ଭାଙ୍ଗିଦେଲେ, ଗଢ଼ୁନାହାନ୍ତି

ବଇଣ୍ଡା,୨୦।୪ (ପରିକ୍ଷିତ ସାହୁ) – ରାଜପଥ ସମ୍ପ୍ରସାରଣ ନିମନ୍ତେ ୪ ବର୍ଷ ତଳୁ ଭଙ୍ଗାଯାଇଛି ରାଜ୍ୟ ସରକାରଙ୍କ ଏକାଧିକ କାର୍ଯ୍ୟାଳୟ। ଏପରି କି ଶିକ୍ଷାନୁଷ୍ଠାନ ମଧ୍ୟ ଏହି ଉଚ୍ଛେଦରୁ ବାଦ୍‌ ପଡ଼ିନାହିଁ। ନୂତନ ସ୍ଥାନରେ ଏସବୁ ଅଫିସ କୋଠା ଗଢ଼ାଯିବାର ଥିଲେ ହେଁ ଦୀର୍ଘବର୍ଷ ମଧ୍ୟରେ ତାହା ହୋଇପାରି ନାହିଁ। ଜାଗା ଅଭାବ ଥିବା ପ୍ରଶାସନ ସଫେଇ ଦେଉଥିଲେ ହେଁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ବଇଣ୍ଡା ଅଞ୍ଚଳବାସୀ। ପ୍ରଶାସନର ଏପରି ବିଫଳତା ଯୋଗୁ ଛତ୍ରୀଛାତ୍ରମାନେ ବିପଦସଙ୍କୁଳ ଗୃହରେ ବସି ପଢ଼ୁଥିବାବେଳେ ଜନସାଧାରଣ ସେମାନଙ୍କ ଆପତ୍ତି, ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ଆଉ କେତେ ବର୍ଷ ଅପେକ୍ଷା କରିବେ ବୋଲି ପ୍ରଶ୍ନ କରିଛନ୍ତି।
ଅନୁଗୋଳ ଜିଲା ଦେଇ ଯାଇଥିବା କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର କିଶୋରନଗର ବ୍ଲକ ଜାମୁନାଳୀଠାରୁ ଭାଙ୍ଗମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ୱରେ ଉଚ୍ଛେଦ କାର୍ଯ୍ୟ ସମ୍ପୂର୍ଣ୍ଣ ସରିଯାଇଛି। ୨୦୧୮ ମସିହା ମେ ୧୭ ତାରିଖରେ ବଇଣ୍ଡା ଛକରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେହି ସମୟରେ ବଇଣ୍ଡା ଠାରେ ଥିବା ରାଜସ୍ବ କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସାଳୟ, ପୂର୍ତ୍ତ ବିଭାଗ ବଙ୍ଗଳା, କିଶୋରଗଞ୍ଜ ପ୍ରାଥମିକ ବିଦ୍ୟାଳୟ, ନୁନୁକାପଶି ପଞ୍ଚାୟତର ରାଜୀବ ସେବାକେନ୍ଦ୍ର, ବଇଣ୍ଡା ଫାଣ୍ଡି, ବଇଣ୍ଡା କଲେଜ, ବଇଣ୍ଡା ଛକ ଯାତ୍ରୀ ବିଶ୍ରାମାଗାରକୁ ଭାଙ୍ଗି ଦିଆଯାଇଥିଲା। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏସବୁ ସରକାରୀ କାର୍ଯ୍ୟାଳୟ ପୁନଃ ନିର୍ମାଣ ଦିଗରେ ପ୍ରଶାସନ କିମ୍ବା ଠିକାସଂସ୍ଥା ଗୁରୁତ୍ୱ ଦେଉ ନ ଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବଇଣ୍ଡା ରାଜସ୍ବ କାର୍ଯ୍ୟାଳୟର ନୂତନ କୋଠା ତିଆରି ୨୦୨୦ ମସିହାରୁ ଆରମ୍ଭ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଫଳରେ ଏକ ଭଡ଼ା ଘରେ ତାହା ଚାଲୁଛି। ସେହିପରି ବିଦ୍ୟାଳୟ କୋଠା ନିର୍ମାଣ ହେଉ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ଥିବା ଗୃହ ବାରଣ୍ଡାରେ ବସି ପଢିବାକୁ ବାଧ୍ୟ ହେଉଛନ୍ତି। ପୂର୍ତ୍ତ ଡାକବଙ୍ଗଳା ନିର୍ମାଣ ହେଉ ନ ଥିବାରୁ ଅତିଥିମାନେ ବାମୁର ବଙ୍ଗଳା ଉପରେ ନିର୍ଭର କରୁଛନ୍ତି। ପ୍ରାଣୀ ଚିକିତ୍ସାଳୟ କୋଠା ତିଆରି ହେଉ ନ ଥିବାରୁ ନୁନୁକାପଶି ପଞ୍ଚାୟତବାସୀ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ପାଇଁ ୭ କିଲୋମିଟର ଦୂର ହଣ୍ଡପା ପ୍ରାଣୀ ଚିକିତ୍ସାଳୟକୁ ଯାଉଛନ୍ତି। ରାଜୀବ ଭବନ, ଫାଣ୍ଡି, ଯାତ୍ରୀ ବିଶ୍ରାମାଗାର ଆଦି ତିଆରି ପାଇଁ ଏଯାଏ ଜମି ଚିହ୍ନଟ ହୋଇପାରି ନାହିଁ। ଏହି ସମସ୍ତ ସରକାରୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବଇଣ୍ଡା ଗ୍ରାମବାସୀ ୧୨ ମେ ୨୦୧୯, ୨୫ ମାର୍ଚ୍ଚ ୨୦୨୦ ଓ ୩୦ ଜୁଲାଇ ୨୦୨୧ରେ ମୁଖ୍ୟମନ୍ତ୍ରୀ, ଅନୁଗୋଳ ଜିଲାପାଳ, ଉପଜିଲାପାଳ, ତହସିଲଦାର, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହଁି। ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ବଇଣ୍ଡା ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri