ହିଙ୍ଗୁଳା ଲୋକ ମହୋତ୍ସବ: ମନମୋହିଲା ଶିବ ତାଣ୍ଡବ, ଗଣେଶ ବନ୍ଦନା

ତାଳଚେର,୨୦।୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଅବସରରେ ଚାଲିଥିବା ୧୮ତମ ଲୋକ ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ ହେଉଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ପାରମ୍ପରିକ ନୃତ୍ୟ ଦର୍ଶକମାନଙ୍କୁ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖୁଛି। ଚତୁର୍ଥ ସାରେ ମୁଖ୍ୟ ଅତିଥି ଭାବରେ ଉତ୍ତର କେନ୍ଦ୍ରାଞ୍ଚଳ ପୋଲିସ ଡିଆଜି ଡ.ସାର୍ଥକ ଷଡଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଳଚେର ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସ୍ବାତୀ ଏସ୍‌. କୁମାର ଯୋଗ ଦେଇଥିଲେ। ଦୀର୍ଘ ୨ ବର୍ଷ ପରେ ମା’ ଙ୍କ ପ୍ରସିଦ୍ଧ ଯାତ୍ରା ସହ ଲୋକ ମହୋତ୍ସବ ଆୟୋଜନ ନେଇ ମୁଖ୍ୟ ଅତିଥି ଟ୍ରଷ୍ଟ ବୋର୍ଡକୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କଳିଙ୍ଗ କଲୋନୀସ୍ଥିତ ଉତ୍କଳିକା ଡ୍ୟାନ୍ସ ଗ୍ରୁପ୍‌ର କୁନିକୁନି କଳାକାରମାନେ ଗଣେଶ ବନ୍ଦନା, ଶିବ ତାଣ୍ଡବ ପରିବେଷଣ କରି ଦର୍ଶକମାନଙ୍କୁ ଚମତ୍କୃତ କରିଦେଇଥିଲେ। ସେହିପରି କେନ୍ଦ୍ରାପଡ଼ାର ଗଡମେକର ନାଟ୍ୟ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଶାବତାର, କୃଷ୍ଣ ଲୀଳା ଆଦି ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ତାଳଚେର ଗୋଡିବନ୍ଧର ଡ୍ୟାନ୍ସ ଏକାଡେମୀ କଳାକାରମାନେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ଏହାସହିତ ବଲାଙ୍ଗୀରର କୋଶଳ ଲୋକନୃତ୍ୟ ଦଳ ଧୁଡୁକି ନୃତ୍ୟ, ଗଞ୍ଜାମର ଯୋଡିଶଙ୍ଖ ଦଳ ଡାଲଖାଇ, ଯୋଡିଶଙ୍ଖ, ରଣପା ଆଦି ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ଓ ଲକ୍ଷ୍ମୀପ୍ରିୟା ସେନାପତି ପରିଚାଳନା କରିଥିଲେ। ଟ୍ରଷ୍ଟ ବୋର୍ଡ ସଦସ୍ୟ ମୁରଲୀଧର ସାହୁ, ରାଜେନ୍ଦ୍ର ସିଂହ, ସଞ୍ଜୟ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଗଗନ ବିହାରୀ ସାହୁଙ୍କ ସମେତ ଧୁଳେଶ୍ୱର ବେହେରା ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ କଳାକାରଙ୍କୁ ଟ୍ରଷ୍ଟବୋର୍ଡ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଜଣଙ୍କ ଜୀବନ ଗଲା

ବଡ଼ବିଲ, ୧୨।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଏନ୍‌ଏଚ ୫୨୦ର ରୋଇଡା ଛକ ନିକଟରେ ଶନିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି...

ବେଙ୍ଗ ତରକାରି ଖାଇ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୧ା୨(ସ୍ବ.ପ୍ର.): ବାମେବାରୀ ଥାନା ଅନ୍ତର୍ଗତ ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରି ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା...

ମହିଳାଙ୍କ ଜମାଖାତାରୁ ୩୯ ହଜାର ଗାଏବ

ଦିଗପହଣ୍ଡି,୨୭ା୭(ଡି.ଏନ.ଏ.)-ଦିଗପହଣ୍ଡି ଏନ୍‌ଏସି ୧ନଂ. ୱାର୍ଡ ନୀଳକଣ୍ଠ ନଗରରେ ରହୁଥିବା ଜଣେ ସାମରିକ ବାହିନୀ କର୍ମଚାରୀଙ୍କ ସ୍ତ୍ରୀ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଗତ ୧୯...

ସପ୍ତାହରେ ତିଆରି କଲେଣି ୨୦ ହଜାର ମାସ୍କ

ଛେଣ୍ଡିପଦା,୧।୪(ସ୍ବ.ପ୍ର.) – କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ଲୋକ ମାସ୍କ ବ୍ୟବହାର କରୁଛନ୍ତି। ଏଥିଯୋଗୁ ବଜାରରେ ମାସ୍କର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ...

ସୁନ୍ଦରଗଡ଼ର ପର୍ଯ୍ୟଟନ ବିଭବରେ ଯୋଡ଼ି ହେଲା ମନ୍ଦିର

ସୁନ୍ଦରଗଡ଼, ୭।୧(ଡି.ଏନ.ଏ.): ସୁନ୍ଦରଗଡ଼ ସହର ଅଙ୍ଗିରାପାଟ ପାହାଡ ଉପର ସତସଙ୍ଗ ବିହାରଠାରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ନବନିର୍ମିତ ଭବ୍ୟ ଶ୍ରୀମନ୍ଦିର ଶୁଭ ପ୍ରତିଷ୍ଠା...

ମଣ୍ଡିରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ଧାନକିଣା ବାଧାପ୍ରାପ୍ତ

ଭବାନୀପାଟଣା,୫।୧(ସ୍ବ.ପ୍ର.): କଳାହାଣ୍ଡି ଜିଲାର ୧୩୬ରୁ ଊଦ୍ଧର୍‌ବ ମଣ୍ଡିରେ ଗୁରୁବାର ୨ ଦଫା ଦାବି ନେଇ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏହାଦ୍ୱାରା ମଣ୍ଡିରେ ଧାନ...

ବଡଦିନ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା

ଫୁଲବାଣୀ ଅଫିସ/ରାଇକିଆ(ଡି.ଏନ.ଏ.)୨୪ା୧୨: ଦିନକ ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସେମାନଙ୍କ ପ୍ରମୁଖ ପର୍ବ ବଡଦିନ ପାଳନ କରିବେ। ଏଥିଲାଗି ଜିଲାର ସମସ୍ତ ଚର୍ଚ୍ଚ ଚଳଚଞ୍ଚଳ ହୋଇଉଠିଛି। ବଡ଼ଦିନକୁ...

ସମାଜ ସେବାରେ ବେସାମରିକ ବାହିନୀର କାର୍ଯ୍ୟ ପ୍ରଶସଂନୀୟ

କୋରାପୁଟ,୬।୧୨(ସ୍ବ.ପ୍ର.): କୋରାପୁଟସ୍ଥିତ କାର୍ନିଭାଲ ପଡ଼ିଆରେ ଶୁକ୍ରବାର ୫୭ିତମ ବେସାମରିକ ବାହିନୀର ପ୍ରତିରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୋରାପୁଟ ଅତିରିକ୍ତ ଜିଲାପାଳ ଦେବେନ...

Advertisement
Archives

Model This Week