ଦାଦନ ଯାଉନାହାନ୍ତି ୨୦ଶ୍ରମିକ ପରିବାର

ଲାଠୋର,୨ା୧୨(ଡି.ଏନ.ଏ.): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରୁଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଖୁସିରେ ପରିବାର ଚଳାଉଛୁ। ନିଜ ଭିଟାମାଟିରେ କାମ କରି ଜୀଇଁବାର ଯେଉଁ ଆନନ୍ଦ ତାହା ବାହାର ରାଜ୍ୟକୁ ଦାଦନ ଖଟି ଯାଇ ମିିଳବନି। ସମ୍ମାନ ନଷ୍ଟ, ଶାରୀରିକ ଓ ମାନସିକ ନିର୍ଯାତନାରେ ଜୀବନ ଚାଲି ଯିବାର ଭୟ ନାହିଁ। ଏଇଠି ଆମକୁ ସରକାର କାମ ଯୋଗାଇ ଦିଅନ୍ତୁ। ଆମେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବୁ ନାହିଁ। ପୁରା ଗାଁକୁ ଦାଦନମୁକ୍ତ ଗାଁରେ ପରିଣତ କରିବୁ। ଏହିଭଳି କହିଛନ୍ତି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ମାଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଜଲପାଙ୍କେଲ ଗ୍ରାମର ୨୦ଦାଦନ ଶ୍ରମିକ ପରିବାର। ଏହି ଅଞ୍ଚଳରେ ସେମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଦାଦନ ଖଟି ଯିବା ଉପରେ ରୋକ ଲଗାଇବା ପାଇଁ ସରକାର ଏମ୍‌ଜିଏନଆରଇଜିଏସ୍‌ରେ କାମ ଯୋଗାଇ ଦେଉଛନ୍ତି। ଅନେକ ଜାଗାରେ ତାର ବ୍ୟତିକ୍ରମ ଦେଖା ଯାଉଥିଲେ ମଧ୍ୟ ଜଲପାଙ୍କେଲ ଗ୍ରାମରେ ଶ୍ରମିକମାନେ ଏହାର ସଦୁପଯୋଗ କରୁଛନ୍ତି। ନିଜ ପରିବାର ସହ ଆଉ ବାହାର ରାଜ୍ୟକୁ ଦାଦନ ଖଟି ଯାଉ ନାହାନ୍ତି। ଏଥିରୁ ଯାହା ରୋଜଗାର କରୁଛନ୍ତି ପରିବାର ଚଳୁଛି ବୋଲି କହିଛନ୍ତି ଗ୍ରାମର ଛଗନ ଦାସ, ଚତୁର ହଂସ, ମଦନ ରଣା, ଆଶାରାମ ହଂସ, ଚକୁ ବେମାଲ, ପୁରନ ଦାସ, ତ୍ରିନାଥ ମାଝି, ମକସିର କଟା, ଡ଼ୁଲାମଣି ରଣା, ନକୁଲ ହଂସ, ବଳଭଦ୍ର ଭୁଏ, କରୁଣା ଭୁଏ, ସୁଜନ ପୁଟେଲ ଏବଂ ଜିତେନ୍ଦ୍ର ରଣାଙ୍କ ପରିବାର। ୨୦୧୯-୨୦ ମସିହାରେ ଏହି ଦାଦନ ପରିବାରରୁ ଆସୁଥିବା ଛଗନ ଦାସ ଜଲପାଙ୍କେଲ ଗ୍ରାମରେ ଗାଁ ସାଥୀଭାବେ ନିଯୁକ୍ତି ପାଇଲା ପରେ ଚିତ୍ର ବଦଳି ଥିଲା। ବାହାର ରାଜ୍ୟକୁ ଦାଦନ ଖଟି ନ ଯାଇ ନିଜ ଅଞ୍ଚଳରେ କାମ କଲେ କଣ ସବୁ ଲାଭ ମିଳିଥାଏ ଶ୍ରମିକ ପରିବାରଙ୍କୁ ବୁଝାଇ ଥିଲେ। ଫଳରେ ଗ୍ରାମରେ ଥିବା ୩୦ପରିବାରଙ୍କ ମଧ୍ୟରୁ ୨୦ପରିବାର ଦାଦନ ଖଟିବାକୁ ଯିବା ବନ୍ଦ କରି ଗାଁରେ କାମ କଲେ। ଏବେ ୧୦ ପରିବାର ଦାଦନ ଖଟି ଯାଉଛନ୍ତି। ଯେଉଁ ପରିବାର ଦାଦନ ଖଟି ଯାଉ ନାହାନ୍ତି ସେମାନେ ଏମଜିଏନଆଇଜିଏସ କାମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ଆଗାମୀ ଦିନରେ ଜଲପାଙ୍କେଲ ଗ୍ରାମକୁ ସମ୍ପୂର୍ଣ୍ଣ ଦାଦନ ଶ୍ରମିକ ମୁକ୍ତ ଗ୍ରାମରେ ପରିଣତ କରିବା ଲକ୍ଷ୍ୟ ରଖିଛି ବୋଲି ଛଗନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri