ଆଇଟିଆର୍‌ ତଥ୍ୟ ଲିକ୍‌: ଅନ୍ତର୍ଜାତୀୟ ଲିଙ୍କ୍‌ ସନ୍ଦେହ: ଆନ୍ଧ୍ର ଗୋଇନ୍ଦା ବିଭାଗ, ବାୟୁସେନା ଟିମ୍‌ର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ, ୨୮ା୨: ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌)ରୁ ତଥ୍ୟ ଲିକ୍‌ ଘଟଣାରେ ଅନ୍ତର୍ଜାତୀୟ ଲିଙ୍କ୍‌ ନେଇ ସନ୍ଦେହ ପ୍ରକାଶ ପାଇବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଏଥିରେ ଏବେ ସାମିଲ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ଗୋଇନ୍ଦା ବିଭାଗ ଓ ଭାରତୀୟ ବାୟୁସେନାର ଟିମ୍‌। ଗିରଫ ଅଧିକାରୀ ବାବୁରାମ ଦେଙ୍କ ୪ଦିନିଆ ରିମାଣ୍ଡ ୨୮ତାରିଖରେ ଶେଷ ହେଉଥିବାରୁ ତଦନ୍ତକାରୀ ଦଳ ଜେରା ମାଧ୍ୟମରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିଥିବା ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି। ବାବୁରାମଙ୍କୁ ରିମାଣ୍ଡରେ ଆଣିବା ପରେ ପୋଲିସ ମାରାଥନ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ଅଭିଯୁକ୍ତଙ୍କଠାରୁ ମିଳିଥିବା ତଥ୍ୟକୁ ପୂର୍ବରୁ ଜବତ ହୋଇଥିବା ମୋବାଇଲର ଡାଟା ସହିତ ମେଳ କରାଯାଉଛି। ଏହାସହିତ ଅଭିଯୁକ୍ତଙ୍କ ନିକଟରୁ ଅନ୍ୟ ମୋବାଇଲ ଫୋନ ଓ ଲାପଟପ୍‌ ଭଳି ୬ଟି ଇଲେକ୍ଟ୍ରୋନିକ୍‌ ଉପକରଣ ଜବତ କରାଯାଇଛି। ଏସବୁ ଉପକରଣର ଡାଟା ଆନାଲିସିସ୍‌ ତଥା ଫୋରେନସିକ୍‌ ଯାଞ୍ଚ ପାଇଁ ନୂଆଦିଲ୍ଲୀ ଓ କୋଲକାତାର ଲାବ୍‌କୁ ପଠାଯାଇଥିବା ସେ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କ ଆର୍ଥତ୍କ କାରବାର ସମ୍ପର୍କରେ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଏନେଇ ବିଭିନ୍ନ ବ୍ୟାଙ୍କ ସହ ଯୋଗାଯୋଗ କରାଯାଇଛି। ଏହାବ୍ୟତୀତ ଅନ୍ୟ ବୈଷୟିକ ତଥ୍ୟ ବାବଦରେ ରିମାଣ୍ଡ ଅବଧି ଶେଷ ହେବା ପୂର୍ବରୁ ଖୋଳତାଡ଼ କରାଯିବ। ଏହାସତ୍ତ୍ୱେ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କ ରିମାଣ୍ଡ ବଢାଇବାକୁ କୋର୍ଟଙ୍କ ନିକଟରେ ଆବେଦନ କରାଯିବ। ହନିଟ୍ରାପ୍‌ ମାଧ୍ୟମରେ ପାକିସ୍ତାନୀ ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଲିକ୍‌ ଘଟଣାରେ ଅଭିଯୁକ୍ତଙ୍କ ସହ ଅନ୍ୟ କେଉଁମାନେ ଯୋଗାଯୋଗରେ ଥିଲେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଆନ୍ଧ୍ରର ଗୋଇନ୍ଦା ଟିମ୍‌ ବାଲେଶ୍ୱରରେ ପହଞ୍ଚିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଘଟଣାର ଚେର କେତେ ଯାଏ ଲମ୍ବିଛି, କେଉଁ ଅଞ୍ଚଳରୁ ବ୍ୟକ୍ତିମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି, ଦେଶ ମଧ୍ୟରେ ଏହାର ଲିଙ୍କ୍‌ କେଉଁଠି ରହିଛି ଅଥବା ବିଦେଶୀ ଲିଙ୍କ୍‌ରେ କିଏ କିଏ ରହିଛନ୍ତି, ସମସ୍ତ ତଥ୍ୟକୁ ଆଧାରଭୁକ୍ତ କରିବା ପାଇଁ ତଦନ୍ତକାରୀ ଦଳ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆବଶ୍ୟକ ଅନୁଯାୟୀ ରାଜ୍ୟ ପୋଲିସର କ୍ରାଇମବ୍ରାଞ୍ଚ ଅଥବା ଏନ୍‌ଆଇଏ ଭଳି କେନ୍ଦ୍ରୀୟ ଅନୁସନ୍ଧାନ ବିଭାଗକୁ ମଧ୍ୟ ଏଥିରେ ସାମିଲ ହେବା ପାଇଁ ଚିଠି ଲେଖାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ବାବୁରାମ କେବଳ ଅଶ୍ଳୀଳ ଫଟୋ ଓ ଭିଡିଓ ପାଇଁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପାକିସ୍ତାନୀ ଯୁବତୀଙ୍କୁ ହସ୍ତାନ୍ତର କରିଛନ୍ତି ନା ଏ ବାବଦରେ ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା ସେନେଇ ପୋଲିସ ଓ ଅନ୍ୟାନ୍ୟ ଗୋଇନ୍ଦା ସଂସ୍ଥା ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?