କୁଲଡ଼ିହାରେ ପୁଣି ଏକ ଦନ୍ତା ଅସୁସ୍ଥ, ଚିନ୍ତାରେ ବନବିଭାଗ

ନୀଳଗିରି,୨।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ଗତ ରବିବାର ଏକ ମାଈ ହାତୀର ମୃତ୍ୟୁ ପରେ ଅନ୍ୟ ଏକ ଦନ୍ତା ଅସୁସ୍ଥ ହେବା ନେଇ ବନବିଭାଗର ଚିନ୍ତା ବଢ଼ିଯାଇଛି। ଦନ୍ତାର ବୟସ ୩୦ରୁ ୪୦ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରିଛି। ହାତୀକୁ କୁଲଡିହା ବନାଞ୍ଚଳ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ପଞ୍ଚଲିଙ୍ଗେଶ୍ୱର ନିକଟ ଖୁମକୁଟ ପାଖରେ ପ୍ରାଣୀ ଚିକିତ୍ସକ ଡା. ମୁକ୍ତିକାନ୍ତ ସେଠୀଙ୍କ ଦ୍ୱାରା ଚିକିତ୍ସା କରାଯାଉଛି। ଦନ୍ତା ହାତୀର ଅସୁସ୍ଥ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବୁଧବାର ଶିମିଳିପାଳରୁ ଆସିଥିବା (ଡବ୍ଲ୍ୟୁଟିଆଇ) ୱାଇଲ୍ଡଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିଛନ୍ତି। ତେବେ ଗତ ୧୪ମାସ ମଧ୍ୟରେ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ୬ଟି ହାତୀର ମୃତ୍ୟୁ ହୋଇସାରିଲାଣି। ଅଭୟାରଣ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ହାତୀ ଥିବା ବେଳେ ୧୪ମାସରେ ୬ଟି ହାତୀର ମୃତ୍ୟୁ ଘଟଣା ପରିବେଶବିତ୍‌, ପ୍ରକୃତିପ୍ରେମୀ ଓ ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି।

ସୂଚନାଥାଉ କି, କୁଲଡ଼ିହା ଅଭୟାରଣ୍ୟରେ ଗତ ୧୪ମାସ ମଧ୍ୟରେ ମୋଟ ୬ଟି ହାତୀର ମୃତ୍ୟୁ ହୋଇଛି। ଜାନୁୟାରୀ ୧୫ରେ କୁଲଡ଼ିହା ଅଭୟାରଣ୍ୟ ଅଧୀନ ମଙ୍ଗଳପୁର ବିଟ୍‌ ହାତୀକୁଲିଆ ସେକ୍ସନ ଅଞ୍ଚଳରୁ ଏକ ମାଈ ହାତୀର ଗଳିତ ମୃତଦେହ ମିଳିଥିଲା। ସେହିପରି ମାର୍ଚ୍ଚ ୨୦ରେ ତେଣ୍ଡା ସଂରକ୍ଷିତ ଜଙ୍ଗଲ ଗୁହାଳିଆ ନିକଟରୁ ଏକ ମାଈ ହାତୀ, ଜୁଲାଇ ୧୮ରେ ନୀଳଗିରି ଉପଖଣ୍ଡ ନରଣପୁର ପଞ୍ଚାୟତ ବାରାଗଡ଼ିଆ ଗାଁର ପୁରସ୍ତମ ସିଂଙ୍କ ବାଡ଼ିରୁ ଏକ ଦନ୍ତା, ଜୁଲାଇ ୨୭ରେ ଚେମଚଟା ଜଙ୍ଗଲରୁ ଏକ ହାତୀଛୁଆ, ଡିସେମ୍ବର ୧୦ରେ କୁଲଡ଼ିହା ଅଭୟାରଣ୍ୟ ବାବନ୍ଧ ଫରେଷ୍ଟ ବିଟ୍‌ ଅଧୀନ ସିଆଡ଼ିମାଳ ପଞ୍ଚାୟତ କଦମଶୋଳଠାରେ ଏକ ମାଈ ହାତୀ, ଫେବୃୟାରୀ ୨୭ରେ କୁଲଡ଼ିହା ଅଭୟାରଣ୍ୟ ପଞ୍ଚଲିଙ୍ଗେଶ୍ୱର ବିଟ୍‌ ନିକଟ ବଡ଼ମ୍ବା ଠାକୁରାଣୀ ନିକଟ ଜଙ୍ଗଲ ଭିତରେ ଏକ ୪ ବର୍ଷର ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

Featured Video Play Icon

ଭାଜପା ଛାଡ଼ିଲେ ଅମୀୟ ଦାଶ

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ଏକାମ୍ରର ଭାଜପା ନେତା ଅମୀୟ ଦାଶ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅମୀୟ ଭାଜପା...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

ଆଜି ପରି କାଲି ବି ଜାଳିବ, ରେଡ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୩୦।୪: ଆକାଶରୁ ନିଆଁ ବର୍ଷୁଛି। ଏମିତି ଲାଗୁଛି ଯେମିତି ବାହାରକୁ ବାହାରିଲେ ମୁହଁପୋଡି ହୋଇଯିବ। ତେବେ ପ୍ରଥମ ଥର ରାଜ୍ୟ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri