ମଣ୍ଡିରେ ଅବ୍ୟବସ୍ଥା ଦେଖି ବିଧାୟକ ଅସନ୍ତୁଷ୍ଟ

ଲୋଇସିଂହା,୧୫।୧୨(ଡି.ଏନ୍‌.ଏ): ଲୋଇସିଂହା ବିଧାୟକ ମୁକେଶ ମହାଲଙ୍ଗ ଗୁରୁବାର ଆଗଲପୁର ଗସ୍ତ କରି ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଆଗଲପୁର, ଭରସୁଜା, ରୋତ, ବକଟି, ପଟୁଆପାଲି ଓ ମୁରଷୁଣ୍ଢି ପାକ୍ସ ପରିଦର୍ଶନରେ ଯାଇ ସମସ୍ୟା ଉପରେ ସ୍ଥାନୀୟ ଚାଷୀଙ୍କ ସହ ସେ ଆଲୋଚନା କରିଥିଲେ। ମଣ୍ଡି ପରିଦର୍ଶନ ବେଳେ ନାନା ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିବା ବିଧାୟକ ମହାଲିଙ୍ଗ କହିଛନ୍ତି।

୨୫ ନଭେମ୍ବରରୁ ଜିଲାରେ ଧାନକିଣା ଶୁଭାରମ୍ଭ ହୋଇଛି। ହେଲେ କିଣା ବିଳମ୍ବରେ ହେବାରୁ ଏବେ ୧୫ଦିନ ପିଛଲା ଧାନ କିଣା ଚାଲିଛି ା ପ୍ରତ୍ୟେକ ମଣ୍ଡିରେ ୨ରୁ ୪ କେଜି ଧାନ କଟ୍‌ନିି କରାଯାଉଥିବା ଚାଷୀ ଅଭିଯୋଗ କରିଥିବା ସେ କହିଛନ୍ତି। ପାକ୍ସରେ ଅନୁବନ୍ଧିତ ମିଲର୍ସମାନେ ଚାଷୀଙ୍କୁ ବସ୍ତା ଓ ସୁତଲି ଯୋଗାଉ ନାହାନ୍ତି। ଧାନ ଅନଲୋଡ ଓ ବୋଝେଇ ପାଇଁ ମିଲର୍ସ ଶ୍ରମିକଙ୍କୁ ଟଙ୍କା ପୈଠ କରିଥାନ୍ତି। ଶ୍ରମିକମାନେ ଚାଷୀଙ୍କଠାରୁ ଟଙ୍କା ନେଉଥିବାରୁ ମଣ୍ଡିରେ ଚାଷୀ ଶୋଷଣ ନୀତି ଅପଣାଉଥିବା ସେ ଅଭିଯୋଗ କରିଛନ୍ତି। ଧାନ ମାପ ବେଳେ କେବଳ ରାଉଣ୍ଡ ଫିଗର ଲେଖା ଯାଉଛି, ବଳକା ଧାନ ଗଣନା କରାଯାଉନାହିଁ। ଏପଟେ କଟ୍‌ନି ହେଉଥିବାରୁ ଚାଷୀ ମଣ୍ଡିରେ କ୍ଷତିସହୁଛି। ମଣ୍ଡିରେ ଚାଷୀଙ୍କ ସୁବିଧା ପାଇଁ ଆରଏମସି ସହାୟତା କରିଥାନ୍ତି। ହେଲେ ମଣ୍ଡିରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ରାଜ୍ୟ ସରକାର ମଣ୍ଡି ପରିଚାଳନା ଏବଂ କମିଶନ ବାବଦକୁ ୨୫ ଟଙ୍କା ଦେଇଥାନ୍ତି। ହେଲେ ୨୦୧୮ମସିହାରୁ ଏଯାଏ ଦେଇ ନ ଥିବାରୁ ରାଜ୍ୟ ସରକାରଙ୍କ ଉପରେ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri