ବାର୍‌କୁ ବିରୋଧ, ଥାନାରେ ମାମଲା

ବରଗଡ଼ ଅଫିସ୍‌,୨୦।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲିକ୍ୟାମ୍ପ ଛକରେ ଏକ ବାର୍‌ (ଅନ୍‌ ସପ୍‌ ମଦ ଦୋକାନ)କୁ ବିରୋଧ ସତ୍ତ୍ବେ ଖୋଲିବାକୁ ଉଦ୍ୟମ କରାଯିବା ଘଟଣାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଅନ୍ୟପଟେ ବାର୍‌କୁ ବିରୋଧ କରି ଶନିବାର ଆନ୍ଦୋଳନକୁ ଓହ୍ଲାଇଥିବା ଲୋକଙ୍କ ନାମରେ ପୋଲିସ ମାମଲା ରୁଜୁ କରିବା ପରେ ଅସନ୍ତୋଷ ଦ୍ୱିଗୁଣିତ ହୋଇଛି। ସୋମବାର ସ୍ଥାନୀୟ ଲୋକେ ଏ ନେଇ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ନବୀନ କୁମାର ପଟେଲଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସେହିପରି ବାର୍‌ ଖୋଲାଯିବାକୁ ବିରୋଧ କରି ସ୍ଥାନୀୟ ଲୋକେ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆରସି)ଙ୍କ ପାଖରେ ଦାଖଲ କରିଥିବା ପିଟିଶନ ବିଚାରାଧୀନ ଥିବାବେଳେ ସେଠାରେ ବଳପୂର୍ବକ ବାର୍‌ ଖୋଲାଯିବା ପାଇଁ ଚାଲିଥିବା ମସୁଧା ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରକାଶ ଯେ, ଅତାବିରାରେ ବାର୍‌ ଖୋଲିବାରେ ବିଫଳ ହେବା ପରେ ଜଣେ ବ୍ୟବସାୟୀ କିଛି ଅବକାରୀ କର୍ମଚାରୀ ଏବଂ ସ୍ଥାନୀୟ ନେତାଙ୍କୁ ହାତ କରି ରେଙ୍ଗାଲି କ୍ୟାମ୍ପରେ ବାର୍‌ ଖୋଲିବାକୁ ଲାଇସେନ୍ସ ପାଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣିବା ପରେ ଓଏଚ୍‌ଆରସି, ଅବକାରୀ କମିଶନର, ଜିଲାପାଳ, ଅବକାରୀ ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଥିଲେ। ଓଏଚ୍‌ଆରସିରେ ଏହି ମାମଲା ଚୂଡ଼ାନ୍ତ ନ ହେଉଣୁ ଶନିବାର ସମ୍ପୃକ୍ତ ବ୍ୟବସାୟୀ ସେଠାରେ ବାର୍‌ ଖୋଲିଥିଲେ। ଏହା ଜାଣିବା ପରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ବାର୍‌ ସମ୍ମୁଖକୁ ଯାଇ ଧାରଣାରେ ବସି ପ୍ରତିବାଦ କରିଥିଲେ। ସେଠାକୁ ଅବକାରୀ ଅଧିକାରୀମାନେ ପହଞ୍ଚତ୍ଥିଲେ ଏବଂ ସମ୍ପୃକ୍ତ ବାର୍‌ରେ ତାଲା ପକାଇବା ସହିତ ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ବାର୍‌ ବନ୍ଦ ରହିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନ ହଟିଥିଲା। ଅପରପକ୍ଷେ ଅତାବିରା ପୋଲିସ ଏହି ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଥିବା ୧୧ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଏହା ଜଣାପଡ଼ିବା ପରେ ଉକ୍ତ ଘଟଣାକୁ ନେଇ ପୁଣି ଆନ୍ଦୋଳନ ତେଜି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri