ସ୍ତ୍ରୀଙ୍କୁ ମାରି ବିଷ ପିଇଲେ ସ୍ବାମୀ

ଖଇରା,୨୮।୨: ବାଲେଶ୍ବର ଜିଲା ଖଇରା ଥାନା ସାରୁଗାଁ ଗ୍ରାମ ପଞ୍ଚାୟତ ତିଳଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ବାବୁ ଦାସ(୪୨) ନାମକ ଯୁବକ ନିଜ ସ୍ତ୍ରୀକୁ ମାରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ସୋମବାର କୌଣସି କଥାକୁ ନେଇ ସ୍ତ୍ରୀ ମିନତୀଙ୍କ ସହ ବାବଙ୍କ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାବୁ ମିନତୀକୁ ଠେଲି ଦେବା ପରେ କାନ୍ଥରେ ମିନତୀଙ୍କ ମୁଣ୍ଡ ବାଡେଇ ହୋଇଯିବାରୁ ସେ ଗୁରୁତର ହୋଇ ପଡିଥିଲେ। ଏହାପରେ ଖଇରା ମେଡିକାଲରେ ମିନତୀଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ଖଇରା ଥାନାରେ ଅଭିଯୋଗ ପରେ ପୋଲିସ ତିଳଦା ଗ୍ରାମରେ ପହଞ୍ଚିବା ପୁର୍ବରୁ ବାବୁ ଫେରାର ହୋଇ ଯାଇଥିଲେ। ମଙ୍ଗଳବାର ବାବୁ ଘରକୁ ଆସିବା ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ଜଣାଇବା ପରେ ପୋଲିସ ଗ୍ରାମରେ ପହଞ୍ଚିବା ପୂର୍ବରୁ ବାବୁ ବିଷ ପିଇ ଗୁରୁତର ଅବସ୍ଥାରେ ପଡିଥିଲେ। ପୋଲିସ ସହାୟତାରେ ତାଙ୍କୁ ପ୍ରଥମେ ଖଇରା ମେଡିକାଲ ଓ ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି। କେଳା ସଂପ୍ରଦାୟର ଏହି ପରିବାର ୨୦ବର୍ଷ ତଳେ ଢେଙ୍କାନାଳରୁ ଆସି ତିଳଦା ଗ୍ରାମରେ ରହୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି…

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ବିବାହ ପାଇଁ କଥା ଦେଇଥିବା ପ୍ରେମିକା ରଚିଲେ ହତ୍ୟା ଷଡ଼ଯନ୍ତ୍ର: ଭାବି ସ୍ବାମୀଙ୍କୁ…ପୂରା ଘଟଣା ଜାଣିଲେ ଥରିଉଠିବ ଛାତି

ପୁଣେ,୨୪ା୬: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି…

୧ରେ ରାଜ୍ୟ କ୍ୟାବିନେଟ୍‌: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର,୨୪ା୬(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜୁଲାଇ ପହିଲାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

କାକୁଡିଗଡ଼ିଆ ସଡ଼କ ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ତିହିଡ଼ି, ୨୩।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କାକୁଡିଗଡ଼ିଆ ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌) ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାମରେ ବ୍ୟାପକ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri