ଜମିପଟ୍ଟା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବରପାଲି,୨୦।୯(ଡି.ଏନ.ଏ.): ବରପାଲି ଏନ୍‌ଏସି ୱାର୍ଡ ନଂ. ୩ ଅଧୀନ କାଇଁଶିର ରୋଡ୍‌, ବେହେରାପଡା ଓ ଗୋପାଇପାଲି ମେନ୍‌ ରୋଡ୍‌ରେ ବାସ କରୁଥିବା କିଛି ଲୋକ ଜମିପଟ୍ଟା ପାଇନାହାନ୍ତି। ଫଳରେ ସେମାନଙ୍କୁ ଜମିପଟ୍ଟା ପ୍ରଦାନ ଦାବି କରି ସୋମବାର ଉକ୍ତ ଲୋକମାନେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ଦେଇଛନ୍ତି।
ବରପାଲି ୱାର୍ଡ ନଂ. ୩ର ପ୍ରାୟ ୪୦ ଜଣ ଭୂମିହୀନ ବସ୍ତିବାସିନ୍ଦା ଓ ଗୋପାଇପାଲି ମେନ ରୋଡ଼ ପାର୍ଶ୍ୱରେ ରହୁଥୁବା ଭୂମିହୀନମାନ ସରକାରଙ୍କ ଜାଗା ମିଶନ ଯୋଜନାରେ ଜମିପଟ୍ଟା ପାଇଁ ଆବେଦନ କରିଥିଲେ। ଡ୍ରୋନ ସହାୟତାରେ ଚିହ୍ନଟ କରି ସେମାନଙ୍କୁ ଉଚିତ ହିତାଧିକାରୀ ବୋଲି ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ସେମାନଙ୍କ ନାମରେ ରାସନ କାର୍ଡ ରହିଛି। ପାଇଖାନା ତିଆରି କରିବା ପାଇଁ ବରପାଲି ଏନ୍‌ଏସିରୁ ଏହି ବସ୍ତିବାସୀଙ୍କ ନାମରେ ୱାର୍କ ଅର୍ଡର ମଧ୍ୟ ଆସିଛି । କିନ୍ତୁ ବର୍ତ୍ତମାନ ସେମାନଙ୍କୁ ଗ୍ରାମାଞ୍ଚଳର ବାସିନ୍ଦା କହି ପଟ୍ଟାଦେବା ପାଇଁ ମନା କରାଯିବାରୁ ହିତାଧିକାରୀମାନେ ସ୍ଥାନୀୟ ଏନ୍‌ଏସି ଅଧିକାରୀଙ୍କୁ ଏ ସମ୍ପର୍କରେ ଗତ ୧୩ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ପୂର୍ବରୁ ଗୋପାଇପାଲି ରାସ୍ତା କଡରେ ବସବାସ କରୁଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାର କୋଣସି ସମାଧାନ ହୋଇନାହିଁ। ଫଳରେ ଜିଲା ଯୁବ କଂଗ୍ରେସ ସଭାପତି ଅଭିଷେକ ସେଠଙ୍କ ନେତୃତ୍ୱରେ ସମସ୍ତ ହିତାଧିକାରୀ ତହସିଲଦାରଙ୍କୁ ଭେଟି ଜମିପଟ୍ଟା ପ୍ରଦାନ ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଅକ୍ଷୟ କୁମାର ବାଘଙ୍କୁ ପଚାରିବାରୁ ବସ୍ତିବାସୀଙ୍କ ଦାବି ନେଇ ଜିଲାପାଳ ଓ ଏନ୍‌ଏସି କାର୍ଯ୍ୟନିବାହୀ ଅଧିକାରୀଙ୍କୁ ଜଣାଇବି ଏବଂ ଯେତେ ଶୀଘ୍ର ହେବ ତାର ସମାଧାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ।
ତହସିଲଦାରଙ୍କୁ ଦାବିପତ୍ର ଦେବାକୁ ଆସିଥିବା ହିତାଧିକାରୀବୃନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri