ବାର୍‌କୁ ବିରୋଧ, ଥାନାରେ ମାମଲା

ବରଗଡ଼ ଅଫିସ୍‌,୨୦।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲିକ୍ୟାମ୍ପ ଛକରେ ଏକ ବାର୍‌ (ଅନ୍‌ ସପ୍‌ ମଦ ଦୋକାନ)କୁ ବିରୋଧ ସତ୍ତ୍ବେ ଖୋଲିବାକୁ ଉଦ୍ୟମ କରାଯିବା ଘଟଣାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ବାର୍‌କୁ ବିରୋଧ କରି ଶନିବାର ଆନ୍ଦୋଳନକୁ ଓହ୍ଲାଇଥିବା ଲୋକଙ୍କ ନାମରେ ପୋଲିସ ମାମଲା ରୁଜୁ କରିବା ପରେ ଅସନ୍ତୋଷ ଦ୍ୱିଗୁଣିତ ହୋଇଛି। ସୋମବାର ସ୍ଥାନୀୟ ଲୋକେ ଏ ନେଇ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ନବୀନ କୁମାର ପଟେଲଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେହିପରି ବାର୍‌ ଖୋଲାଯିବାକୁ ବିରୋଧ କରି ସ୍ଥାନୀୟ ଲୋକେ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆରସି)ଙ୍କ ପାଖରେ ଦାଖଲ କରିଥିବା ପିଟିଶନ ବିଚାରାଧୀନ ଥିବାବେଳେ ସେଠାରେ ବଳପୂର୍ବକ ବାର୍‌ ଖୋଲାଯିବା ପାଇଁ ଚାଲିଥିବା ମସୁଧା ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରକାଶ ଯେ, ଅତାବିରାରେ ବାର୍‌ ଖୋଲିବାରେ ବିଫଳ ହେବା ପରେ ଜଣେ ବ୍ୟବସାୟୀ କିଛି ଅବକାରୀ କର୍ମଚାରୀ ଏବଂ ସ୍ଥାନୀୟ ନେତାଙ୍କୁ ହାତ କରି ରେଙ୍ଗାଲି କ୍ୟାମ୍ପରେ ବାର୍‌ ଖୋଲିବାକୁ ଲାଇସେନ୍ସ ପାଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଓଏଚ୍‌ଆରସି, ଅବକାରୀ କମିଶନର, ଜିଲାପାଳ, ଅବକାରୀ ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଥିଲେ। ଓଏଚ୍‌ଆରସିରେ ଏହି ମାମଲା ଚୂଡ଼ାନ୍ତ ନ ହେଉଣୁ ଶନିବାର ସମ୍ପୃକ୍ତ ବ୍ୟବସାୟୀ ସେଠାରେ ବାର୍‌ ଖୋଲିଥିଲେ। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ବାର୍‌ ସମ୍ମୁଖକୁ ଯାଇ ଧାରଣାରେ ବସି ପ୍ରତିବାଦ କରିଥିଲେ। ସେଠାକୁ ଅବକାରୀ ଅଧିକାରୀମାନେ ପହଞ୍ଚତ୍ଥିଲେ ଏବଂ ସମ୍ପୃକ୍ତ ବାର୍‌ରେ ତାଲା ପକାଇବା ସହିତ ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ବାର୍‌ ବନ୍ଦ ରହିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ହଟିଥିଲା। ଅପରପକ୍ଷେ ଅତାବିରା ପୋଲିସ ଏହି ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଥିବା ୧୧ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହା ଜଣାପଡ଼ିବା ପରେ ଉକ୍ତ ଘଟଣାକୁ ନେଇ ପୁଣି ଆନ୍ଦୋଳନ ତେଜି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ମୁଣ୍ଡରେ ବନ୍ଧୁକ, ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଲେ ନଗଦ ଟଙ୍କା ସହ ସୁନାଅଳଙ୍କାର

ଭଦ୍ରକ,୨୩ା୫(ସନାତନ ରାଉତ): ବାପାଙ୍କ ମୁଣ୍ଡରେ ବନ୍ଧୁକ ଓ ପୁଅ ବେକରେ ଛୁରି ଲଗାଇ ଦୁର୍ବୃତ୍ତ ଲୁଟିନେଇଛନ୍ତି ନଗଦ ୨୫ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର। ଶୁକ୍ରବାର…

ପାଟ୍ରୋଲିଂ ସମୟରେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ, ୩ ଜଣଙ୍କୁ ବାନ୍ଧି ପୋଲିସ କହିଲା…

ତିହିଡ଼ି,୨୩ା୫(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନୂଆନନ୍ଦ -ହାଟୁଆରୀ ଗ୍ରାମ ରାସ୍ତାରେ ଶନିବାର ପୋଲିସ ୨୦. ୫୮ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହ ପୋଲିସ…

ବରଗଡ଼ ସର୍କିଟ୍‌ ହାଉସ୍‌ରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା : ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମନ୍ତ୍ରୀ

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୧୨ ଦିନ ବିତିଯାଇଛି। ହେଲେ ଧାନ ବିକ୍ରିବଟାରେ ଚାଷୀମାନେ ବିଭିନ୍ନ ସମସ୍ୟାର…

ବହୁ ଖୋଜାଖୋଜି ପରେ ମିଳିଲା ବୃଦ୍ଧାଙ୍କ ମୃତଦେହ

ପାଟଣା,୨୩।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦହିବାହାଳୀ ଗ୍ରାମ ପୋଖରୀକୁ ଶୁକ୍ରବାର ସାରେ ଜଣେ ୬୫ବର୍ଷୀୟ ବୃଦ୍ଧ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ରାତିରେ…

ଏଲୋନ ମସ୍କଙ୍କ ଉପରେ ଗୁପ୍ତଚର କରୁଥିଲା କି ଚାଇନା? ୱେଟର ଭାବରେ ପହଞ୍ଚିଲେ ‘ଡ୍ରାଗନ’ର ସୁନ୍ଦରୀ ଏଜେଣ୍ଟ

ବେଜିଂ,୨୩।୫: ଚାଇନା ଦୀର୍ଘ ଦିନ ଧରି ଅନ୍ୟ ଦେଶରେ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗର ସମ୍ମୁଖୀନ ହୋଇଆସୁଛି। ଏବେ ଏହି ତାଲିକାରେ ଏକ ନୂତନ ଅଭିଯୋଗ ଯୋଡି…

ମା’ ନୁହେଁ, ପ୍ରଶଂସା ସାଉଁଟିଲେ ଆରାଧ୍ୟା

ଶେଷରେ ପୂର୍ବତନ ମିସ ୱାଲର୍‌ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍‌ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ…

ସିଙ୍ଗଲ୍‌ ନା ରିଲେସନଶିପ୍‌ରେ ଅଛନ୍ତି ମେଲୋନି? ଜାଣନ୍ତୁ ତାଙ୍କର ରିଲେସନ ଷ୍ଟାଟସ୍‌…

ନୂଆଦିଲ୍‌ଲୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ଇଟାଲୀ ଗସ୍ତ କରିଥିଲେ, ଯେଉଁଠାରେ ସେ ତାଙ୍କର ଇଟାଲୀୟ ପ୍ରତିପକ୍ଷ, ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ସହ ସାକ୍ଷାତ କରିଥିଲେ। ଏହି…

ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ଶେଷ: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମହାଯଜ୍ଞ ପରିଚାଳନା କମିଟି ପକ୍ଷରୁ…

ଦିଗପହଣ୍ଡି,୨୩।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri