Posted inTrending

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା ୬ ଉଇକେଟ୍‌ରେ UAEକୁ ପରାସ୍ତ କରିଛି। UAE ପକ୍ଷରୁ ଦିଆଯାଇଥିବା ୩୩୦ ରନ୍‌ର ବିଶାଳ ଲକ୍ଷ୍ୟକୁ ଆମେରିକା ମାତ୍ର ୪ ଉଇକେଟ ହରାଇ ଏବଂ ୭ଟି ବଲ ବାକି ଥାଇ ହାସଲ କରିଛି।
ଏହା ସହିତ ଏହା ଆମେରିକାର ଦିନିକିଆ କ୍ରିକେଟ୍‌ ଇତିହାସର ସର୍ବବୃହତ ରନ ଚେଜ ହୋଇଛି। ଏହା ପୂର୍ବରୁ ଆମେରିକା କେବେ ବି ଦିନିକିଆରେ ୩୦୦ରୁ ଅଧିକ ରନ୍‌ର ଲକ୍ଷ୍ୟ ସଫଳତାର ସହ ହାସଲ କରି ନ ଥିଲା। ଆମେରିକାର ଏହି ଐତିହାସିକ ବିଜୟର ହିରୋ ଥିଲେ ମିଲିନ୍ଦ କୁମାର। ସେ ମାତ୍ର ୮୪ଟି ବଲ୍‌ରେ ଅପରାଜିତ ୧୧୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ପଞ୍ଚମ ଶତକ।

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମିଲିନ୍ଦଙ୍କ ଧମାକାଦାର ବ୍ୟାଟିଂ ଯୋଗୁ ଆମେରିକା ୩୩୦ ରନ୍‌ର ଲକ୍ଷ୍ୟକୁ ସହଜରେ ପାର କରିଥିଲା। ତାଙ୍କ ସହ ଶୁଭମ ରଞ୍ଜାନେ ମଧ୍ୟ ଅପରାଜିତ ୫୭ ରନ କରିଥିଲେ। ଉଭୟ ପଞ୍ଚମ ଉଇକେଟ ପାଇଁ ଅପରାଜିତ ୧୬୦ ରନ୍‌ର ମ୍ୟାଚ ବିଜୟୀ ଭାଗିଦାରୀ କରିଥିଲେ। ମିଲିନ୍ଦ ନିଜ ଇନିଂସରେ ୫ଟି ବିଶାଳ ଛକା ମାରିଥିଲେ। ଏହା ସହିତ ସେ ଆମେରିକା ପକ୍ଷରୁ ପୁରୁଷ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟର ହୋଇଛନ୍ତି।

ମିଲିନ୍ଦଙ୍କ ନାମରେ ଏବେ ଦିନିକିଆରେ ମୋଟ ୩୮ଟି ଛକା ରହିଛି। ସେ ମୋନାଙ୍କ ପଟେଲଙ୍କ ୩୪ ଛକାର ରେକର୍ଡକୁ ପଛରେ ପକାଇଛନ୍ତି। ଆରୋନ ଜୋନ୍ସ ୩୨ଟି ଛକା ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ୩୩୦ ରନ ଚେଜ କରିବା ଆମେରିକାର ଦିନିକିଆ କ୍ରିକେଟ୍‌ରେ ଇତିହାସରେ ସର୍ବବୃହତ ସଫଳ ରନ ଚେଜ। ଏହା ପୂର୍ବରୁ ଆମେରିକାର ସର୍ବାଧିକ ସଫଳ ରନ ଚେଜ ଥିଲା ୨୯୪/୭, ଯାହା ୨୦୨୪ରେ ଏହି ଡଲାସ ମଇଦାନରେ ନେପାଳ ବିପକ୍ଷରେ ହାସଲ କରିଥିଲା। ସେହିପରି ୱାଲର୍‌ଡ କପ ଲିଗ-୨ ଇତିହାସରେ ମଧ୍ୟ ଏହା ଦ୍ୱିତୀୟ ସର୍ବବୃହତ ସଫଳ ରନ ଚେଜ ହୋଇଛି।

UAE ବିପକ୍ଷରେ ଏହି ଦମଦାର ବିଜୟ ପରେ ଆମେରିକା ୱାଲର୍‌ଡ କପ ଲିଗ-୨ର ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନକୁ ଉଠିଛି। ଲିଗ-୨ରେ ଦଳର ଦୃଢ଼ ପ୍ରଦର୍ଶନ ଯୋଗୁ ଆମେରିକା ପୂର୍ବରୁ ହିଁ ଦିନିକିଆ ବିଶ୍ୱକପ୍‌ କ୍ୱାଲିଫାୟର୍‌ ପାଇଁ ଯୋଗ୍ୟତା ହାସଲ କରିସାରିଛି। ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ରେ ସ୍ଥାନ ପାଇବା ଆମେରିକାର ଆଶା ଏହି ବିଜୟ ପରେ ଆହୁରି ମଜଭୁତ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାହୁ-କେତୁଙ୍କ ଗୋଚର: କାର୍ତ୍ତିିକ ପୂର୍ଣ୍ଣିିମାଠୁ ୩ ରାଶିଙ୍କ ଉପରେ ଅଶୁଭ ପ୍ରଭାବ! ମାଡିଆସିବ ଘୋର ସମସ୍ୟା

ନଭେମ୍ବର ୨୫ ତାରିଖ ସନ୍ଧ୍ୟା ୪ଟା ୩୪ ମିନିଟରେ ରାହୁ ଓ କେତୁଙ୍କ ଗୋଚର ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗ୍ରହଙ୍କ ଗୋଚରର ପ୍ରଭାବ…

ଶୁଭମନ ଗିଲଙ୍କ ଗୋଟିଏ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଅଶ୍ୱିନ୍‌, କହିଦେଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଡ୍ର’ ରହିଛି। ଏହି ମ୍ୟାଚରେଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମେ ବୋଲିଂରେ…

ରାଗିଲେ ଗିଲ, ଅଧିନାୟକଙ୍କୁ ପାଠପଢାଇଲେ ଅଜିଙ୍କ୍ୟ ରାହାଣେ

ନୂଆଦିଲ୍ଲୀ,୨୪।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ମ୍ୟାଚ ସମୟରେ ଏପରି ଏକ ମୁହୂର୍ତ୍ତ ଆସିଥିଲା ଯେତେବେଳେ ଅଧିନାୟକ…

ଶେୟାର ବଜାରରେ ଅଚାନକ ହ୍ରାସ

ମୁମ୍ବାଇ,୨୪ା୧୧: ଭାରତୀୟ ଶେୟାର ବଜାରରେ ଗତ କିଛିଦିନରେ ସକାରାତ୍ମକ ପ୍ରଭାବ ଅନୁଭୂତ ହେବା ପରେ ସୋମବାର ଅଚାନକ ହ୍ରାସ ଦେଖାଯାଇଛି। ଏସୀୟ ବଜାରର ଦୁର୍ବଳ ସଙ୍କେତ ସତ୍ତ୍ୱେ…

Live Updates: ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬…

ଭୁବନେଶ୍ୱର,୨୪।୧୧: ପରିବେଶ ସୁରକ୍ଷା ଓ ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନକ୍ଲେଭ ବା ଯୁବ ସମ୍ମିଳନା’ ଅନୁଷ୍ଠିତ ହେଉଛି…

ନୀଳଗିରିରେ ପଶିଲେ ୪୮ ଝାଡ଼ଖଣ୍ଡୀ ହାତୀ, ଧାନ ଫସଲ ନଷ୍ଟ; ଆତଙ୍କରେ ଗ୍ରାମବାସୀ

ନୀଳଗିରି,୨୪।୧୧(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ୪୮ ଟିକିଆ ଝାଡ଼ଖଣ୍ଡୀ ହାତୀପଲ । ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ…

ଦୁଇ ବର୍ଷ ପରେ ଶେଖ ହସିନାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଥିର ହୋଇଛି ତାରିଖ; କାହିଁକି ସେ ଏହିଦିନ ଫରିବାକୁ ଚାହୁଁଛନ୍ତି? ମାଗିଲେ ବିମାନ

ନୂଆଦିଲ୍ଲୀ/ଢାକା,୨୪।୧୧: ଭାରତରେ ଦୁଇ ବର୍ଷରୁ ଅଧିକ ସମୟ ଧରି ନିର୍ବାସିତ ଜୀବନ ବିତାଇବା ପରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ଡିସେମ୍ବର ୧୬ ତାରିଖରେ…

ଟିମ୍‌ ଇଣ୍ଡିଆ ପାଇଁ କଣ୍ଟା ସାଜିବେ ନ୍ୟୁଜିଲାଣ୍ଡର ଏହି ୨ ଘାତକ ବୋଲର: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଘାରିଲା ଚିନ୍ତା

ଖ୍ରୀଷ୍ଟଚର୍ଚ୍ଚ,୨୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳ ଆଶାଠାରୁ ଭଲ ପ୍ରଦର୍ଶନ କରିଛି। ଯଦିଓ ବିଜୟର ନିକଟତର ହୋଇ ମଧ୍ୟ ଟିମ ଇଣ୍ଡିଆକୁ ସଫଳତା ମିଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?