‘ବିଧାୟକଙ୍କ ଗାଡ଼ିକୁ ବିଜେଡି ନେତା ଅଣ୍ଡାମାଡ଼ କରି ନ ଥିଲେ’

ବଲାଙ୍ଗୀର ଅଫିସ, ୧୫ା୧୨: ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ମଙ୍ଗଳବାର ପୁଇଁତଳା ମଣ୍ଡି ପରିଦର୍ଶନରେ ଯିବାବେଳେ ତାଙ୍କ ଗାଡିକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ବିଜେଡି ଜିଲା ଉପସଭାପତି ତଥା ପୁଇଁତଳା ପାକ୍ସ ସଭାପତି ସୁରେଶ ନାଏକ, ବିଜେଡି ବ୍ଳକ ସଭାପତି ବିଷ୍ଣୁ ପଟେଲ ଓ ତାଙ୍କ ସହଯୋଗୀ ସାମିଲ ଥିବା ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଘଟଣା ପରେ ବିଜେଡି ଯୁବନେତା ନିହାର ରଞ୍ଜନ ବେହେରା ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସାମ୍ବାଦିକ ଭବନଠାରେ ଖବରଦାତା ସମ୍ମିଳନୀ କରିଥିଲେ। ବିଧାୟକ ଗାଡି ଏବଂ ଭାଜପା କର୍ମୀଙ୍କୁ ବିଜେଡି ନେତା ଆକ୍ରମଣ କରି ନ ଥିଲେ କି ଅଣ୍ଡାମାଡ କରି ନ ଥିଲେ। ସ୍ଥାନୀୟ ଲୋକେ ବିଧାୟକଙ୍କୁ ଗାଡିକୁ ଅଣ୍ଡା ମାଡ କରିଥାଇପାରନ୍ତି ବୋଲି ସେ କହିଥିଲେ। ଏହାବାଦ୍‌ ଭାଲେର-କୁରୁଲ ପୋଲ ତିଆରି ପାଇଁ ଅନୁଦାନ ବ୍ୟବସ୍ଥା ହୋଇ ନ ଥିବା ସତ୍ତ୍ୱେ ବିଧାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ନେଇ ତାଙ୍କୁ ଲୋକେ କଳା ପତାକା ଦେଖାଇଥିଲେ ବୋଲି କହିଥିଲେ। ତେବେ ପୋଲିସ କାହିଁକି ବିଜେଡି ନେତାଙ୍କୁ ଗିରଫ କଲା ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ଯୁବନେତା ବେହେରା ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ତେବେ ଖବରଦାତା ସମ୍ମିଳନୀରେ ବିଧାୟକଙ୍କ ଗାଡିକୁ ଅଣ୍ଡାମାଡ଼ ଘଟଣାର ସେ ନିନ୍ଦା କରିଥିଲେ। ଖବରଦାତା ସମ୍ମିଳନୀରେ ପୁଇଁତଲା ବ୍ଳକ୍‌ ଅଧ୍ୟକ୍ଷ ସରୋଜ ପ୍ରଧାନ, ବ୍ଳକ୍‌ ଛାତ୍ର ବିଜେଡି ସଭାପତି ଶ୍ରୀପତି ପଧାନ, ଯୁବ ବ୍ଳକ୍‌ ବିଜେଡି ସଭାପତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରମଜାନ ମାସରେ ଖାଦ୍ୟ ବାଣ୍ଟୁଛନ୍ତି ୨୦ ମୁସ୍‌ଲିମ୍‌ ଯୁବକ

କଟକ ଅଫିସ,୩୦ା୪: ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ମାସ ରମ୍‌ଜାନ୍‌। ଏହି ମାସଟିକୁ ସେମାନେ ବର୍ଷ ତମାମ ଅପେକ୍ଷା କରିଥାନ୍ତି। ଦାନ ଓ ପୂଣ୍ୟ ମାସ...

ପୁଅର ଦରମା ପାଇଁ ମା’ ବାପାଙ୍କ ଆମରଣ ଅନଶନ

ଖୁଣ୍ଟା,୪ା୨(ଡ଼ି.ଏନ୍‌.ଏ.)-ପୁଅର ଦରମା ଟଙ୍କା ମଞ୍ଜୁର ପାଇଁ ମା’ବାପାଙ୍କୁ ଆମରଣ ଅନଶନରେ ବସିବାକୁ ପଡ଼ିଛି । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ...

ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୪ା୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି। ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ...

ବିଳମ୍ବରେ ସ୍କୁଲ ଖୋଲିବା ମହଙ୍ଗା ପଡିଲା: ତାଲା ପକାଇଲେ ଗ୍ରାମବାସୀ

ଖଇରା, ୧୫।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପାଣିସାଉଁଳି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକମାନେ ଶିଶୁ ଦିବସ ଭଳି ପବିତ୍ର ଦିବସରେ ବିଳମ୍ବରେ ସ୍କୁଲ ଆସିବା ମହଙ୍ଗା...

ଆକ୍ରମଣ ଘଟଣା: ବାପପୁଅଙ୍କୁ ୧୨ବର୍ଷ କାରାଦଣ୍ଡ

ନୟାଗଡ଼ ଅଫିସ,୨୦ା୧: ନୟାଗଡ଼ ଜିଲା ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ମାନସ କୁମାର ପଣ୍ଡା ଶନିବାର ଏକ ଆକ୍ରମଣ ଘଟଣାର ବିଚାର କରି ବାପପୁଅଙ୍କୁ ୧୨...

ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା

କେନ୍ଦୁଝର,୧୪ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କାଇଯୋଡ଼ା ଗ୍ରାମରେ ସୋମବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୁଗୁନୁ ମୁଣ୍ଡା।...

ଭଦ୍ରକରେ ପହଞ୍ଚିଲା ତୃତୀୟ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌

ଭଦ୍ରକ ଅଫିସ,୧୩ା୫: ଭଦ୍ରକ ଷ୍ଟେଶନରେ ବୁଧବାର ତୃତୀୟ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ପହଞ୍ଚିଛି। ଏଥିରେ ସମୁଦାୟ ବିଭିନ୍ନ ଜିଲାର ୧୮୪ ଜଣ ଓହ୍ଲାଇଛନ୍ତି। ଭଦ୍ରକର ୫୧,...

କରୋନା ପଜିଟିଭ୍‌ ଚିହ୍ନଟ ପରେ ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍‌: ସ୍କୁଲରେ ଫିବର କ୍ଲିନିକ

ଜି. ଉଦୟଗିରି,୨୬।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୨ ଜଣ ନର୍ସ ଓ ଜଣେ ଆଟେଣ୍ଡାଣ୍ଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ...

Advertisement
Archives

Model This Week