ଫେଲ ମାରିଛି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା

ଦେଓଗାଁ,୨ା୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ନାନା ଅବ୍ୟବସ୍ଥା ଘେରରେ ଚାଲିଛି। ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ଅଭାବ ଯୋଗୁଁ ୨୪ଘଣ୍ଟିଆ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି ଜନସାଧାରଣ। ଅନ୍ୟପକ୍ଷେ ଶିଶୁ ଓ ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ନ ଥିବାରୁ ଜନସାଧାରଣ ବାହାରକୁ ଯାଇ ଖର୍ଚ୍ଚାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
୨୦୧୦ ମସିହାରେ ଏଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଲା। ଫଳରେ ବ୍ଲକର ଜନସାଧାରଣ ଉନ୍ନତ ସେବା ମିଳିବାର ଯଥେଷ୍ଟ ଆଶା ରଖିଥିଲେ। ହେଲେ ଆଜକୁ ୧୨ବର୍ଷ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ର ସେହି ପୁରୁଣା କୋଠାରେ ଅବ୍ୟବସ୍ଥା ଘେରରେ ଚାଲିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା କେବଳ କାଗଜ କଲମରେ ସୀମିତ ରହିଯାଇଛି। ସରକାରୀ ନିୟମାନୁସାରେ ଏହି କେନ୍ଦ୍ରରେ ୨ଜଣ ବିଶେଷଜ୍ଞଙ୍କ ସମେତ ୧୨ଜଣ ଡାକ୍ତର ନିଯୁକ୍ତି ହେବା କଥା। ହେଲେ ବର୍ତ୍ତମାନ ଏଠାରେ ମାତ୍ର ୨ଜଣ ଡାକ୍ତର ରହିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ଚିତ୍ତରଞ୍ଜନ ମିଶ୍ରଙ୍କୁ ରାମଚନ୍ଦ୍ରପୁର ପ୍ରାଥମିକ ଚିକିସତ୍ାଳୟକୁ ଫେରାଇନିଆଯାଇଛି। ଏପଟେ ଡା. ମିଲନମୟୀ ପାଣିଗ୍ରାହୀ ପିଜି କୋର୍ସ ଅଧ୍ୟୟନ ପାଇଁ ବାହାରକୁ ଯିବା ସ୍ଥିର ହୋଇଛି। କିଛି ଦିନତଳେ ଠିକା ଚୁକ୍ତିଭିତ୍ତିକ ଭାବେ ଯୋଗଦେଇଥିବା ୨ଜଣ ଡାକ୍ତର ଇସ୍ତଫା ଦେଇଥିଲେ। ଫଳରେ ବର୍ତ୍ତମାନ ନିୟମିତ ଡାକ୍ତର ଗୀତାଞ୍ଜଳି ସାହୁ ଓ ପାଟଣାଗଡରୁ ଡେପୁଟେସନରେ ଆସିଥିବା ଡା.ଏସ.ମଲ୍ଲିକ କାର୍ଯ୍ୟରତ ରହିଛନ୍ତି। କେବଳ ଡାକ୍ତର ନୁହନ୍ତି, ଚିକିତ୍ସାଳୟରେ ୧୦ଜଣ ନର୍ସ ରହିବା ସ୍ଥଳେ ମାତ୍ର ୨ଜଣ ଅଛନ୍ତି। କିରାଣୀ ଉତ୍ତମ ବାଗଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସପ୍ତାହକ ୩ଦିନ ପାଇଁ ଡେପୁଟେସନ ଦାୟିତ୍ୱ ଦିଆଯାଇଛି। ଫଳରେ ରୋଗୀସେବା ସହ କାର୍ଯ୍ୟାଳୟ କାମ ବ୍ୟାହତ ହେଉଛି। ଏଣୁ ଏଠାରେ ୨୪ଘଣ୍ଟିଆ ସ୍ବାସ୍ଥ୍ୟସେବା ତ ଦୂରର କଥା ଠିକରୂପେ ୬ଘଣ୍ଟାର ସ୍ବାସ୍ଥ୍ୟସେବା ମଧ୍ୟ ଲୋକଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି। ଗତ ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ପଞ୍ଚାୟତ ଜନପ୍ରତିନିଧିମାନେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଯୋଗାଇ ଦେବାପାଇଁ ବିଧାୟକ ନରସିଂହ ମିଶ୍ରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହାସହ ରୋଗୀ କଲ୍ୟାଣ ସମିତି ବୈଠକରେ ମଧ୍ୟ ଡାକ୍ତର ଓ ନର୍ସ ଅଭାବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାସହ ସ୍ବାସ୍ଥ୍ୟକେନ୍ଦ୍ରର ନୂତନକୋଠା ନିର୍ମାଣ, ଗାଡିପାର୍କିଂ ଜୋନ, ବ୍ଲକ ଛକରେ ଗେଟ ନିର୍ମାଣ ଆଦି ଦାବି ଉପସ୍ଥାପନ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ୟା ଉପରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri