ଛତୁଆ ପ୍ୟାକେଟ୍‌ରୁ ୮ଶହ ଗ୍ରାମ୍‌ ଗାଏବ

ବାଲେଶ୍ୱର ଅଫିସ,୩।୩: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ ପଞ୍ଚାୟତ ଅଧୀନ ବିଭିନ୍ନ ଆଦିବାସୀ ହରିଜନ ଗ୍ରାମରେ ଶିଶୁ, ପ୍ରସୂତି, ଗର୍ଭବତୀଙ୍କ ସ୍ବାସ୍ଥ୍ୟ ନିମନ୍ତେ ଆଇସିଡିଏସ୍‌(ସମନ୍ବିତ ଶିଶୁ ବିକାଶ ଯୋଜନା) ମାଧ୍ୟମରେ ଯୋଗାଇ ଦିଆଯାଉଥିବା ଛତୁଆ, ଲଡୁ, ହାଲୱା ପ୍ୟାକେଟ୍‌ଗୁଡ଼ିକୁ ନିର୍ଦ୍ଧାରିତ ଓଜନରେ ନ ଦେଇ ତା’ ଠାରୁ କମ୍‌ ଦିଆଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଗୁରୁବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କଠରେ ଲିଖିତ ଅଭିଯୋଗ କରି ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ବ୍ଲକର ୨୫ ପଞ୍ଚାୟତରେ ୩୫୧ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ସେଥିମଧ୍ୟରୁ ଗୋଟିଏ ଯୋଗାଣକାରୀ ସଂସ୍ଥା (ଏସ୍‌ଏଚ୍‌ଜି) ୨୨ ପଞ୍ଚାୟତରେ ଶିଶୁ, ପ୍ରସୂତି, ଗର୍ଭବତୀଙ୍କୁ ଛତୁଆ, ଲଡୁ, ହାଲୱା ପ୍ୟାକେଟ୍‌ ଦୀର୍ଘଦିନ ଧରି ଦେଇଆସୁଥିବା ବେଳେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ପ୍ୟାକେଟ୍‌ର ଛତୁଆର ପରିମାଣ ୪କେଜି ୯ଶହ ଗ୍ରାମ୍‌ ହିତାଧିକାରୀଙ୍କୁ ପ୍ରଦାନ କରାଯିବାର ଥିବା ବେଳେ ଯୋଗାଣକାରୀ ସଂସ୍ଥା ଦ୍ୱାରା ୪କେଜି ୧ଶହ ଗ୍ରାମ୍‌ ଓଜନର ପ୍ୟାକେଟ୍‌ ପ୍ରଦାନ କରାଯାଉଛି। ପ୍ରତି ପ୍ୟାକେଟ୍‌ରୁ ୮ଶହ ଗ୍ରାମ୍‌ କମ୍‌ ଥିବାବେଳେ ଲଡୁ ପ୍ୟାକେଟ୍‌ ଓ ହାଲୱା ପ୍ୟାକେଟ୍‌ରେ ମଧ୍ୟ ଓଜନ କମ୍‌ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପ୍ରତ୍ୟେକ ମାସ ୨୫ତାରିଖ ସୁଦ୍ଧା ଅଙ୍ଗନୱାଡ଼ି ସଂସ୍ଥା ଦ୍ୱାରା ହିତାଧିକାରୀଙ୍କୁ ବଣ୍ଟନ କରାଯିବାର ନିୟମ ଥିବାବେଳେ ଯୋଗାଣକାରୀ ସଂସ୍ଥା ବିଭିନ୍ନ ଆଳ ଦେଖାଇ ୧୦ରୁ ୧୫ଦିନ ପରେ ପ୍ରଦାନ କରୁଛନ୍ତି। ଏହାର ସୁଯୋଗ ନେଇ ଚତୁରତାର ସହ ଗୋଟିଏ ଗୋଟିଏ ମାସର ନ ଦେଇ ମଧ୍ୟ ସରକାରଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିନେଉଛନ୍ତି। ଅଙ୍ଗନୱାଡ଼ି କର୍ମୀମାନେ ଏହାର ପ୍ରତିବାଦ କରିବାରୁ ସ୍ଥାନୀୟ ପ୍ରଶାସନିକ ଓ ରାଜନୈତିକ ଚାପ ପକାଇ ସେମାନଙ୍କୁ ଚୁପ୍‌ କରାଯାଉଛି। ଫଳରେ ହିତାଧିକାରୀମାନେ ପୁଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏହିପରି ମିଳିମିଶି ହିତାଧିକାରୀଙ୍କୁ ଠକେଇ କରିବା ସହ ସରକାରଙ୍କୁ ଲୁଟୁଥିବା ଯୋଗାଣକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହିତାଧିକାରୀ ସବିତା ସିଂ, ସୀତା ସିଂ, ମାଳତୀ ସିଂ, କୁନ୍ତଳା ମୁର୍ମୁ, ରୁଦ୍ରାଣି କିସ୍କୁ, ଲିଲିମଣି ମାଝି ଓ କେତକୀ ମାଝି ପ୍ରମୁଖ।
ନୀଳଗିରି ବ୍ଲକ ସମନ୍ବିତ ଶିଶୁ ବିଭାଗ ଅଧିକାରିଣୀ ସଂଯୁକ୍ତା ମହାରଣା କହନ୍ତି, ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଲେଶ୍ୱର ଜିଲା ସମନ୍ବିତ ଶିଶୁ ବିଭାଗ ଅଧିକାରିଣୀ କୁନ୍ତଳା ମଲ୍ଲିକଙ୍କୁ ସନ୍ଧ୍ୟାରେ ଫୋନ୍‌ ମାଧ୍ୟମରେ ପଚାରିବାରୁ, ଅଫିସ୍‌ ସମୟରେ କହିବେ ବୋଲି କହି କଲ୍‌ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?