ବାଲେଶ୍ୱର

ଚାଷ ଜମିକୁ ଭୂତଳ ଜଳଯୋଗାଣ

ଖଇରା, ୩ା୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଓ ଔପଦା ବ୍ଲକର ଭୂତଳ ପାଇପ ମାଧ୍ୟମରେ ଚାଷଜମିକୁ ଜଳସେଚନ କରିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆନନ୍ଦପୁର ବ୍ୟାରେଜର ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା ମୁଖ୍ୟକେନାଲ ସଂଲଗ୍ନ...

ପୋଲିସ ଗାଡ଼ି ବସ୍‌ ମୁହାଁମୁହିଁ ଧକ୍କା: ୪ ଗୁରୁତର

ସିମୁଳିଆ,୨।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଠାରୁ ୫କି.ମି. ଦୂର ୧୬ନଂ ଜାତୀୟ ରାଜପଥର ଜାମୁଝାଡି ନିକଟରେ ରବିବାର ଦୁର୍ଘଟଣା ଘଟିଛି। ପୋଲିସ ଗାଡି ଓ ଏକ ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୪ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା...

ନୂଆବର୍ଷ ମଜା ଫିକା: ଦୀଘାମୁହାଁ ପର୍ଯ୍ୟଟକ

ଭୋଗରାଇ, ୨।୧(ଡି.ଏନ.ଏ.)  କୋଭିଡ୍‌ କଟକଣା ଯୋଗୁ ନୂଆବର୍ଷ ପାଳନ ଫିକା ପଡିଛି। ବାଲେଶ୍ୱର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖାଁ ଖାଁ ପରିବେଶ ପରିଲକ୍ଷିତ ହୋଇଥିଲା। ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁରିଜିମ୍‌, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର ଓ ଚାନ୍ଦିପୁର ବେଳାଭୂମିକୁ ବହୁ ପର୍ଯ୍ୟଟକ ଆସିଥିଲେ...

ଦିବ୍ୟାଙ୍ଗ ପିଲାଙ୍କ ସହ ପର୍ଯ୍ୟଟନମନ୍ତ୍ରୀଙ୍କ ନୂଆବର୍ଷ

ଖଇରା, ୨।୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ କଣ୍ଟାବଣିଆସ୍ଥିତ କେଶବପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ପିଲାଙ୍କ ସହ ନୂଆବର୍ଷ ପାଳିଛନ୍ତି ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଶନିବାର...

ନୀଳଗିରିକୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

ସଜନାଗଡ଼, ୧।୧(ଡି.ଏନ.ଏ.) ରାଜାରାଜୁଡା ଅମଳରୁ ରେଳଧାରଣା ପଡ଼ିଥିଲେ ହେଁ ବାଲେଶ୍ୱର ଜିଲା ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବାର ସ୍ବପ୍ନ ସାକାର ହୋଇଛି। ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉଦ୍ୟମରେ ନୀଳଗିରି ନିକଟ ଗୋପୀନାଥପୁରକୁ ଆରମ୍ଭ...

ନୂଆ ବାଇକ୍‌ କିଣିବାକୁ ଯାଇଥିଲେ ଅଜା ନାତି , ଶୋ’ରୁମ୍‌ ଆଗରୁ ଦେଢ଼ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଜଳେଶ୍ୱର,୩୦।୧୨(ଡି.ଏନ୍‌.ଏ.): ଅଜା ନାତି ନୂଆ ବାଇକ କିଣିବାକୁ ଶୋ’ରୁମକୁ ଯାଇଥିଲେ। ବାଇକ ଦେଖୁଥିବା ବେଳେ ଗାଡି ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି । ଏଭଳି...

‘ଠିକ୍‌ ଆକଳନ କରୁନି ପ୍ରଶାସନ’

ସଜନାଗଡ଼, ୩୦।୧୨(ଡି.ଏନ.ଏ.)  ଚଳିତବର୍ଷ ଚକଡ଼ା ପୋକ ସାଙ୍ଗକୁ ଜୱାଦ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସ୍ଥାନୀୟ ପ୍ରଶାସନ ସଠିକ୍‌ ଭାବେ କ୍ଷୟକ୍ଷତି ଆକଳନ କରି ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ...

ମହିଳାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧୨.୪୫ ଲକ୍ଷ

ବାଲେଶ୍ୱର ଅଫିସ, ୨୯।୧୨: ବାଲେଶ୍ୱର ଜିଲାରେ ଏକ ବଡ଼ଧରଣର ସାଇବର ଠକେଇ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ବାଲେଶ୍ୱର ବ୍ରାଞ୍ଚରେ ଥିବା ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି) ୧୦ଲକ୍ଷ ଏବଂ ସେଭିଂ ଆକାଉଣ୍ଟରୁ ୨ଲକ୍ଷ ୪୫ହଜାର ଟଙ୍କା ଗାଏବ...

ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ

ସଜନାଗଡ଼, ୨୯।୧୨(ଡି.ଏନ.ଏ.)  ଝାଡଖଣ୍ଡ ଦଲମା ଜଙ୍ଗଲରୁ ୩୯ ଟିକିଆ ହାତୀପଲ ଓଡ଼ିଶା ସୀମାନ୍ତ ପାରି ହୋଇ ଚିରାଚରିତ ରାସ୍ତା ମୟୂରଭଞ୍ଜ ଜିଲା ନଡ଼ପୁର, ବୁଢ଼ାବଳଙ୍ଗ ନଦୀ ଦେଇ ମଙ୍ଗଳବାର ଭୋରରେ ନୀଳଗିରି ରେଞ୍ଜ ଅଧୀନ ପୁନ୍ଦାଳ, କାଠପାଳ, ଦୁର୍ଗାଦେବୀ, ପାଟଣା, ଅଯୋଧ୍ୟା...

ବୁଦାମୂଳେ ପଡିଥିଲା ରକ୍ତ ଭିଜା ପୁଟୁଳି

ଖଇରା,୨୮।୧୨(ଡି.ଏନ.ଏ.): ମଙ୍ଗଳବାର ଅପରାହ୍ନ ୨ଟା। ବାଲେଶ୍ୱର ଜିଲା ଖଇରା ଥାନା ବାରଭାଗିଆ ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନକୁ ଲୋକଙ୍କ ସୁଅ ଛୁଟିଥିଲା। କେହି ଦୁର୍ବୃତ୍ତ ଶିଶୁକୁ ହତ୍ୟା କରି ଲୁଗା ଗଣ୍ଠିଲେ ଗୁଡାଇ ବୁଦାମୂଳକୁ ଫିଙ୍ଗି ଦେଇଥିବା ଚର୍ଚ୍ଚା ହୋଇଥିଲା।...

ବସ୍‌କୁ ଚଢ଼ିବାବେଳେ ମାଡ଼ିଗଲା କାର୍‌

ଭୋଗରାଇ, ୨୮।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର-ଜଳେଶ୍ୱର ରାସ୍ତା ୫୭ ନଂ. ରାଜ୍ୟ ରାଜପଥ ନଗୁଆଁ ଛକଠାରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛକରେ ୨ଜଣ ମହିଳା ବସ୍‌ ଚଢୁଥିବା ବେଳେ ଦ୍ରୁତଗତିରେ ଆସୁଥିବା...

ବାଲେଶ୍ୱରରେ ‘ମିଶନ ଶକ୍ତି କାଫେ’

ବାଲେଶ୍ୱର ଅଫିସ, ୨୮ା୧୨ ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସାମାଜିକ ନିରାପତ୍ତା ଓ ସଶକ୍ତୀକରଣ ବିଭାଗ ସହାୟତା ତଥା ମିଶନ ଶକ୍ତି ସହଯୋଗରେ କିନ୍ନର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପକ୍ଷରୁ ଏକ ଅତ୍ୟାଧୁନିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri