ବାର୍‌କୁ ବିରୋଧ ସତ୍ତ୍ୱେ ଖୋଲିବାକୁ ଉଦ୍ୟମ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପରେ ଏକ ରେଷ୍ଟୁରାଣ୍ଟରେ ମଦ ଦୋକାନ (ବାର୍‌) ଖୋଲିବାକୁ ଉଦ୍ୟମ ଚାଲିଛି। ଅବକାରୀ ବିଭାଗ ଅଧିକାରୀଙ୍କୁ ହାତ କରି ଏଥିପାଇଁ ଜଣେ ବ୍ୟବସାୟୀ ଲାଇସେନ୍ସ ହାତେଇ ସାରିଛନ୍ତି। ଅନ୍ୟପଟେ ଲାଇସେନ୍ସ ପ୍ରଦାନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ କରି ଅଞ୍ଚଳବାସୀ ଅବକାରୀ ଅଧୀକ୍ଷକ, କମିଶନର, ଜିଲାପାଳଙ୍କଠାରୁ ଆରମ୍ଭ କରି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆରସି)କୁ ଫେରାଦ ହୋଇଥିଲେ। ଓଏଚ୍‌ଆରସି କେଶ ନଂ-୮୮୩, ତା-୨୦।୫।୨୨ରିଖ କ୍ରମେ ଏହାକୁ ପଞ୍ଜୀକୃତ କରିଥିଲେ ଏବଂ ପରବର୍ତ୍ତୀ ଆଦେଶ ନ ହେବା ପର୍ଯ୍ୟନ୍ତ ରେଙ୍ଗାଲିକ୍ୟାମ୍ପରେ ସମ୍ପୃକ୍ତ ବାର୍‌ ଖୋଲିବା ନେଇ କୌଣସି ନିଷ୍ପତ୍ତି ନ ନେବାକୁ ଅବକାରୀ କମିଶନର ଏବଂ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଓଏଚ୍‌ଆରସିରେ ମାମଲା ବିଚାରାଧୀନ ଥିବାବେଳେ ଲାଇସେନ୍ସ ମଧ୍ୟ ନବୀକରଣ ହୋଇ ନ ଥିବା ଅଭିଯୋଗ ହୋଇଛି। ଏହାସତ୍ତ୍ବେ ସମ୍ପୃକ୍ତ ବ୍ୟବସାୟୀ ଶନିବାର ଅପରାହ୍ନ ୩ଟାରେ ରେଙ୍ଗାଲିକ୍ୟାମ୍ପ ସ୍ଥିତ ଏକ ପୁରୁଣା ସିମେଣ୍ଟ ଦୋକାନକୁ ଲାଗି ରହିଥିବା ଏକ ଦୋକାନରେ ହଠାତ୍‌ ବାର୍‌ ଖୋଲିଥିଲେ। ଏହାପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ, ଅବକାରୀ ବିଭାଗର ଅଧିକାରୀମାନେ ସେଠାକୁ ପହଞ୍ଚତ୍ଥିଲେ ଏବଂ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେବା ସହିତ ସମ୍ପୃକ୍ତ ବାର୍‌କୁ ବନ୍ଦ କରିବା ପରେ ଉତ୍ତେଜନା ଥମିଥିଲା ।
ପ୍ରକାଶ ଯେ, ଜଣେ ବ୍ୟବସାୟୀ ବାର୍‌ ଲାଇସେନ୍ସ ହାତେଇ ଅତାବିରା ଏନଏସିର ବିଭିନ୍ନ ସ୍ଥାନରେ ଖୋଲିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ବାର୍‌ ଖୋଲି ନ ଥିଲେ ହେଁ କେବଳ କାଗଜପତ୍ରରେ ମଦ ଉଠାଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଅତାବିରାରେ ବିଫଳ ହେବା ପରେ ସମ୍ପୃକ୍ତ ବ୍ୟବସାୟୀ ରେଙ୍ଗାଲିକ୍ୟାମ୍ପ ଛକକୁ ତାହା ସ୍ଥାନାନ୍ତର ପାଇଁ ଚଞ୍ଚକତାର ସହିତ ଲାଇସେନ୍ସ ହାତେଇଥିଲେ। ଲାଇସେନ୍ସ ପ୍ରଦାନ ପୂର୍ବରୁ ଜିଲାପାଳ ତଥା ଅବକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ନଥିପତ୍ରରେ ଜାଲିଆତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବରଗଡ଼ ଏବଂ ଅତାବିରା ମଧ୍ୟରେ ରେଙ୍ଗାଲିକ୍ୟାମ୍ପ ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ସେହି ସ୍ଥାନରେ ଜନବସତି ଏବଂ ଶିକ୍ଷାନୁଷ୍ଠାନ, ପରିବା ବଜାର ଆଦି ରହିଛି । କିନ୍ତୁ ଲାଇସେନ୍ସ ପ୍ରଦାନ ପୂର୍ବରୁ ତଦନ୍ତ କରିଥିବା ସମ୍ପୃକ୍ତ କର୍ମଚାରୀ ସେ ନେଇ ମିଥ୍ୟା ରିପୋର୍ଟ ଦେଇଥିବା, ଟିପ ଚିହ୍ନ, ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗ ନେଇ ଗତ ଜୁଲାଇ ମାସରୁ ରେଙ୍ଗାଲିକ୍ୟାମ୍ପବାସୀ ଜିଲାପାଳ, ଅବକାରୀ ଅଧିକ୍ଷକ, କମିଶନରଙ୍କୁ ଫେରାଦ ହେବା ସହିତ ଓଏଚଆରସିରେ ପିଟିଶନ ଦାଖଲ କରିଥିଲେ। ଏହାର ବିଚାର ସରି ନ ଥିବାବେଳେ ସମ୍ପୃକ୍ତ ବ୍ୟବସାୟୀ ଶନିବାର ରେଙ୍ଗାଲିକ୍ୟାମ୍ପରେ ବାର୍‌ ଖୋଲିବାକୁ ଉଦ୍ୟମ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରା ସହ କାଳବୈଶାଖୀ; ୧୫ ଯାଏ ସତର୍କ ରହିବାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୯ା୬(ବନ୍ଦନା ସେଠୀ)- ରାଜ୍ୟରେ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ମଙ୍ଗଳବାର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଏବଂ…

ଜୋଡିମାଦିଲି ଘାଟିରେ ଭୟଙ୍କର ଦୁର୍ଘଟଣା: କାର୍‌କୁ ଧକ୍କା ଦେଇ ଗାତକୁ ଖସି ପଡିଲା ମକା ବୋଝେଇ ଟ୍ରକ୍, ଚାଲିଗଲା…

ପଟ୍ଟାଙ୍ଗି, ୯।୬ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଥାନା ଅଧୀନ ଜୋଡିମାଦିଲି ଘାଟିରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍ ସିଲିଣ୍ଡର ଲିକେଜ୍‌! କାଦୋବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବଖରା ଘର, ସର୍ବସ୍ୱ ହରାଇଲା…

ଥୁଆମୂଳ ରାମପୁର, ୯।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତର କାଦୋବେଡା ଗ୍ରାମରେ ସୋମବାର ସମୟରେ ଏକ ସଂଘାତିକ ଅଗ୍ନିକାଣ୍ଡ ଘଟିଯାଇଛି।…

କଙ୍କୋରଡ଼ା ପଞ୍ଚାୟତକୁ ଅବହେଳା ପ୍ରତିବାଦ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସରପଞ୍ଚ-ଗ୍ରାମବାସୀଙ୍କ ଧାରଣା

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ା ପଞ୍ଚାୟତକୁ ବ୍ଲକ ପ୍ରଶାସନ ପକ୍ଷରୁ ଦୀର୍ଘଦିନ ଧରି ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।…

ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା…

ହୋମଗାର୍ଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ବଢ଼ିଲା ଦୈନିକ ଭତ୍ତା, ଜାଣନ୍ତୁ ଏବେ ମିଳିବ କେତେ..?

ଭୁବନେଶ୍ୱର,୯।୬(ସୁନୀତ ମିଶ୍ର): ରାଜ୍ୟର ଗୃହରକ୍ଷୀ (Home Guards) ମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି…

ପ୍ରଥମ ଥର ଘର କିଣିବାକୁ ଯାଉଛନ୍ତି କି? କରନ୍ତୁନି ଏଭଳି ଭୁଲ, ନଚେତ ବୁଡ଼ିଯିବ ସାରା ଜୀବନର କଷ୍ଟାର୍ଜିତ ସଞ୍ଚୟ!

ନୂଆଦିଲ୍ଲୀ,୯।୬: ନିଜର ଗୋଟିଏ ସୁନ୍ଦର ଘରଟିଏ ହେଉ ବୋଲି ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ। କିନ୍ତୁ ପ୍ରଥମ ଥର ପାଇଁ ଘର କିଣୁଥିବା ଲୋକଙ୍କ ପାଇଁ ଏହି…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri