ବାନ୍ଧିପାରୁନି ବନ ବିଭାଗ

ବଇଣ୍ଡା,୨୨।୪(ପରିକ୍ଷିତ ସାହୁ) ଫାଶରେ ପଡ଼ି ଛାଟିପିଟି ହେଉଥିବା କଲରାପତରିଆକୁ ଗୁଳି କରିଥିଲେ ଶିକାରୀ। ପରେ ନଖ କାଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ୪ ମାସ ବିତିଗଲାଣି। ହେଲେ ତଦନ୍ତ ଓ ଚଢ଼ାଉରେ ସୀମିତ ରହିଛି ବନ ବିଭାଗର କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତ ଶିକାରୀମାନେ ଜଙ୍ଗଲରେ ପୁନଃ ସକ୍ରିୟ ରହିଥିଲେ ମଧ୍ୟ ସେମାନଙ୍କୁ ବାନ୍ଧିବା ତ ଦୂରର କଥା ଏଯାଏ ସନ୍ଧାନ କରିପାରୁନି ବନ ବିଭାଗ। ଏହାକୁ ନେଇ ସାମାଜିକ କର୍ମୀ ଓ ପରିବେଶବିତ୍‌ମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ପ୍ରକାଶ ଯେ, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଅନୁଗୋଳ ଜିଲାର ଆଠମଲ୍ଲିକ ଅଞ୍ଚଳରେ ଶିକାରୀଙ୍କ ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି। ସାତକୋଶିଆ ସଂଲଗ୍ନ ଏସବୁ ଜଙ୍ଗଲରେ ବହୁ ସଂଖ୍ୟାରେ ଜୀବଜନ୍ତୁ ଥିବାରୁ ଶିକାରୀଙ୍କ ଅବାଧ ପ୍ରବେଶ ଚିନ୍ତାର କାରଣ ହୋଇଛି। ଗତ ୧୭ ଡିସେମ୍ବର ୨୦୨୧ ରାତିରେ ହଣ୍ଡପା ରେଞ୍ଜ ପେଡ଼ିପଥର ସେକ୍ସନ ବାତ୍ରାଖୋଳ ଜଙ୍ଗଲ ନିକଟ ପିରମଳିହାସ୍ଥିତ ଏକ ବିଲରେ ବାର୍‌ହା ଶିକାର ଉଦ୍ଦେଶ୍ୟରେ ଶିକାରୀମାନେ ଫାଶ ବସାଇଥିବା ବେଳେ ସେଥିରେ ୬ ବର୍ଷୀୟ କଲରାପତରିଆ ବାଘ ପଡିଯାଇଥିଲା। ଦୂରରେ ଛକି ରହିଥିବା ଶିକାରୀମାନେ ଏହା ଦେଖିବା ପରେ ବାଘ ଦେହକୁ ଗୁଳି ମାରିଥିଲେ। ପରେ ମୃତ ବାଘର ନଖ କାଟିନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରଦିନ କେତେଜଣ ଗାଈ ଚରାଳିଙ୍କଠାରୁ ସୂଚନା ପାଇଁ ଘଟଣାସ୍ଥଳରେ ବନ ବିଭାଗର ବହୁ ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ। ନିକଟସ୍ଥ ଅଞ୍ଚଳର ୪ ଜଣ ଶିକାରୀ ଏଥିରେ ସମ୍ପୃକ୍ତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ହେଲେ ସେମାନଙ୍କୁ ଗିରଫ କରିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଏପରି ଅପାରଗତା ଦେଖି କିଛିଦିନ ହେଳା ଶିକାରୀମାନେ ଏହି ଅଞ୍ଚଳରେ ପୁଣି ଜନ୍ତୁ ଶିକାର ଆରମ୍ଭ କରିଛନ୍ତି। ଏପରି କି ସେମାନେ ଖୋଲାମେଲାରେ ବୁଲୁଥିବା ସାଧାରଣରେ ଅଭିଯୋଗ ହେଉଛି। ବନ ବିଭାଗ ପକ୍ଷରୁ ନିୟମିତ ପାଟ୍ରୋଲିଂ ଓ ଠିକ୍‌ ସମୟରେ ଚଢ଼ାଉ କରାଯାଉ ନ ଥିବାରୁ ଶିକାରୀଙ୍କୁ ଗିରଫ କରାଯାଇ ପାରୁ ନ ଥିବା ବାତ୍ରାଖୋଳ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ବନ ବିଭାଗ ଉଚ୍ଚ ପଦାଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ଦାୟୟିତ୍ୱରେ ଥିବା ଅନୁଗୋଳ ଡିଏଫ୍‌ଓ ବିବେକ କୁମାର କହିଛନ୍ତି, ବାଘ ଶିକାରରେ ସମ୍ପୃକ୍ତ ଥିବା ଶିକାରୀମାନଙ୍କୁ ଧରିବା ପାଇଁ ଅନେକ ଥର ଚଢ଼ାଉ କରାଯାଇଛି। ଫେରାର ଥିବା ଯୋଗୁ ସେମାନଙ୍କୁ ଗିରଫ କରାଯାଇପାରୁ ନାହିଁ। ଏ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାଇଁ ମହାଭାରତ: ଝିଆରୀକୁ ଦାଦା ହତ୍ୟା କରିଥିବା ଅଭିଯୋଗ

ନବରଙ୍ଗପୁର, ୧୦।୭(ବି.ପ୍ର.): ପ୍ରେମ ପାଇଁ ଝିଆରୀକୁ ହତ୍ୟା କଲେ ସମ୍ପର୍କୀୟ ଦାଦା। ଏ ନେଇ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛି। ପ୍ରକାଶ...

ଗଡ଼ିଲା କୋଭିଡ୍‌ ଟିକା ଏକ୍ସପ୍ରେସ୍‌

ଅନୁଗୋଳ ଅଫିସ,୨୨।୧ ଅନୁଗୋଳ ଜିଲାରେ କୋଭିଡ୍‌ ଟିକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲା କାର୍ଯ୍ୟାଳୟ ପରିସରରୁ ଟିକା ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଯାଇଛି। ଜିଲାରେ...

ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ ୧୦୬ ଦେଶର ୪୪୧୪ ଖବରକାଗଜ ପ୍ରଦର୍ଶିତ

ଭୁବନେଶ୍ୱର,୧ା୧୨ (ବ୍ୟୁରୋ) ଖବରକାଗଜ ସଂଗ୍ରହ କରିବା ତାଙ୍କର ଏକ ସଉକ। ଏପରିକି ଭିନ୍ନ ଭିନ୍ନ ଦେଶର ସବୁ ଖବରକାଗଜ ସଂଗ୍ରହ ତାଙ୍କର ଏବେ ନିଶା ପାଲଟିଯାଇଛି।...

ମାନିଲେନି କଟକଣା, ଗଣିଲେ ଜରିମାନା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲିଖେଳ ଉପରେ ଲଗାଇଥିଲେ କଟକଣା। ତେବେ ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଅମାନିଆମାନେ...

ପୋଲିସ ହାତରେ ମହିଳା ଦଲାଲ :ବିଜୁ ପକ୍କା ଘର ଓ ଋଣ କରାଇଦେବା କହି ଠକୁଥିଲେ

ନୟାଗଡ଼ ଅଫିସ,୨୦ା୧୦: ଜିଲାପାଳଙ୍କ କାର୍ଯ୍ୟାଳୟରେ ଲୋକଙ୍କୁ ଠକୁଥିବା ଜଣେ ମହିଳା ଦଲାଲ୍‌ଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗିରଫ କରିଛି। ସେ ହେଲେ ଇଟାମାଟି ଥାନା...

ଗଡିବନି ବିଶ୍ୱର ସର୍ବୋଚ୍ଚ ରଥ

କେନ୍ଦୁଝର,୧୮ା୬(ସ୍ବ.ପ୍ର.)-କରୋନା କଟକଣା ପାଇଁ ଚଳିତ ବର୍ଷ ବିଶ୍ୱର ସର୍ବୋଚ୍ଚ ରଥ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ରଥ ଗଡିବନି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପୁରୀ...

ଆଜି ବିଜୁ ଜୟନ୍ତୀ:ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ ନବୀନ

ଭୁବନେଶ୍ୱର, ୫ା୩(ବ୍ୟୁରୋ):ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ବିଜେଡି ପକ୍ଷରୁ ଶୁକ୍ରବାର ପାଳନ କରାଯିବ। ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ସ୍ତରରେ ଏହି କାର୍ଯ୍ୟକ୍ରମ...

ଆଜି କ୍ୟାବିନେଟ୍‌

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଓଡ଼ିଶା ସରକାରଙ୍କ କ୍ୟାବିନେଟ୍‌ ବୈଠକ ବସିବ। ପୂର୍ବାହ୍ନ ୯ଟା ୪୫ରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ...

Advertisement
Archives

Model This Week