ଅନୁଗୋଳ

ଗ୍ରୋସେରି ଦୋକାନରେ ମଦ ବିକ୍ରି

ପବିତ୍ରନଗର,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ପୋଲିସ ଗ୍ରୋସେରି ଦୋକାନରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୌଣିଘଷା ଗ୍ରାମର ବିମ୍ବାଧର ସାହୁ(୫୦)ଙ୍କୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସମଲ ଥାନା ଏସ୍‌ଆଇ କମଳାକ୍ଷ ପ୍ରସାଦ ନାୟକ ଓ ଅନ୍ୟ…

ବ୍ୟାପୁଛି ଜଙ୍ଗଲ ନିଆଁ

ଛେଣ୍ଡିପଦା,୨୧।୪(ସ୍ବ.ପ୍ର.): ହୁ ହୁ ହୋଇ ଜଳୁଛି ଜଙ୍ଗଲ। ନିଆଁର ଆଁରେ ପୋଡ଼ି ପାଉଁଶ ହୋଇଚାଲିଛି ମୂଲ୍ୟବାନ ବନ୍ୟ ସମ୍ପଦ। ବହୁ ଜୀବଜନ୍ତୁଙ୍କ ଜୀବନହାନି ଆଶଙ୍କା ମଧ୍ୟ କରାଯାଉଛି। ହେଲେ ଏହାକୁ କିପରି ଆୟତ୍ତ କରାଯିବ ସେ ଦିଗରେ ତତ୍ପରତା ପ୍ରକାଶ କରୁନି…

ହିଙ୍ଗୁଳା ଲୋକ ମହୋତ୍ସବ: ମନମୋହିଲା ଶିବ ତାଣ୍ଡବ, ଗଣେଶ ବନ୍ଦନା

ତାଳଚେର,୨୦।୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଅବସରରେ ଚାଲିଥିବା ୧୮ତମ ଲୋକ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ ହେଉଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ପାରମ୍ପରିକ ନୃତ୍ୟ ଦର୍ଶକମାନଙ୍କୁ ଘଣ୍ଟା…

ଜମି ଚିହ୍ନଟ ନେଇ ତ୍ରିପାକ୍ଷିକ ବୈଠକ

ଅନୁଗୋଳ ଅଫିସ,୨୦।୪- ନାଲ୍‌କୋ କମ୍ପାନୀର ଉତ୍କଳ ‘ଡି’ ଓ ‘ଇ’ କୋଇଲା ଖଣି ନିମନ୍ତେ କେରେଜାଙ୍ଗ ଗ୍ରାମରେ ରେଲୱେ ସାଇଡିଙ୍ଗର ଜମି ଚିହ୍ନଟ ପ୍ରକ୍ରିୟା ପାଇଁ ନିକଟସ୍ଥ ଗ୍ରାମ ଯଥା ସାନକେରେଜାଙ୍ଗ ଓ ଗୋଳାବନ୍ଧ ଗ୍ରାମବାସୀଙ୍କ ସହିତ ଏକ ବୈଠକ ମଙ୍ଗଳବାର…

ଭାଙ୍ଗିଦେଲେ, ଗଢ଼ୁନାହାନ୍ତି

ବଇଣ୍ଡା,୨୦।୪ (ପରିକ୍ଷିତ ସାହୁ) – ରାଜପଥ ସମ୍ପ୍ରସାରଣ ନିମନ୍ତେ ୪ ବର୍ଷ ତଳୁ ଭଙ୍ଗାଯାଇଛି ରାଜ୍ୟ ସରକାରଙ୍କ ଏକାଧିକ କାର୍ଯ୍ୟାଳୟ। ଏପରି କି ଶିକ୍ଷାନୁଷ୍ଠାନ ମଧ୍ୟ ଏହି ଉଚ୍ଛେଦରୁ ବାଦ୍‌ ପଡ଼ିନାହିଁ। ନୂତନ ସ୍ଥାନରେ ଏସବୁ ଅଫିସ କୋଠା ଗଢ଼ାଯିବାର ଥିଲେ…

କଟକରୁ ୧୫୪୦ କିଲୋ ନକଲି ଡିଟରଜେଣ୍ଟ ପାଉଡର ଜବତ

କଟକ ଅଫିସ,୧୯।୪: କଟକରୁ ପୁଣି ନକଲି ଡିଟରଜେଣ୍ଟ ପାଉଡର ଜବତ ହୋଇଛି। ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ମାଲଗୋଦାମ ଥାନା ପୋଲିସ ମଙ୍ଗଳବାର ଚଢାଉ କରି ୧୫୪୦ କିଲୋ ନକଲି ଡିଟରଜେଣ୍ଟ ଜବତ କରିଛି। ଏହାସହ ଡିଟରଜେଣ୍ଟ ତିଆରି ମେଶିନ, ତିଆରି…

ବେଲାଦୁଲାରୁ ଦୂର ହେଉଛି ଅନ୍ଧବିଶ୍ୱାସ

ବଇଣ୍ଡା,୧୯।୪(ଡି.ଏନ.ଏ.) ଦୀର୍ଘବର୍ଷ ଧରି ଅନ୍ଧବିଶ୍ୱାସର ଶିକାର ହୋଇଥିବା ଆଠମଲ୍ଲିକ ବ୍ଲକ କନ୍ଧପଡା ପଞ୍ଚାୟତ ବେଲାଦୁଲା ଗ୍ରାମରେ ଛାତଘର ନିର୍ମାଣ ହେଉ ନ ଥିଲା। ହେଲେ ଗତବର୍ଷ ପ୍ରଶାସନ ସହଯୋଗରେ ଗଁା ଲୋକଙ୍କ ମନରୁ ପୂର୍ବ ଅନ୍ଧବିଶ୍ୱାସ ଦୂର କରାଯାଇ ପ୍ରଥମ କରି…

ପାଇପ୍‌ ମରାମତି କଲା ପ୍ରଶାସନ

ମାଧପୁର,୧୯।୪(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର କୁନ୍ଦନାଳୀ ଗ୍ରାମକୁ ନିକଟସ୍ଥ କନ୍ଧପଡା ପାନୀୟ ଜଳ ପ୍ରକଳ୍ପରୁ ଯାଇଥିବା ପାଇପ୍‌ ଫାଟିଯିବା କାରଣରୁ ୨ ଦିନ ହେଲା ପିଇବା ପାଣି ବିଲରେ ମାଡ଼ୁଥିଲା। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।…

ଜରାଜୀର୍ଣ୍ଣ ଘରେ ଶିକ୍ଷାଦାନ

ପବିତ୍ରନଗର,୧୯।୪(ଡି.ଏନ.ଏ) ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ଗ୍ରାମର ସ୍କୁଲ ପ୍ରାଙ୍ଗଣରେ ଏକ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରାୟ ୩ ବର୍ଷରୁ ଊଦ୍ଧର୍‌ବ ହେବ ନିର୍ମାଣ ସରିଛି। ଶିଶୁମାନଙ୍କ ନିମନ୍ତେ ସୁନ୍ଦର ଭାବେ ଚିତ୍ରଣ କରାଯିବା ସହିତ ପାଇଖାନା ଓ ପାଣି…

‘ଚାଷୀଙ୍କ ଆୟ ଦ୍ବିଗୁଣିତ କରିବ ଡ୍ରୋନ୍‌’

ଛେଣ୍ଡିପଦା,୧୯।୪(ସ୍ବ.ପ୍ର.) ଚାଷୀଙ୍କୁ ସହାୟକ ହେବ ଡ୍ରୋନ୍‌। ଡ୍ରୋନ୍‌ ସହାୟତାରେ ଚାଷୀ ଫସଲରେ କୀଟନାଶକ ସିଞ୍ଚନ କରି ନିଜର ସମୟ ବଞ୍ଚାଇବା ସହ ଆୟ ମଧ୍ୟ ବଢ଼ାଇପାରିବ। ଏହି ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ୧୦୦ କିଷାନ୍‌ ଡ୍ରୋନ୍‌ର ଶୁଭାରମ୍ଭ କରିଛନ୍ତି। ଏହା…

ବ୍ୟାଘ୍ର ପ୍ରକଳ୍ପରୁ ବିସ୍ଥାପିତ ହେବ କଟରଙ୍ଗ

ବନ୍ତଳା, ୧୯।୪ (ଦିନେଶ ଦେହୁରୀ) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ କୋର୍‌ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ବିସ୍ଥାପିତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ପ୍ରାଥମିକତାରେ ରାଇଗୁଡା ଗ୍ରାମକୁ ବିସ୍ଥାପିତ କରାଯାଇଥିବା ବେଳେ ଏବେ ଟିକରପଡା ପଞ୍ଚାୟତ ଅଧୀନରେ…

ହାଟ କରୁଛି ହଟହଟା

ଖମାର,୧୯।୪(ଡି.ଏନ.ଏ.) ପାଲଲହଡ଼ା ବ୍ଲକ ଖମାର ବଜାର ରାସ୍ତା ପାର୍ଶ୍ୱରେ ସୋମବାରିଆ ବସୁଥିବା ସାପ୍ତାହିକ ହାଟ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚାଲୁଛି। ଏଥିଯୋଗୁ ବେପାରୀ, ଗ୍ରାହକ ଓ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ହଟହଟା ହେବାକୁ ପଡ଼ୁଛି। ଅନେକ ସମୟରେ ରାସ୍ତା ଜାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?