ ଅଫିସ,,୧୭ା୧୨: ଓଡ଼ିଶା ହାଇକୋର୍ଟର ନୂତନ ୱେବ୍‌ସାଇଟ୍‌ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ.ଏସ୍‌. ଝାବେରୀ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହି...

ଜୀବନ ନେଉଛି ‘ଅଗ୍ନିପଥ’

ନୂଆଦିଲ୍ଲୀ/ହାଇଦ୍ରାବାଦ/ଭୁବନେଶ୍ୱର(ବ୍ୟୁରୋ),୧୮ା୬: ଭାରତୀୟ ସେନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ‘ଅଗ୍ନିପଥ’ ଯୋଜନା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ମୁଣ୍ଡ ଟେକିଥିବା ଆନ୍ଦୋଳନ କ୍ରମଶଃ ହିଂସ୍ର ହେବାରେ ଲାଗିଛି।...

କରୋନାକୁ ନେଇ ବାରୁଣୀ ସ୍ନାନ ବନ୍ଦ: ପୂଜାର୍ଚ୍ଚନା ଲାଗି ପୀଠରେ ରହିବେ ୫ଜଣ, ଶ୍ରଦ୍ଧାଳୁଙ୍କ ସମାଗମକୁ ରୋକିବା ଲାଗି ବ୍ୟାପକ ବ୍ୟବସ୍ଥା

ପୁରୁଷୋତ୍ତମପୁର,୧୮।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟଠାରେ ବୁଧବାର ତହସିଲଦାର ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା...

ଚାଷୀଙ୍କୁ ଆବଶ୍ୟକ ସାର ଦେବାକୁ କଂଗ୍ରେସର ଦାବି

ଭୁବନେଶ୍ୱର,୨୫।୮(ବ୍ୟୁରୋ): ସାରା ରାଜ୍ୟରେ ଅନୁକୂଳ ପାଣିପାଗ ଥିବା ଯୋଗୁ ଚାଷ ପାଇଁ ୟୁରିଆସାରର ଯଥେଷ୍ଟ ଚାହିଦା ରହିଛି। କିନ୍ତୁ ସରକାରଙ୍କ ପକ୍ଷରୁ ୟୁରିଆ ଯୋଗାଣ କ୍ଷେତ୍ରରେ...

ବାର୍ଷିକ ବିପର୍ଯ୍ୟୟ ରିଲିଫ୍‌ ୧୧ ଶହ କୋଟି

ନୂଆଦିଲ୍ଲୀ,୨୯ା୮(ଆଇଏଏନ୍‌ଏସ୍‌) ଓଡ଼ିଶା ପ୍ରତି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭୟ ସବୁବେଳେ ରହିଆସିଛି। ରାଜ୍ୟବାସୀ ପ୍ରତିବର୍ଷ ଏକାଧିକ ବିପର୍ଯ୍ୟୟକୁ ସାମ୍ନା କରିଆସୁଥିବାବେଳେ ଓଡ଼ିଶା...

Advertisement
Archives

Model This Week