ବଲାଙ୍ଗୀର

ଲୁହା ବୋଝେଇ ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୧୪।୧୦- ବଲାଙ୍ଗୀର ସହର ସତ୍ୟନାରାୟଣପଡାଠାରେ ଶୁକ୍ରବାର ରାତିରେ ଏକ ଲୁହା ବୋଝେଇ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ ଆରୋହୀ ଜଣଙ୍କ ହେଲେ ବରଗଡ ଜିଲା ଡାଙ୍ଗବାହାଲ ଗାଁର କୃଷ୍ଣଚନ୍ଦ୍ର ଭୋଇ। ତେବେ…

ମାତାଲ ହେବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ୨ ଶିକ୍ଷକ

ବଲାଙ୍ଗୀର ଅଫିସ , ୧୪।୧୦: ମାତାଲ ହେବା ପଡ଼ିଲା ମହଙ୍ଗା। ଚାକିରିରୁ ନିଲମ୍ବିତ ହେଲେ ଦୁଇ ଶିକ୍ଷକ। ବଲାଙ୍ଗିର ଜିଲ ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ମାଟୁପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ସହକାରୀ ଶିକ୍ଷକ ସଂଜିବ ଦୋରା…

କୃଷି ବୀମା ସହାୟତା ଦାବି: ଟିଟିଲାଗଡ଼ରେ ଚାଷୀଙ୍କ ରେଳରୋକୋ

ଟିଟିଲାଗଡ଼,୧୪।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାର ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ ଦାବିରେ ଶୁକ୍ରବାର ଟିଟିଲାଗଡ଼ ରେଳ ଷ୍ଟେଶନଠାରେ ରଳରୋକୋ ଆନ୍ଦୋଳନ ହୋଇଛି। ହଜାର ହଜାର ସଂଖ୍ୟାରେ ଚାଷୀ ସ୍ଥାନୀୟ ହାଇସ୍କୁଲ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ…

ସଂଘର୍ଷ ସମିତି ପକ୍ଷରୁ ଧାରଣା, ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର ଅଫିସ,୧୪।୧୦: ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବଲାଙ୍ଗୀର ସଂଘର୍ଷ ସମିତି ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଥିଲା। ସମିତିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ସହରର ବିଭିନ୍ନ ସାମାଜିକ ସଂଗଠନ ଯୋଗ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ…

ସମୟରେ ଆସୁନାହାନ୍ତି ଶିକ୍ଷକ, ବାହାରେ ବୁଲୁଛନ୍ତି ପିଲା

ଲାଠୋର, ୧୪ା୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର କ୍ଳଷ୍ଟର ଅଧୀନ ଝଲିଆଲିଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନେ ଧାର୍ଯ୍ୟ ସମୟରେ ଶିକ୍ଷାନୁଷ୍ଠାନକୁ ଆସୁନାହାନ୍ତି। ଫଳରେ ସମୟରେ ସ୍କୁଲ ଆସି ପିଲାମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳୁଛି। ଅଭିଭାବକମାନେ ଅଭିଯୋଗ କଲେ ବି…

ଧାର୍ଯ୍ୟ ସମୟରେ କାମ ସାରିବାକୁ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ, ୧୪ା୧୦: ପୂର୍ତ୍ତ ବିଭାଗ ପ୍ରଧାନ ସଚିବ ବୀର ବିକ୍ରମ ଯାଦବ ଗୁରୁବାର ବଲାଙ୍ଗୀର ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ। ସଚିବ ଯାଦବ ପ୍ରଥମେ ଗନ୍ଧରେଲଠାରେ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ…

କୁକୁର କାମୁଡ଼ାରେ ଶିଶୁକନ୍ୟା ମୃତ, ୧୨ ଗୁରୁତର

ବଲାଙ୍ଗୀର ଅଫିସ, ୧୪ା୧୦: ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବାଲିପଟା ଓ ସାନକଲଙ୍ଗାପାଲି ଗଁାରେ ଗୁରୁବାର ବୁଲା କୁକୁର ଆତଙ୍କରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଲା କୁକୁର ଉଭୟ ଗଁାର ୧୩ ଜଣଙ୍କୁ କାମୁଡ଼ି ଗୁରୁତର କରିଦେଇଥିଲା। ସବୁଠୁ…

ବଲାଙ୍ଗୀରରେ ଚାଲିଛି ବେଧଡ଼କ ସେକ୍ସ ର଼୍ୟାକେଟ

ବଲାଙ୍ଗୀର ଅଫିସ,୧୩।୧୦: ବଲାଙ୍ଗୀର ସହର ଭିତରେ ବେଧଡ଼କ ଭାବେ ସେକ୍ସ ର଼୍ୟାକେଟ ଚାଲିଛି। ସହରର ଶାସ୍ତ୍ରୀନଗର ପଡାର ଏକ ଘରେ ସେକ୍ସ ର଼୍ୟାକେଟ ଚାଲିଥିବା ନେଇ ଟାଉନ ପୋଲିସକୁ ସୂଚନା ମିଳିଥିଲା। ଗୁରୁବାର ପୋଲିସର ଏକ ଟିମ୍‌ ଘର ଉପରେ ଚଢାଉ…

ଭିଜିଲାନ୍ସ ଜାଲରେ ବିଇଓ

ବଲାଙ୍ଗୀର ଅଫିସ,୧୨ା୧୦: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର ବ୍ଲକ ଶିକ୍ଷାଧିକାରୀ(ବିଇଓ) ରାଘବ ପାଣିଗ୍ରାହୀ। ୧୦ ହଜାର ଟଙ୍କା ଲାଞ୍ଚ ନେଇ ବିଇଓ ଗିରଫ ହୋଇଛନ୍ତି। କୌଣସି ଏକ ଅଭିଯୋଗକୁ ନେଇ ପାଟଣାଗଡ଼ ରମାଇ ହାଇସ୍କୁଲର ସହକାରୀ ଶିକ୍ଷକ ସୁରେଶ ମେହେରଙ୍କ ନାଁରେ…

ଭାଇ ଜିଉଁନ୍ତିଆ ଓଷା ସାରି ଫେରୁଥିଲେ ଘରକୁ : ହାଇଓ୍ବା ଧକ୍କାରେ ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ

ବଲାଙ୍ଗୀର ଅଫିସ,୧୧।୧୦: ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ। ମଙ୍ଗଳବାର ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର-ଟିଟିଲାଗଡ ରାସ୍ତାର ସିଂହଖମନ ଛକଠାରେ । ବାଇକରେ ବଲାଙ୍ଗୀରରୁ କଳାହାଣ୍ଡି ଯାଉଥିବା ସମୟରେ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ତ୍ରୀ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁରିବାହାଲ ଏପିଓ

ବଲାଙ୍ଗୀର ଅଫିସ/ ମୁରିବାହାଲ,୮ା୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଆଡିସନାଲ ପ୍ରୋଗ୍ରାମ ଅଫିସର (ଏପିଓ) ସୁଶାନ୍ତ କୁମାର ଦାସ ଶୁକ୍ରବାର ଜଣେ ଗଁା ସାଥୀଙ୍କ ଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି। ମହାତ୍ମାଗାନ୍ଧୀ ଜାତୀୟ…

୩୪ବର୍ଷ ପରେ ଖୋଲିଲା ଜବତ ବାକ୍ସ

ଲୋଇସିଂହା, ୭।୧୦(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପ୍ରାଥମିକ କୃଷି ସମବାୟ ସମିତି ଗୋଦାମ ଘରେ ବନ୍ଧା ପଡିଥିବା ସ୍ବାଧୀନତା ସଂଗ୍ରାମୀ ତଥା ସ୍ବାଧୀନତା ପରବର୍ତ୍ତୀ ପ୍ରି ଆସେମ୍ଲି ବିଧାୟକ କପୁର୍ଚ୍ଚନ ନାଏକଙ୍କ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଦୀର୍ଘ ୩୪ବର୍ଷ ପରେ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?