୪ ଡାକ୍ତରଙ୍କୁ ଦୈନିକ ୫୦୦ ରୋଗୀ

ଜଳେଶ୍ୱର,୨୭ା୨(ଡି.ଏନ୍‌.ଏ):ସମଗ୍ର ଉତ୍ତର ବାଲେଶ୍ୱରରେ ଜିକେ ଭଟ୍ଟର ଚିକିତ୍ସାଳୟ ଚିକିତ୍ସା କ୍ଷେତ୍ରରେ ରୋଗୀଙ୍କ ଭରସା ପାଲଟିଥିବା ବେଳେ ଡାକ୍ତର ଅଭାବ ପରିସ୍ଥିତିକୁ ଜଟିଳ କରୁଛି ା ମାତ୍ର ୪ଜଣ ଡାକ୍ତର ଦୈନିକ ପ୍ରାୟ ୫୦୦ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ ଡାକ୍ତରଖାନାକୁ ମିଳୁଥିବା ଔଷଧ ମାସର ୨୦ ଦିନରେ ଶେଷ ହେଉଛି ା ଫଳରେ ରୋଗୀଙ୍କ ପାଇଁ ୧୦ ଦିନର ଔଷଧ ନିଅଣ୍ଟ ପଡ଼ୁଥିବା ପରିଲକ୍ଷିତ ହେଉଛି ା
ୟୁନିଟ୍‌ ଭାବେ ଜିକେ ଭଟ୍ଟର ଚିକିତ୍ସାଳୟ ବେଶ୍‌ ପରିଚିତ। ଜଳେଶ୍ୱର, ଭୋଗରାଇ, ରାଇବଣିଆ ଓ ପଶ୍ଚିମବଙ୍ଗର ବିଭିନ୍ନ ଡାକ୍ତରଖାନାରୁ ରୋଗୀଙ୍କୁ ଏଠାକୁ ପଠାଯାଇଥାଏ ା ଏହି କ୍ରମରେ ସ୍ତ୍ରୀରୋଗ, ଶିଶୁ ରୋଗ, ଭେଷଜ ବିଭାଗ, ଶଲ୍ୟ ବିଭାଗ, ଦାନ୍ତ ରୋଗ, ଅସ୍ଥିଶଲ୍ୟ ବିଭାଗର ପ୍ରାୟ ୫୦୦ ରୋଗୀ ପ୍ରତିଦିନ ଆଉଟଡୋର (ବର୍ହିବିଭାଗରେ) ଚିକିତ୍ସିତ ହେଉଛନ୍ତି ା
ପୂର୍ବରୁ ଏଠାରେ ୧୩ଜଣ ଡାକ୍ତର ରହୁଥିବା ବେଳେ ଏବେ ୨୪ ଘଣ୍ଟାରେ ୪ଜଣ ଡାକ୍ତର ସେବା ଯୋଗାଉଛନ୍ତି ା ଡେପୁଟେସନ୍‌ରେ ଆସୁଥିବା ୩ ଡାକ୍ତର ସପ୍ତାହକୁ ୨ ଦିନ ଲେଖାଏ କାର୍ଯ୍ୟ କରୁଛନ୍ତି ା
ଏଠାରେ ୧୬ଜଣ ନର୍ସ ରହିବାକୁ ଥିବା ବେଳେ ଏବେ ୧୨ଜଣ ରହିଛନ୍ତି ା ସେଥିରୁ ୩ଜଣଙ୍କୁ ୩ଟି ସବ୍‌ ସେଣ୍ଟରକୁ ପଠାଯାଇଥିବାରୁ ମାତ୍ର ୯ଜଣରେ ଡାକ୍ତରଖାନା ଚଳାଇବା କଷ୍ଟସାଧ୍ୟ ବୋଲି ନର୍ସ ସଂଘ ପକ୍ଷରୁ କୁହାଯାଇଛି। ସେହିପରି ୮ଜଣ ଫାର୍ମାସିଷ୍ଟ ରହିବାକୁ ଥିବା ବେଳେ ୩ଜଣରେ ଡାକ୍ତରଖାନା ଚାଲିଛି। ହସ୍ପିିଟାଲକୁ ମିଳଥିବା ଔଷଧ ମଧ୍ୟରୁ ବହୁ ଔଷଧ ପ୍ରଥମ ୨୦ ଦିନରେ ଶେଷ ହେଉଥିବାରୁ ଅନ୍ୟ ୧୦ ଦିନ ପାଇଁ ସମସ୍ତ ଔଷଧ ଯୋଗାଯାଇପାରୁ ନାହିଁ। ୫ବର୍ଷ ପୂର୍ବରୁ ନିର୍ମିତ ହୋଇଥିବା ୫ ମହଲା ବିଶିଷ୍ଟ ମାତୃ ଓ ଶିଶୁ ମଙ୍ଗଳ ସେବାକେନ୍ଦ୍ର ଡାକ୍ତର ଓ କର୍ମଚାରୀ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ ା
ସ୍ବଚ୍ଛଭାରତ କାର୍ଯ୍ୟକ୍ରମ, ଶବ ବ୍ୟବଚ୍ଛେଦ, ଲିପ୍ଟ ଚାଳନା, ଜରୁରୀ କାଳୀନ ସେବା ଯୋଗାଇବା ଅସମ୍ଭବ ହୋଇ ପଡ଼ିଛି ା ୬୦ନଂ. ଜାତୀୟ ରାଜପଥ, ୫୭ନଂ. ରାଜ୍ୟ ରାଜପଥ ନିକଟରେ ଏହା ରହିଥିବାରୁ ପ୍ରତିଦିନ ପ୍ରାୟ ୪୫ ଆପତ୍ତକାଳୀନ ରୋଗୀ ଏଠାକୁ ଆସିଥାନ୍ତି ା ହେଲ୍ପ ଡେକ୍ସ କାର୍ଯ୍ୟକ୍ଷମ ହୋଇପାରୁନାହିଁ କି ରୋଗୀଙ୍କୁ ଗରମ ଦିନରେ ଥଣ୍ଡା ଓ ଥଣ୍ଡା ଦିନରେ ଗରମ ପାଣି ଯୋଗାଇ ଦିଆଯାଇପାରୁ ନାହିଁ। ଏପରି ଅବ୍ୟବସ୍ଥା ବିରୋଧରେ ବିଭିନ୍ନ ସଂଗଠନ ଆନ୍ଦୋଳନ ଲାଗି ସଜବାଜ ହେଉଥିବା ସୂଚନା ମିଳିଛି ା
ସ୍ବାସ୍ଥ୍ୟ ବିଭାଗ ଏହି ଡାକ୍ତରଖାନାର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ସବୁ ରାଜନୈତିକ ଦଳ, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଂଗଠନ ଓ ଜନସାଧାରଣ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?