ଆଇଆଇସି ଗିରଫ: ମାମଲାରୁ ନାଁ କାଟିବାକୁ ନେଉଥିଲେ ୨୫ହଜାର ଟଙ୍କା

ବଲାଙ୍ଗୀର ଅଫିସ, ୫ା୧୨:ଏକ ମାମଲାରୁ ନଁା କାଟିଦେବାକୁ ଲାଞ୍ଚ ନେବାବେଳେ ରବିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ କୁମାର ବେହେରା। ଅଫିସ୍‌ ଚାମ୍ବରରେ ଅଜିତ ଘଡେଇ ନାମକ ବ୍ୟକ୍ତିଙ୍କଠାରୁ ସେ ଉକ୍ତ ଟଙ୍କା ନେଉଥିବାବେଳେ ବଲାଙ୍ଗୀର, ବରଗଡ ଏବଂ ସମ୍ବଲପୁରର ମିଳିତ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିନେଇଥିଲା। ତାଙ୍କଠାରୁ ଲାଞ୍ଚ ବାବଦକୁ ନେଉଥିବା ୨୫ହଜାର ଟଙ୍କା ଜବତ କରାଯାଇଥିଲା। ୨୦୨୦ ମସିହାର ଟଙ୍କା ହେରଫେର ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିଲା। ଏଥିରୁ ନଁା କାଟି ଦେବାକୁ ଆଇଆଇସି ବେହେରା ଘଡେଇଙ୍କଠାରୁ ୨୫ ହଜାର ଟଙ୍କା ଦାବି କରିଥିଲେ। ଏହାପରେ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ଘଡେଇ ଆଇଆଇସି ବେହେରାଙ୍କ ଅଫିସ ଚାମ୍ବରକୁ ଯାଇ ଟଙ୍କା ଦେଇଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ଆଇଆଇସିଙ୍କଠାରୁ ୨୫ ହଜାର ଟଙ୍କା ଜବତ କରିଥିଲା। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ଏକ ମାମଲା (୪୧/୨୨) ରୁଜୁ ହୋଇଛି। ସୋମବାର ଗିରଫ ଆଇଆଇସିଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି ପୌଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି। ଭିଜିଲାନ୍ସ ଟିମ୍‌ ବେହେରାଙ୍କୁ ଗିରଫ କରିବା ପରେ ସିନ୍ଧେକେଲାସ୍ଥିତ ସରକାରୀ କ୍ୱାର୍ଟର୍ସ ଏବଂ କଟକ ଜିଲା ଆୱଲପୁରସ୍ଥିତ ପୈତୃକ ଘରେ ଚଢ଼ାଉ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri