ଗ୍ରୋସେରି ଦୋକାନରେ ମଦ ବିକ୍ରି

ପବିତ୍ରନଗର,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ପୋଲିସ ଗ୍ରୋସେରି ଦୋକାନରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୌଣିଘଷା ଗ୍ରାମର ବିମ୍ବାଧର ସାହୁ(୫୦)ଙ୍କୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସମଲ ଥାନା ଏସ୍‌ଆଇ କମଳାକ୍ଷ ପ୍ରସାଦ ନାୟକ ଓ ଅନ୍ୟ କର୍ମଚାରୀ ପାଟ୍ରୋଲିଂ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଗୌଣିଘଷା ଗ୍ରାମରେ ଥିବା ବିମ୍ବାଧରଙ୍କ ଗ୍ରୋସେରି ଦୋକାନ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦୋକାନରୁ ବିଦେଶୀ ମଦ ଜବତ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ୧୨ ବୋତଲ ବିୟର ଜବତ ହୋଇଥିବା ଥାନା ସୂତ୍ରରୁ ଜଣାପଡିଛି। ଏ ନେଇ ସମଲ ଥାନାରେ ନଂ.୧୧୬/୨୦୨୨ରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। କଣିହଁା ବ୍ଳକର ବିଭିନ୍ନ ଅଞ୍ଚଳରେ ଏମିତି ଚୋରାରେ ବିଦେଶୀ ଓ ଦେଶୀ ମଦ ବିକ୍ରି କରାଯାଉଛି। କେତେକ ପାନ ଦୋକାନ ଠାରୁ ଆରମ୍ଭ କରି ହୋଟେଲ, ଢାବା, ଏପରି କି ଘରେ ରଖି ଚୋରା ବ୍ୟବସାୟ ଚାଲିଥିବା ଅଭିଯୋଗ ହେଉଛି। ବିଭାଗ ପକ୍ଷରୁ କାଁ ଭାଁ ସ୍ଥାନରେ ଚଢ଼ାଉ ହେଉଥିବାବେଳେ ଅନେକ ଅସାଧୁ ବ୍ୟକ୍ତି ଏ ବ୍ୟବସାୟରେ ଲିପ୍ତ ଅଛନ୍ତି।
ଅନ୍ୟପକ୍ଷରେ ସହଜରେ ଓ ଶସ୍ତାରେ ଚୋରା ମଦ ମିଳିଯାଉଥିବାରୁ ଗ୍ରାମାଞ୍ଚଳ ଲୋକମାନେ ଏହାର ବ୍ୟବହାର କରି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏହାଦ୍ୱାରା ସାମାଜିକ ବିଶୃଙ୍ଖଳା ବଢ଼ୁଥିବା ବେଳେ ପାରିବାରିକ ହିଂସା ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଅବକାରୀ ବିଭାଗ ଓ ପୋଲିସ ଏ ଦିଗରେ ଦୃଷ୍ଟି ଦେବା ସହ ଅଭିଯୁକ୍ତ ଏବଂ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଲେ ଏହି ଚୋରା ମଦ ବ୍ୟବସାୟ ରୋକାଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ୟମ ଦିଗରେ ଉଦାସୀନ

ବଇଣ୍ଡା,୧୨।୧୧ (ଡି.ଏନ.ଏ.):  ପାନୀୟ ସମସ୍ୟାର ସମାଧାନ ନିମନ୍ତେ ନିର୍ମାଣ ହେଲା ପାଣି ପ୍ରକଳ୍ପ। ବ୍ୟୟ ହେଲା ଦେଢ଼କୋଟି ଟଙ୍କା। ହେଲେ କାମ ଶେଷ ହେବାର ୩...

ଆଜି ନାଲ୍‌କୋ ବିଶ୍ୱକର୍ମା ପୂଜାର ମେଲାଣି ଉତ୍ସବ; ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼

ବଅଁରପାଳ,୨୩।୯(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ନଗରରେ ଚାଲିଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ରବିବାର ଥିଲା ଶେଷ ସନ୍ଧ୍ୟା। ଛୁଟି ଦିନରେ ପୂଜା ଦେଖିବା ପାଇଁ ଆଖପାଖ...

ମଦ ଜବତ, ୨ ଗିରଫ

ବଇଣ୍ଡା,୩।୧୨(ଡି.ଏନ.ଏ.)-ହଣ୍ଡପା ଓ ବଇଣ୍ଡା ଫାଣ୍ଡି ପୋଲିସ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢାଉ କରି ମଦ ଜବତ କରିବାସହ ୨ ଜଣଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟଚାଲାଣ...

ଟ୍ରକ୍‌କୁ ଧକ୍କା ଦେଲା କୁକୁଡ଼ା ବୋଝେଇ ଗାଡି: ଜଣେ ମୃତ

ବଅଁରପାଳ,୩୦।୧୨(ଡି.ଏନ.ଏ): ଅନୁଗୋଳ ଜିଲା ତାଳଚେର ବାଇପାସ ନିକଟରେ ଏକ ଦୁର୍ଘଟଣା ଘଟିଛି। ସୋମବାର ଭୋର ସମୟରେ ୧୪୯ ନମ୍ବର ଜାତୀୟ ରାଜପଥର ଗୋମତରା ନିକଟ ପେଟ୍ରୋଲ...

ବର୍ଷକଠାରୁ ବଳିଗଲା ମାସକ ମୃତ୍ୟୁ

ଅନୁଗୋଳ ଅଫିସ, ୨ା୬ – କୋଭିଡ୍‌-୧୯ର ଦ୍ୱିତୀୟ ଲହର କେତେ ଭୟଙ୍କର ତାହାର ଚିତ୍ର ମିଳିଛି ଅନୁଗୋଳ ଜିଲାରୁ। ବର୍ଷକ ମଧ୍ୟରେ ଜିଲାରେ ଯେତିକି ସଂଖ୍ୟକ...

ବର୍ଷାକୁ ନାହିଁ ଭରସା

ଅନୁଗୋଳ ଅଫିସ, ୩୦ା୭ କଥାରେ ଅଛି ଆଷାଢ଼-ଶ୍ରାବଣ, ମେଘ ବରଷେ ଘନ ଘନ। ଚାଷ ଓ ଚାଷୀ ପାଇଁ ଏହି ଦୁଇ ମାସ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।...

ଜୀବିକା ସହଜ ପାଇଁ ସହଯୋଗ କର

ଅନୁଗୋଳ ଅଫିସ, ୭।୫ – ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ଠାରେ ବ୍ୟାଙ୍କ ସମୂହ ଜିଲା...

ମୃତଦେହ ଦାହ ପାଇଁ ହଇରାଣ ହେଉଛନ୍ତି ସହରବାସୀ: ଶ୍ମଶାନ, ବିଦ୍ୟୁତ୍‌ ଚୁଲା ବ୍ୟବସ୍ଥା ଦାବି

ଅନୁଗୋଳ ଅଫିସ, ୯।୮-ଅନୁଗୋଳ ସହରରେ ନାହିଁ ଶ୍ମଶାନ ସୁବିଧା। ଅଧିକାଂଶ ଶ୍ମଶାନ ଜମିକୁ ଜବରଦଖଲକାରୀ ମାଡ଼ି ବସିଥିବାବେଳେ ଅନେକ ଅବହେଳିତ ହୋଇ ପଡ଼ିରହିଛି। ହେମସୁରପଡ଼ାରେ ପୌରପାଳିକାର...

Advertisement
Archives

Model This Week