ବାଲେଶ୍ୱର

ଆବର୍ଜନାରେ ଭର୍ତ୍ତି ଝୁମ୍ପୁରା ବଜାର ରାସ୍ତା

ଝୁମ୍ପୁରା, ୨୪।୬ (ଡି.ଏନ.ଏ.)-କେନ୍ଦୁଝର ଜିଲାର ଝୁମ୍ପୁରା ବଜରା, ପରିବା ମାର୍କେଟ, ସାପ୍ତାହିକ ହାଟ ବସୁଥିବା ଜାଗା, ଝୁମ୍ପୁରା ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ କୁଢ କୁଢ ଆବର୍ଜନା ଭର୍ତ୍ତି ହୋଇଛି। ବର୍ଷା ହେଲେ ଏହି ଆବର୍ଜନା ରାସ୍ତାରେ ଭାସୁଛି।...

ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବଦଳୁନି ସୂଚନାବୋର୍ଡ

ଝୁମ୍ପୁରା, ୨୪।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନାର ଅଧିକାର ଅଧିନିୟମ-୨୦୦୫ର ଲେଖାଥିବା ସୂଚନା ବୋର୍ଡରେ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନାମ ଲେଖା ନ ଥିବାବେଳେ, ଜନ ସୂଚନା ଅଧିକାରୀ ବିଜୟା ନନ୍ଦ ବେହେରା ଗତ ୨୦୧୮ ଡିସେମ୍ବର ମାସରୁ ଅବସର...

କାନପୁର କେନାଲର ମାଟି ଉଠାଣ: ତହସିଲରେ ଅଭିଯୋଗ

ଝୁମ୍ପୁରା, ୨୪।୬(ଡି.ଏନ.ଏ.)-କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର କେନାଲ ନିର୍ମାଣରେ ମାଟି ଉଠାଣକୁ ନେଇ ବିବାଦ ଦେଖାଦେବା ପରେ ତହସିଲରେ ଅଭିଯୋଗ ହେବା ସହିତ ପଳାଶପଙ୍ଗା ବିଟହାଉସରେ ଏତଲା ହୋଇଛି। ସୂଚନା ଯୋଗ୍ୟ ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତରେ...

ଶାସଙ୍ଗ ଶ୍ରୀଜଗନ୍ନାଥ ମନ୍ଦିରରେ ପଟିଦିଅଁ ସେବା

ବାଲେଶ୍ୱର ଅଫିସ, ୨୪।୬-ବାଲେଶ୍ୱର ସଦର ବ୍ଲକ ଶାସଙ୍ଗ ଗ୍ରାମରେ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ସନ୍ଧ୍ୟାରେ ପଟିଦିଅଁମାନଙ୍କୁ ଏକ ଶୋଭାଯାତ୍ରାରେ ଆଣି ମନ୍ଦିରରେ ପହଞ୍ଚାଇବା ପରେ ଠାକୁରମାନଙ୍କଠାରେ ଅନ୍ନଭୋଗ ଲାଗି ପହଣ୍ଡିରେ ଅଣସର ଗୃହକୁ ବିଜେ କରାଯାଇଥିଲା। ତା’ ପରେ ଅଣସର...

ବର୍ଦ୍ଧିତ ଭତ୍ତାରୁ ବଞ୍ଚତ୍ତ ଜଗବନ୍ଧୁ

ବନ୍ତ, ୨୪।୬ (ଡି.ଏନ.ଏ.) – କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଗରିବ ବୃଦ୍ଧାବୃଦ୍ଧ, ବିଧବାମାନଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟରେ ଭତ୍ତା ପ୍ରଦାନର ସୁବିଧା କରିଛନ୍ତି। ମାତ୍ର ଏହି ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀମାନେ ପାଇପାରୁ ନାହାନ୍ତି। ରାଜ୍ୟ ସରକାର...

କମ୍ପାନୀର ଜବରଦଖଲରେ ଚାଷଜମି – ଶାଗମାଛ ଦରରେ ଜମି ନେଇ ଯାଉଛି କମ୍ପାନୀ

ଯୋଡ଼ା,୨୪।୬(ଡ଼ିଏନଏ)- ସାଧାରଣ ଲୋକଙ୍କ ଜମିକୁ ବିଭିନ୍ନ ଉପାୟରେ ଶାଗମାଛ ମୂଲ୍ୟରେ ଟାଟା କମ୍ପାନୀ କିପରି ନିଜ ଅଧୀନକୁ ନେଉଛି, ତାର ଆଉ ଏକ ଉଦାହରଣ ଏବେ ଲୋକଲୋଚନକୁ ଆସିଛି। କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ରହୁଥିବା ସୁରେଶ ପଲେଇ...

ମୁଣ୍ଡ କାଟି ଗଛରେ ଟାଙ୍ଗିଦେଲେ; ୨ ଦିନ ପରେ ମିଳିଲା ମୃତଦେହ

କେନ୍ଦୁଝର,୨୪ା୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ସୁକଡୋଳା ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରି ତାଙ୍କ ମୁଣ୍ଡ କାଟି ଏକ ଗାମୁଛାରେ ଗୁଡାଇ ଗଛରେ ଟାଙ୍ଗିଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୟାକୋଟ ଥାନା ପୋଲିସ ରବିବାର...

ଚାକିରି ଦେବା ନାଁରେ ଠକେଇ; ୪ ଯୁବତୀ ସମେତ ୬ ଗିରଫ

କେନ୍ଦୁଝର,୨୪ା୬ (ସ୍ବ.ପ୍ର.)-ଏକ ମାର୍କେଟିଂ ସଂସ୍ଥା ଖୋଲି ବେକାର ଯୁବତୀଯୁବକଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଠକିଥିବା ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୋଲିସ ୪ ଯୁବତୀଙ୍କ ସମେତ ୬ ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଏନେଇ ଥାନାରେ...

ସପ୍ତମ ଦିନରେ ଆମରଣ ଅନଶନ:୮ ଗୁରୁତରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି

ଚମ୍ପୁଆ,୨୩ା୬(ଡି.ଏନ.ଏ.)-ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ଏସ୍‌ଆର୍‌ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରି ବଡକାଳିମାଟି ଗ୍ରାମବାସୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି। ଏହାଫଳରେ ୮ଜଣ ଗୁରୁତର ହେବାରୁ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ଜଣକୁ ଜିଲା...

ଚିକିତ୍ସା ପାଇଁ ଏମ୍‌ସରେ ଭର୍ତ୍ତି ହେଲେ ଶୀତଲ

ଭଦ୍ରକ ଅଫିସ, ୨୩।୬ – ୧୧ ମାସ ପୂର୍ବେ ଭଦ୍ରକ ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାରେ ଆହତ ହୋଇଥିବା ଶୀତଲ ସାହୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ସ୍ଥାନୀୟ ବିଧାୟକ ସଞ୍ଜୀବ ମଲ୍ଲିକ ତିନିଦିନ ତଳେ ଘୋଷଣା କରିଥିଲେ।...

ପ୍ରଦୂଷିତ ହେଉଛି ବୈତରଣୀ : ମୁଖ୍ୟ କାରଣ ସାଜିଛି ବିଭାଗୀୟ ଉଦାସୀନତା

ଆନନ୍ଦପୁର,୨୩ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ଦେଇ ପ୍ରବାହିତ ବୈତରଣୀ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି। ଏଥିପ୍ରତି ଆନନ୍ଦପୁର ପୌରପାଳିକାର ନଜର ପଡୁନି। ବିପର୍ଯ୍ୟସ୍ତ ପରିମଳ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ସତ୍ତ୍ୱେ ପୌରପାଳିକା ପକ୍ଷରୁ କୌଣସି ପଦକ୍ଷେପ...

ବାହାନଗାରେ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ବାହାନଗା,୨୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ରେଳଷ୍ଟେଶନ ନିକଟ ଲୋପ ଲାଇନ୍‌ରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ସୋରରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମାତ୍ର ଏହାର...

ଅବକାରୀ ବିଭାଗର ଚଢ଼ାଉ: ମହିଳା ସମେତ ୫ ଗିରଫ

ଜଳେଶ୍ୱର, ୨୩।୬ : ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିିଆ ଥାନା ଅଧୀନ ଦକ୍ଷିଣପ୍ରହରାଜପୁର, ପ୍ରହରାଜପୁର, ବେହେରା ସାହି, ମୁଣତୁଣିଆ ଆଦି ଅଞ୍ଚଳରେ ରବିବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ନିର୍ଦ୍ଦେଶରେ...

୪ ଦୋକାନରୁ ଚୋରି: ପୋଲିସ ପାଟ୍ରୋଲିଂକୁ ନେଇ ପ୍ରଶ୍ନବାଚୀ

ବାହାନଗା,୨୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ଶନିବାର ବିଳମ୍ବିତ ରାତିରେ ଏକକାଳୀନ ୪ଟି ଦୋକାନରେ ଚୋରି ହୋଇଛି। ଏ ନେଇ ସ୍ଥାନୀୟ ଲୋକେ ପୋଲିସ ପାଟ୍ରୋଲିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରବିବାର ଦୋକାନ ମାଲିକମାନେ ଗୋପାଳପୁର ଫାଣ୍ଡିରେ...

୬ ଖଣି ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ ସାର୍ଟିଫିକେଟ ମାମଲାରେ ଓ୍ବାରେଣ୍ଟ ଜାରି

କେନ୍ଦୁଝର, ୨୩ା୬ (ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ବିପୁଳ ଖଣିଜ ସମ୍ପଦ ଲୁଟ କରିଥିବା ୩୧ ଖଣିର ୨୩ ଲିଜଧାରୀଙ୍କଠାରୁ ୬୩୫୦ କୋଟି ଟଙ୍କା ଜରିମାନା ଆଦାୟ ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାମଧ୍ୟରେ ବର୍ଷାଧିକ ସମୟ ବିତିଲାଣି। କିନ୍ତୁ ସମ୍ପୃକ୍ତ ସବୁ...

ଅସୁରକ୍ଷିତ ବୈତରଣୀ ସୁରକ୍ଷାବନ୍ଧ

ଆନନ୍ଦପୁର,୨୩।୬(ସ୍ବ.ପ୍ର.)- ବନ୍ୟା ଦାଉରୁ ଆନନ୍ଦପୁର ପୌରପରିଷଦ ଏବଂ ଆନନ୍ଦପୁର ବ୍ଲକ ଅଞ୍ଚଳର ଅନେକ ସ୍ଥାନର ସୁରକ୍ଷା ଦୃଷ୍ଟିରୁ ୨୦୧୬ ମାର୍ଚ୍ଚ ୧ ତାରିଖ ଦିନ ବୈତରଣୀ ନଦୀର ବାମ ପାର୍ଶ୍ୱ ନଦୀ ବନ୍ଧକୁ ସୁଦୃଢ ଓ ପ୍ରଶସ୍ତୀକରଣ କରାଯିବା ନିମନ୍ତେ...

ଅସରାଏ ବର୍ଷାରେ ଅବସ୍ଥା ବେହାଲ

ବାସୁଦେବପୁର, ୨୩।୬ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ସହର ପୌରପାଳିକାର ମାନ୍ୟତା ଲାଭ କରିଥିଲେ ମଧ୍ୟ ସହରବାସୀଙ୍କ ସର୍ବନିମ୍ନ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଏ ଦିଗରେ ପୌରପାଳିକା ଧ୍ୟାନ ଦେଉ ନ ଥିବା ସହରବାସୀ ଅଭିଯୋଗ କରି...

ଦିନ ଦ୍ୱିପ୍ରହରେ ୫ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍‌

କୁଳିଅଣା,୨୩।୬ (ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା କୁଳିଅଣା ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଶନିବାର ଅପରାହ୍ନରେ ୨ ଜଣ ଲୁଟେରା ଗ୍ରାହକ ବେଶରେ ଆସି ଦୋକାନୀଙ୍କୁ ଡେଉଁରିଆ ମାଗିଥିଲେ।...