୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିବା ଏହି ରହସ୍ୟ ଉପରୁ ଏବେ ପରଦା ଉଠିଛି। ୫୦୦୦ ବର୍ଷ ପୁରୁଣା ଖପୁରିଗୁଡ଼ିକର ବୈଜ୍ଞାନିକ ପରୀକ୍ଷାରୁ ଏକ ଭୟଙ୍କର ସତ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡିଛି ଯେ ରାଜାଙ୍କ ମୃତ୍ୟୁ ପରେ ତାଙ୍କ ସେବାରେ ଥିବା ଜଣେ କିମ୍ବା ଦୁଇଜଣ ନୁହେଁ ବହୁ ସଂଖ୍ୟକ ସେବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇ ପୋତିଦିଆଯାଇଥିଲା। ‘ଫ୍ରଣ୍ଟିୟର୍ସ ଇନ୍‌ ଏନ୍‌ଭାଇରନ୍‌ମେଣ୍ଟାଲ ଆର୍କିଓଲୋଜି’ ପତ୍ରିକାରେ ପ୍ରକାଶିତ ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

କିଛି ସମୟ ପାଇଁ ଏଭଳି ବଳିଦାନ ପ୍ରଥା ନିଶ୍ଚୟ ଥିଲା। ଯିଶୁଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ ପ୍ରାୟ ୩୧୦୦ ରୁ ୨୯୦୦ ଖ୍ରୀଷ୍ଟପୂର୍ବ ମଧ୍ୟରେ, ପ୍ରଥମ ରାଜବଂଶର ଅତିକମରେ ୫ଜଣ ରାଜାଙ୍କୁ ମୃତ ସେବକମାନଙ୍କ ସହିତ ପୋତାଯାଇଥିଲା। ପ୍ରତ୍ନତତ୍ତ୍ୱବିତମାନେ ବିଶ୍ୱାସ କରନ୍ତି ଯେ ଏହା ଧାର୍ମିକ ବିଶ୍ୱାସ ଏବଂ ସମାଜରେ ନିଜର ପ୍ରଭାବ ଦେଖାଇବା ପାଇଁ କରାଯାଇଥିଲା। ରାଜାମାନେ ପରକାଳରେ ସେବା ପାଇଁ ନିଜ ସହ ସେବକମାନଙ୍କୁ ନେଉଥିଲେ ବୋଲି ବିଶ୍ୱାସ କରାଯାଉଥିଲା। ୧୯୨୦ ଦଶକରେ ପ୍ରତ୍ନତତ୍ତ୍ୱବିତ ଫ୍ଲିଣ୍ଡର୍ସ ପେଟ୍ରି ପୂର୍ବ ଇଜିପ୍ଟର ‘ଆବୋଡୋସ’ ନାମକ ଏକ ସ୍ଥାନରୁ ଅନେକ ସମାଧି ଆବିଷ୍କାର କରିଥିଲେ।

ପେଟ୍ରି ଜାଣିବାକୁ  ପାଇଲେ ଯେ ଏହି ରାଜାଙ୍କ ସମାଧି ଏବଂ ଆଖପାଖର ଶହ ଶହ ଛୋଟ ସମାଧିଗୁଡ଼ିକ ପ୍ରଥମ ରାଜବଂଶ ସମୟର ଅଟେ। ସେ ଏବଂ ତାଙ୍କ ଟିମ ଭାବିଥିଲେ ଯେ ଏହି ଅତିରିକ୍ତ ସମାଧୀଗୁଡ଼ିକରେ ମଣିଷଙ୍କୁ ବଳି ଦିଆଯାଇଥାଇପାରେ, କିନ୍ତୁ ସେତେବେଳେ କୌଣସି ପ୍ରମୁଖ ଆଘାତର ପ୍ରମାଣ ମିଳି ନଥିଲା। ଆବୋଡୋସରୁ ମିଳିଥିବା ଅନେକ ଖପୁଧି ହାଡ଼ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୦୦ ବର୍ଷ ଧରି ସାଇତି ରଖାଯାଇଥିଲା। ଇଣ୍ଡିଆନାର ପରଡ୍ୟୁ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ ରୋଜେଲିନ କ୍ୟାମ୍ପବେଲ ଅଧିକ ସଠିକ ପଦ୍ଧତି ବ୍ୟବହାର କରି ଏହି ପୁରୁଣା ଖପୁରୀ ହାଡ଼ଗୁଡ଼ିକୁ ପରୀକ୍ଷା କରିବାକୁ ସୁଯୋଗ ପାଇଥିଲେ। ସେ ଯାହାସବୁ ଦେଖିଲେ, ସେଥିମଧ୍ୟରୁ ୧୮ଟି ଖପୁରି ହାଡ଼ରେ ଗଭୀର ଆଘାତର ଚିହ୍ନ ସ୍ପଷ୍ଟ ଜଣାପଡୁଥିଲା, ଯାହାକୁ ପେଟ୍ରି ପୂର୍ବରୁ ପ୍ରାକୃତିକ କ୍ଷତ ବୋଲି ଭୁଲ ଭାବିଥିଲେ।
ଏହି ଖପୁରି ହାଡ଼ଗୁଡ଼ିକରେ ଲମ୍ବା ଲମ୍ବା ଫାଟ ରହିଛି, ଯାହା ଦ୍ୱାରା ବ୍ୟକ୍ତିଜଣକ ତୁରନ୍ତ ବେହୋଶ ହୋଇଯାଇଥିବେ, ଭିତରୁ ରକ୍ତସ୍ରାବ ହୋଇଥିବ ଏବଂ ମୃତ୍ୟୁ ହୋଇଥିବ ବୋଲି କ୍ୟାମ୍ପବେଲ କହିଛନ୍ତି। କେତେକ ଖପୁରିରେ ଧାରୁଆ ଅସ୍ତ୍ରର ଆଘାତ ମଧ୍ୟ ଦେଖିବାକୁ ମିଳିଛି ଏବଂ ଗୋଟିଏ ମୁଣ୍ଡରେ ଆଖି ପାଖରେ କଟା ଦାଗ ମଧ୍ୟ ରହିଛି। ତେବେ ସେମାନଙ୍କୁ କିପରି ହତ୍ୟା କରାଯାଇଥିଲା ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ଅନ୍ୟ ସେବକମାନଙ୍କର କିପରି ମୃତ୍ୟୁ ଘଟିଥିଲା ତାହା ମଧ୍ୟ ସ୍ପଷ୍ଟ ନାହିଁ। ସେମାନଙ୍କ ମୁଣ୍ଡରେ କୌଣସି ଆଘାତ ନଥିବାରୁ, ସେମାନେ ପ୍ରାକୃତିକ ଭାବରେ ମରିଯାଇଥାଇପାରନ୍ତି କିମ୍ବା ଏପରି ଭାବରେ ବଳି ଦିଆଯାଇଥାଇପାରେ ଯାହା ହାଡ଼ରେ ଜଣାପଡ଼ି ନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ପ୍ରଥମଥର ଦିନିକିଆରେ କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ଶୋଇଥିବା ବେଳେ ହଠାତ୍ ହେଲା ଭୂକମ୍ପ, ଲୋକେ ଛାନିଆ ହୋଇ…

ଗୁଆହାଟୀ,୬।୧୦: ଆସାମର ନଗାଓଁ ଜିଲାରେ ମଙ୍ଗଳବାର ସକାଳୁ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁସାରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?