Posted inTrending, ଖେଳ

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ। ଆଗାମୀ ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ସେ ମୁମ୍ବାଇ ପାଇଁ ଉପଲବ୍ଧ ରହିବେ। ଅକ୍ଟୋବର ୧୧ରୁ ୱାନଖେଡେ ଷ୍ଟାଡିୟମରେ ଚଣ୍ଡୀଗଡ଼ ବିପକ୍ଷରେ ମୁମ୍ବାଇର ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଖେଳୁଥିବା ଦେଖିବାକୁ ମିଳିପାରେ। ସୂର୍ଯ୍ୟକୁମାର ଯାଦବ ନିଜେ ମୁମ୍ବାଇ କ୍ରିକେଟ ଆସୋସିଏସନ୍‌ର ଅଧ୍ୟକ୍ଷ ଅଜିଙ୍କ୍ୟ ନାଏକଙ୍କ ସହ ଯୋଗାଯୋଗ କରି ଆଗାମୀ ରଣଜୀ ସିଜନରେ ନିଜ ଉପଲବ୍ଧତା ବିଷୟରେ ଜଣାଇଛନ୍ତି।

ସୂର୍ଯ୍ୟକୁମାର ଶେଷ ଥର ପାଇଁ ଆଇପିଏଲ ୨୦୨୬ରେ ପ୍ରଫେସନାଲ କ୍ରିକେଟ ଖେଳିଥିଲେ। ରେଡ-ବଲ କ୍ରିକେଟ୍‌ରେ ସେ ଶେଷ ଥର ଫେବୃଆରୀ ୨୦୨୫ରେ ନାଗପୁରରେ ବିଦର୍ଭ ବିପକ୍ଷରେ ମୁମ୍ବାଇ ଜର୍ସିରେ ନଜର ଆସିଥିଲେ। ଫାର୍ଷ୍ଟ କ୍ଲାସ କ୍ରିକେଟ୍‌ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ମଧ୍ୟ ଚମତ୍କାର ରହିଛି। ସେ ୮୬ଟି ମ୍ୟାଚ୍‌ର ୧୪୪ଟି ଇନିଂସରେ ୪୨.୩୩ ହାରରେ ୫୭୫୮ ରନ କରିଛନ୍ତି। ଏଥିରେ ୧୪ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି।
୨୦୨୬ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ କରିଥିଲା ଚୟନ କମିଟି। ସୂର୍ଯ୍ୟକୁମାର ଯାଦବଙ୍କଠାରୁ ଟି-୨୦ ଅଧିନାୟକ ପଦ ହଟାଇ ଶ୍ରେୟସ ଆୟରଙ୍କୁ ନୂଆ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଫର୍ମରେ ଅବନତିକୁ ଦର୍ଶାଇ ଚୟନକର୍ତ୍ତାମାନେ ଆୟରଲାଣ୍ଡ, ଇଂଲଣ୍ଡ, ଜିମ୍ବାୱେ, ଆଫଗାନିସ୍ତାନ ଏବଂ ଏସିଆନ ଗେମ୍ସ ଦଳରୁ ମଧ୍ୟ ତାଙ୍କୁ ବାଦ ଦେଇଥିବା ଖବର ଆସିଛି। ଏବେ ଘରୋଇ ରେଡ-ବଲ କ୍ରିକେଟ୍‌ରେ ବଡ଼ ଇନିଂସ ଖେଳି ପୁଣିଥରେ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସୂର୍ଯ୍ୟକୁମାରଙ୍କ ଲକ୍ଷ୍ୟ ହୋଇପାରେ।

ଅନ୍ୟପଟେ ରଣଜୀ ସିଜନ ଆରମ୍ଭ ପୂର୍ବରୁ ମୁମ୍ବାଇ ଦଳକୁ ବଡ଼ ଝଟକା ଲାଗିଛି। ଅଭିଜ୍ଞ ଅଲରାଉଣ୍ଡର ତଥା ପୂର୍ବତନ ଅଧିନାୟକ ଶାର୍ଦ୍ଦୁଳ ଠାକୁର ହାତରେ ଆଘାତ ଯୋଗୁଁ ପ୍ରାରମ୍ଭିକ କିଛି ମ୍ୟାଚ୍ରୁ ବାଦ ପଡ଼ିଛନ୍ତି। ପ୍ରାକ୍ଟିସ ସେସନ୍‌ରେ ବ୍ୟାଟର ଆୟୁଷ ମାହାତ୍ରେଙ୍କ ଏକ ଜୋରଦାର ଶଟ ସିଧା ଶାର୍ଦ୍ଦୁଳଙ୍କ ହାତରେ ବାଜିବାରୁ ସେ ଆହତ ହୋଇଥିଲେ। ଫଳରେ ମୁମ୍ବାଇ ଦଳକୁ ସିଜନର ଆରମ୍ଭରୁ ଏକ ବଡ଼ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।

ଏବେ ସମସ୍ତଙ୍କ ନଜର ସୂର୍ଯ୍ୟକୁମାରଙ୍କ ଉପରେ। ରଣଜୀ ଟ୍ରଫିରେ ନିଜ ପୁରୁଣା ଲୟକୁ ଫେରିପାରିଲେ, ତାହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ମଧ୍ୟ ଏକ ବଡ଼ ସଙ୍କେତ ହୋଇପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ଝୁଲନ୍ତା ଅବସ୍ଥାରେ ମିଳିଲା ଗଳିତ ମୃତଦେହ ଠାବ: ଆଧାର କାର୍ଡରୁ ପରିଚୟ

ଦାରିଙ୍ଗବାଡ଼ି, ୫/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ରେନବୋ ଜଳପ୍ରପାତ ନିକଟରୁ ଝୁଲନ୍ତା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଠାବ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?