ବାର୍‌କୁ ବିରୋଧ ସତ୍ତ୍ୱେ ଖୋଲିବାକୁ ଉଦ୍ୟମ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପରେ ଏକ ରେଷ୍ଟୁରାଣ୍ଟରେ ମଦ ଦୋକାନ (ବାର୍‌) ଖୋଲିବାକୁ ଉଦ୍ୟମ ଚାଲିଛି। ଅବକାରୀ ବିଭାଗ ଅଧିକାରୀଙ୍କୁ ହାତ କରି ଏଥିପାଇଁ ଜଣେ ବ୍ୟବସାୟୀ ଲାଇସେନ୍ସ ହାତେଇ ସାରିଛନ୍ତି। ଅନ୍ୟପଟେ ଲାଇସେନ୍ସ ପ୍ରଦାନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ କରି ଅଞ୍ଚଳବାସୀ ଅବକାରୀ ଅଧୀକ୍ଷକ, କମିଶନର, ଜିଲାପାଳଙ୍କଠାରୁ ଆରମ୍ଭ କରି ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆରସି)କୁ ଫେରାଦ ହୋଇଥିଲେ। ଓଏଚ୍‌ଆରସି କେଶ ନଂ-୮୮୩, ତା-୨୦।୫।୨୨ରିଖ କ୍ରମେ ଏହାକୁ ପଞ୍ଜୀକୃତ କରିଥିଲେ ଏବଂ ପରବର୍ତ୍ତୀ ଆଦେଶ ନ ହେବା ପର୍ଯ୍ୟନ୍ତ ରେଙ୍ଗାଲିକ୍ୟାମ୍ପରେ ସମ୍ପୃକ୍ତ ବାର୍‌ ଖୋଲିବା ନେଇ କୌଣସି ନିଷ୍ପତ୍ତି ନ ନେବାକୁ ଅବକାରୀ କମିଶନର ଏବଂ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଓଏଚ୍‌ଆରସିରେ ମାମଲା ବିଚାରାଧୀନ ଥିବାବେଳେ ଲାଇସେନ୍ସ ମଧ୍ୟ ନବୀକରଣ ହୋଇ ନ ଥିବା ଅଭିଯୋଗ ହୋଇଛି। ଏହାସତ୍ତ୍ବେ ସମ୍ପୃକ୍ତ ବ୍ୟବସାୟୀ ଶନିବାର ଅପରାହ୍ନ ୩ଟାରେ ରେଙ୍ଗାଲିକ୍ୟାମ୍ପ ସ୍ଥିତ ଏକ ପୁରୁଣା ସିମେଣ୍ଟ ଦୋକାନକୁ ଲାଗି ରହିଥିବା ଏକ ଦୋକାନରେ ହଠାତ୍‌ ବାର୍‌ ଖୋଲିଥିଲେ। ଏହାପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ, ଅବକାରୀ ବିଭାଗର ଅଧିକାରୀମାନେ ସେଠାକୁ ପହଞ୍ଚତ୍ଥିଲେ ଏବଂ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେବା ସହିତ ସମ୍ପୃକ୍ତ ବାର୍‌କୁ ବନ୍ଦ କରିବା ପରେ ଉତ୍ତେଜନା ଥମିଥିଲା ।
ପ୍ରକାଶ ଯେ, ଜଣେ ବ୍ୟବସାୟୀ ବାର୍‌ ଲାଇସେନ୍ସ ହାତେଇ ଅତାବିରା ଏନଏସିର ବିଭିନ୍ନ ସ୍ଥାନରେ ଖୋଲିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ବାର୍‌ ଖୋଲି ନ ଥିଲେ ହେଁ କେବଳ କାଗଜପତ୍ରରେ ମଦ ଉଠାଇ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଅତାବିରାରେ ବିଫଳ ହେବା ପରେ ସମ୍ପୃକ୍ତ ବ୍ୟବସାୟୀ ରେଙ୍ଗାଲିକ୍ୟାମ୍ପ ଛକକୁ ତାହା ସ୍ଥାନାନ୍ତର ପାଇଁ ଚଞ୍ଚକତାର ସହିତ ଲାଇସେନ୍ସ ହାତେଇଥିଲେ। ଲାଇସେନ୍ସ ପ୍ରଦାନ ପୂର୍ବରୁ ଜିଲାପାଳ ତଥା ଅବକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ନଥିପତ୍ରରେ ଜାଲିଆତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବରଗଡ଼ ଏବଂ ଅତାବିରା ମଧ୍ୟରେ ରେଙ୍ଗାଲିକ୍ୟାମ୍ପ ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ସେହି ସ୍ଥାନରେ ଜନବସତି ଏବଂ ଶିକ୍ଷାନୁଷ୍ଠାନ, ପରିବା ବଜାର ଆଦି ରହିଛି । କିନ୍ତୁ ଲାଇସେନ୍ସ ପ୍ରଦାନ ପୂର୍ବରୁ ତଦନ୍ତ କରିଥିବା ସମ୍ପୃକ୍ତ କର୍ମଚାରୀ ସେ ନେଇ ମିଥ୍ୟା ରିପୋର୍ଟ ଦେଇଥିବା, ଟିପ ଚିହ୍ନ, ଦସ୍ତଖତ ଜାଲିଆତି କରିଥିବା ଅଭିଯୋଗ ନେଇ ଗତ ଜୁଲାଇ ମାସରୁ ରେଙ୍ଗାଲିକ୍ୟାମ୍ପବାସୀ ଜିଲାପାଳ, ଅବକାରୀ ଅଧିକ୍ଷକ, କମିଶନରଙ୍କୁ ଫେରାଦ ହେବା ସହିତ ଓଏଚଆରସିରେ ପିଟିଶନ ଦାଖଲ କରିଥିଲେ। ଏହାର ବିଚାର ସରି ନ ଥିବାବେଳେ ସମ୍ପୃକ୍ତ ବ୍ୟବସାୟୀ ଶନିବାର ରେଙ୍ଗାଲିକ୍ୟାମ୍ପରେ ବାର୍‌ ଖୋଲିବାକୁ ଉଦ୍ୟମ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଦୁର୍ଘଟଣା: ୨ ଶିଶୁ ଗୁରୁତର

ସୋରଡ଼ା,୧୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ବୁଲାଣି ଜଙ୍ଗଲ ରାସ୍ତା ପିପଳପଙ୍କ ନିକଟରେ ମଧ୍ୟାହ୍ନରେ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଗୋଟିଏ ପରିବାରର ୨ ଶିଶୁ...

ପାଣିରେ ବୁଡି ଶିଶୁ ମୃତ

ଖଇରା,୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ସମ୍ପେଇ ଗ୍ରାମର ଅରୁଣ କୁମାର ଜେନାଙ୍କ ୨ବର୍ଷର ପୁଅ ଦିବ୍ୟାଂଶୁ ପୋଖରୀ ପାଣିରେ ବୁଡି ପ୍ରାଣ...

ଗଞ୍ଜାମ ବ୍ଲକ କୁ ମୁସଲମାନ ପଶିଆସିଥିବା ଆଶଙ୍କା:ସୂଚନା ପାଇଲେ ପ୍ରଶାସନ କୁ ଜଣାଇବା ପାଇଁ ଅନୁରୋଧ

ଗଞ୍ଜାମ ୪ ।୪(ଡିଏନଏ )ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କିଛି ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତି ଗଞ୍ଜାମ ବ୍ଲକ ଅଂଚଳ କୁ ପଶିଆସିଥିବା ପ୍ରଶାସନ...

ସହରରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ

ଅନୁଗୋଳ ସହର, ୩।୨: ଅନୁଗୋଳ ସହର ହୁଲୁରିସିଂହାଠାରେ ବେଆଇନ ଭାବେ ଏକ ଆପାର୍ଟମେଣ୍ଟ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଜିଲାପାଳ, ତାଳଚେର-ଅନୁଗୋଳ-ମେରାମଣ୍ଡଳି ଡେଭଲପମେଣ୍ଟ ଅଥରିଟି(ତାମଡା) ସେକ୍ରେଟାରି ଏବଂ...

ବଲାଙ୍ଗୀର ସିଲେଟକାନୀରେ ଶିଶୁବଳି ସନ୍ଦେହ

ବଲାଙ୍ଗୀର ଅଫିସ/ଦେଓଗଁ।, ୫ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗଁ। ଥାନା ଅନ୍ତର୍ଗତ ସିଲେଟକାନୀ ଗଁ। ନିକଟ ସୋନଗଡ ନଦୀ କୂଳରୁ ବୁଧବାର ଜଣେ ନାବାଳକଙ୍କ ମୁଣ୍ଡଗଣ୍ଡି ବିଚ୍ଛିନ୍ନ...

ଶିକ୍ଷାନୀତି ବାତିଲ ଦାବି କଲା ଡିଏସ୍‌ଓ

ଜୟପୁର,୨୫ା୮(ନି.ପ୍ର./ଡି.ଏନ୍‌.ଏ.): ଜୟପୁର ସରୋଜିନୀ ଭବନରେ ଏଆଇଡିଏସ୍‌ଓ ପକ୍ଷରୁ ଜିଲାସ୍ତରୀୟ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି ା ଜାତୀୟ ଶିକ୍ଷାନୀତି ୨୦୧୯ ବାତିଲ ଦାବିରେ ଏହି ସମାବେଶ...

ଘରକୁ ଫେରୁଥିଲେ, ବସ୍‌ଷ୍ଟାଣ୍ଡରେ ଚାଲିଗଲା ଦାଦନ ଶ୍ରମିକଙ୍କ ଜୀବନ

କୋକସରା:୨୩।୯(ଡି.ଏନ୍‌.ଏ.): ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ସ୍ବାମୀ, ସ୍ତ୍ରୀ। ଶୁକ୍ରବାର ଘରକୁ ଫେରିବା ବେଳେ ବସ୍‌ରୁ ଓହ୍ଲାଇବା ପରେ ହଠାତ୍‌ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ଏପରି...

ଗାଁ ସାଥୀ କ୍ରିୟାନୁଷ୍ଠାନ କମିଟିର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନୂଆଗାଁ,୨୭।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ବ୍ଲକ ଗାଁ ସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସୋମବାର ନୂଆଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।...

Advertisement
Archives

Model This Week