ଅମରି ଲଟାରେ ପରିପୂର୍ଣ୍ଣ ମସିଣା ଡ୍ୟାମ

ଲାଠୋର,୩ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅଧୀନ ମସିଣା ଗ୍ରାମରେ ରହିଥିବା ଡ୍ୟାମ(ବନ୍ଧ) ବର୍ତ୍ତମାନ ମାଟି ଢିପ ଏବଂ ଅମରି ଲଟାରେ ପରିପୂର୍ଣ୍ଣ ହୋଇରହିଛି। ଦୀର୍ଘ ବର୍ଷ ହେଲା ପଙ୍କ ଉଦ୍ଧାର ହୋଇ ନ ଥିବା ଯୋଗୁ ଗ୍ରାମ ତଥା ଆଖପାଖ ଗ୍ରାମର ଚାଷୀଙ୍କ ଜମିକୁ ଜଳସେଚନ ହୋଇ ପାରୁ ନ ଥିବା ନେଇ ଗ୍ରାମର ଚାଷୀ ରାଜ କିଶୋର ଭୋଇ, ପଟ୍ଟନାଏକ ଭୋଇ,ସୁନ୍ଦର ନାଗ,ରୁଦ୍ରମଣି ଭୋଇ,ଟଙ୍କ ନାଗ,କୃଷ୍ଣଚନ୍ଦ୍ର ଲିଟି ପ୍ରମୁଖ ଅଭିଯୋଗ କରିଛନ୍ତି। ମସିଣା ଗ୍ରାମ ଏକ ଆଦିବାସୀ ବହୁଳ ଗ୍ରାମ। ଏଠାରେ ବସବାସ କରୁଥିବା ଅଧିକାଂଶ ପରିବାର ଚାଷ କରି ଓ ଦାଦନ ଖଟିବାକୁ ଯାଇ ଯାହା ରୋଜଗାର କରନ୍ତି ସେଥିରେ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜମିକୁ ଜଳସେଚନ ପାଇଁ ସରକାର ଗତ ୧୯୮୦ ମସିହାରେ ଏଠାରେ ଏକ ଡ୍ୟାମ ନିର୍ମାଣ କରିଥିଲେ। ଡ୍ୟାମର ପୂର୍ବ ଦିଗରେ ଧୂମା ପର୍ବତ,ପଶ୍ଚିମରେ ଘୁଡ଼ାଚରା ପର୍ବତ ଏବଂ ଉତ୍ତରରେ ଚଣ୍ଡି ପର୍ବତ ରହିଛି। ଡ୍ୟାମରୁ ବାମ ,ଡାହାଣ ଦୁଇ ଗୋଟି ମୁଖ୍ୟ କେନାଲ ତଥା ଜରା ମହୁଲ,ପଡ଼ିଆ ବାହାଲି, କେନ୍ଦୁଭଟା ୩ ଗୋଟି ଶାଖା କେନାଲକୁ ମିଶାଇ ମୋଟ ୫ ଗୋଟି କେନାଲ ସାହାଯ୍ୟରେ ଜଳସେଚନ ବ୍ୟବସ୍ଥା କରାଯାଇଛି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଡ୍ୟାମରେ ଅମରି ଲଟା ମାଡି ଚାଲିଥିବା ବେଳେ ମଝିରେ ମାଟି ଜମା ହୋଇ ବଡ ବଡ ଢିପ ହୋଇରହିଛି। ଦୀର୍ଘ ଦିନରୁ ପଙ୍କ ଉଦ୍ଧାର ହୋଇ ନ ଥିବା ଯୋଗୁ ଜଳଧାରଣ କ୍ଷମତା କମିବା ସହ ଆବଶ୍ୟକ ମୁତାବକ ପାଣି ଜମିକୁ ମାଡି ପାରୁନାହିଁ ା ଏହି ଡ୍ୟାମରୁ ପ୍ରଥମେ ମସିଣା,ଝଲିଆଲିଟି,କରୁଆଝର ଏବଂ ସାନଗୁର୍ଜିଭଟା ଗ୍ରାମର ହାରାହାରି ୧୫୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ ହେଉଥିଲା। ବର୍ତ୍ତମାନ ଡ୍ୟାମର ଅବସ୍ଥା ଶୋଚନୀୟ ହୋଇ ପଡିଥିବା ଯୋଗୁ ଖରିଫ ରୁତୁରେ ୧୦୦ ହେକ୍ଟର ଜମିକୁ ଜଳସେଚନ ହେଉଥିବା ବେଳେ ରବି ଋତୁରେ ମାତ୍ର ୫୦ ହେକ୍ଟର ଜମିକୁ ଜଳସେଚନ ହୋଇ ପାରୁଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଡ୍ୟାମରୁ ମାଟି ଢିପ ଓ ଅମରି ଲଟାକୁ କାଟି ସଫା କରିବା ସହ ପଙ୍କ ଉଦ୍ଧାର କଲେ ୪ ଖଣ୍ଡ ଗ୍ରାମର ଚାଷୀ ଉପକୃତ ହୋଇ ପାରିବେ। ଦୀର୍ଘ ଦିନ ହେଲା ଗ୍ରାମର ଚାଷୀମାନେ ଏହି ସମସ୍ୟାର ସମାଧାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କେହି ନଜର ଦେଉନାହାନ୍ତି। ଫଳରେ ଏଠିକାର ଚାଷୀମାନଙ୍କ ଆର୍ଥିକ ସ୍ଥିତି ଧୀରେ ଧୀରେ ଦୋହଲିବାରେ ଲାଗିଛି। ଏନେଇ ଖପ୍ରାଖୋଲ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ବିଶ୍ୱଜିତ ବାରିକଙ୍କୁ ପଚାରିବାରେ ଟଙ୍କା ଆସିଛି। ପାଣି ଟିକେ ଶୁଖିଲେ କାମ ଆରମ୍ଭ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri