Odisha Elections 2024

ପୁରଷ ବନ୍ଧୁଙ୍କ ପାଇଁ ନିଜ ଘର ସହ ବନ୍ଧୁବାନ୍ଧବ ଘରୁ ଚୋରି କରୁଥିଲା ଝିଅ, ଧରିଲା ପୋଲିସ

ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ସହର ହରିପୁର ଅଞ୍ଚଳର ଶରତ କୁମାର ନାୟକଙ୍କ ଘରୁ ଓ ତାଙ୍କ ବନ୍ଧୁବାନ୍ଧବଙ୍କ ଘରୁ ବାରମ୍ବାର ଚୋରି ହେଉଥିବା ନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା। ବର୍ଷାଧିକ କାଳ ଧରି ଏହି ଚୋରିରେ ସମ୍ପୃକ୍ତ ୩ଜଣଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ଆଉ ୨ଜଣ ଫେରାର ହୋଇଯାଇଛନ୍ତି। ଗିରଫ ୩ଜଣ ହେଲେ ରେମୁଣା ଥାନା କୁରୁଣିଆପାଟଣା ଅଞ୍ଚଳର ୧୯ବର୍ଷର ଜଣେ ଯୁବକ, ସିଂଲା ଥାନା ଅଧୀନ ୨୯ ଓ ୪୨ବର୍ଷର ଦୁଇଜଣ ମହିଳା। ସେମାନଙ୍କ ନିକଟରୁ ୧୦୬.୩୯ ଗ୍ରାମ୍‌ ଓଜନର ସୁନାଗହଣା, ଗୋଟିଏ ବାଇକ୍‌ ସହିତ ନଗଦ ୨୦ହଜାର ଟଙ୍କା ଜବତ କରାଯାଇଥିବା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି।
ଗିରଫ ଯୁବକଜଣକ ଶରତଙ୍କ ନାବାଳିକା ଝିଅ ମାଧ୍ୟମରେ ଏହି ଚୋରି ଚଳାଇଥିବା ଜଣାପଡ଼ିଥିଲା। ନାବାଳିକାଙ୍କ ବନ୍ଧୁ ସାଜିଥିବା ଯୁବକ ତାଙ୍କୁ ଡରାଇ ଧମକାଇ ଏହି ଚୋରି କରୁଥିଲେ। ଚୋରିଗହଣାକୁ ସେ ନେଇ ଅନ୍ୟ ଜଣଙ୍କୁ ଦେଉଥିଲେ। ଉକ୍ତ ଯୁବକ ସବୁ ସୁନାଗହଣା ତାଙ୍କ ସ୍ତ୍ରୀ ଓ ଭଉଣୀ ପାଖରେ ରଖୁଥିଲେ। ସେଥିରୁ ଆବଶ୍ୟକ ମୁତାବକ ସୁନାବନ୍ଧକ ଦେଇ ବାଲେଶ୍ୱରର ଆଇଆଇଏଫ୍‌ଏଲ୍‌ ଫାଇନାନ୍ସରୁ ଗୋଲଡ ଲୋନ୍‌ ଓ ଫେଡେରାଲ ବ୍ୟାଙ୍କର ନିଧିପଣ୍ଡା ବ୍ରାଞ୍ଚରୁ ଋଣ ନେଇଛନ୍ତି। ଏପରିକି ସୁନା ଋଣରୁ ଯୁବକଜଣକ ଏକ ୟାମାହା ବାଇକ୍‌ କିଣିଥିବା ଜଣାପଡ଼ିଛି। ନାବାଳିକାଙ୍କ ମାଧ୍ୟମରେ ସୁନା ଆଣୁଥିବା ଯୁବକଜଣକ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି ଗାୟତ୍ରୀବାଳା ପ୍ରଧାନ ଓ ସହଦେବଖୁଣ୍ଟା ଥାନାଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri