ଫେଲ ମାରିଛି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା

ଦେଓଗାଁ,୨ା୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ନାନା ଅବ୍ୟବସ୍ଥା ଘେରରେ ଚାଲିଛି। ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ଅଭାବ ଯୋଗୁଁ ୨୪ଘଣ୍ଟିଆ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି ଜନସାଧାରଣ। ଅନ୍ୟପକ୍ଷେ ଶିଶୁ ଓ ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ନ ଥିବାରୁ ଜନସାଧାରଣ ବାହାରକୁ ଯାଇ ଖର୍ଚ୍ଚାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
୨୦୧୦ ମସିହାରେ ଏଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଲା। ଫଳରେ ବ୍ଲକର ଜନସାଧାରଣ ଉନ୍ନତ ସେବା ମିଳିବାର ଯଥେଷ୍ଟ ଆଶା ରଖିଥିଲେ। ହେଲେ ଆଜକୁ ୧୨ବର୍ଷ ହେଲା ଏହି ସ୍ବାସ୍ଥ୍ୟକେନ୍ଦ୍ର ସେହି ପୁରୁଣା କୋଠାରେ ଅବ୍ୟବସ୍ଥା ଘେରରେ ଚାଲିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା କେବଳ କାଗଜ କଲମରେ ସୀମିତ ରହିଯାଇଛି। ସରକାରୀ ନିୟମାନୁସାରେ ଏହି କେନ୍ଦ୍ରରେ ୨ଜଣ ବିଶେଷଜ୍ଞଙ୍କ ସମେତ ୧୨ଜଣ ଡାକ୍ତର ନିଯୁକ୍ତି ହେବା କଥା। ହେଲେ ବର୍ତ୍ତମାନ ଏଠାରେ ମାତ୍ର ୨ଜଣ ଡାକ୍ତର ରହିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ଚିତ୍ତରଞ୍ଜନ ମିଶ୍ରଙ୍କୁ ରାମଚନ୍ଦ୍ରପୁର ପ୍ରାଥମିକ ଚିକିସତ୍ାଳୟକୁ ଫେରାଇନିଆଯାଇଛି। ଏପଟେ ଡା. ମିଲନମୟୀ ପାଣିଗ୍ରାହୀ ପିଜି କୋର୍ସ ଅଧ୍ୟୟନ ପାଇଁ ବାହାରକୁ ଯିବା ସ୍ଥିର ହୋଇଛି। କିଛି ଦିନତଳେ ଠିକା ଚୁକ୍ତିଭିତ୍ତିକ ଭାବେ ଯୋଗଦେଇଥିବା ୨ଜଣ ଡାକ୍ତର ଇସ୍ତଫା ଦେଇଥିଲେ। ଫଳରେ ବର୍ତ୍ତମାନ ନିୟମିତ ଡାକ୍ତର ଗୀତାଞ୍ଜଳି ସାହୁ ଓ ପାଟଣାଗଡରୁ ଡେପୁଟେସନରେ ଆସିଥିବା ଡା.ଏସ.ମଲ୍ଲିକ କାର୍ଯ୍ୟରତ ରହିଛନ୍ତି। କେବଳ ଡାକ୍ତର ନୁହନ୍ତି, ଚିକିତ୍ସାଳୟରେ ୧୦ଜଣ ନର୍ସ ରହିବା ସ୍ଥଳେ ମାତ୍ର ୨ଜଣ ଅଛନ୍ତି। କିରାଣୀ ଉତ୍ତମ ବାଗଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସପ୍ତାହକ ୩ଦିନ ପାଇଁ ଡେପୁଟେସନ ଦାୟିତ୍ୱ ଦିଆଯାଇଛି। ଫଳରେ ରୋଗୀସେବା ସହ କାର୍ଯ୍ୟାଳୟ କାମ ବ୍ୟାହତ ହେଉଛି। ଏଣୁ ଏଠାରେ ୨୪ଘଣ୍ଟିଆ ସ୍ବାସ୍ଥ୍ୟସେବା ତ ଦୂରର କଥା ଠିକରୂପେ ୬ଘଣ୍ଟାର ସ୍ବାସ୍ଥ୍ୟସେବା ମଧ୍ୟ ଲୋକଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି। ଗତ ଦେଓଗାଁ ପଞ୍ଚାୟତ ସମିତି ବୈଠକରେ ପଞ୍ଚାୟତ ଜନପ୍ରତିନିଧିମାନେ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଯୋଗାଇ ଦେବାପାଇଁ ବିଧାୟକ ନରସିଂହ ମିଶ୍ରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଏହାସହ ରୋଗୀ କଲ୍ୟାଣ ସମିତି ବୈଠକରେ ମଧ୍ୟ ଡାକ୍ତର ଓ ନର୍ସ ଅଭାବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହାସହ ସ୍ବାସ୍ଥ୍ୟକେନ୍ଦ୍ରର ନୂତନକୋଠା ନିର୍ମାଣ, ଗାଡିପାର୍କିଂ ଜୋନ, ବ୍ଲକ ଛକରେ ଗେଟ ନିର୍ମାଣ ଆଦି ଦାବି ଉପସ୍ଥାପନ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ୟା ଉପରେ କୌଣସି ପଦକ୍ଷେପ ନିଆ ନ ଯିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?