ଗ୍ରୋସେରି ଦୋକାନରେ ମଦ ବିକ୍ରି

ପବିତ୍ରନଗର,୨୧।୪(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ପୋଲିସ ଗ୍ରୋସେରି ଦୋକାନରେ ମଦ ବିକ୍ରି କରୁଥିବା ଅଭିଯୋଗରେ ଗୌଣିଘଷା ଗ୍ରାମର ବିମ୍ବାଧର ସାହୁ(୫୦)ଙ୍କୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟାରେ ସମଲ ଥାନା ଏସ୍‌ଆଇ କମଳାକ୍ଷ ପ୍ରସାଦ ନାୟକ ଓ ଅନ୍ୟ କର୍ମଚାରୀ ପାଟ୍ରୋଲିଂ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଗୌଣିଘଷା ଗ୍ରାମରେ ଥିବା ବିମ୍ବାଧରଙ୍କ ଗ୍ରୋସେରି ଦୋକାନ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦୋକାନରୁ ବିଦେଶୀ ମଦ ଜବତ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ୧୨ ବୋତଲ ବିୟର ଜବତ ହୋଇଥିବା ଥାନା ସୂତ୍ରରୁ ଜଣାପଡିଛି। ଏ ନେଇ ସମଲ ଥାନାରେ ନଂ.୧୧୬/୨୦୨୨ରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। କଣିହଁା ବ୍ଳକର ବିଭିନ୍ନ ଅଞ୍ଚଳରେ ଏମିତି ଚୋରାରେ ବିଦେଶୀ ଓ ଦେଶୀ ମଦ ବିକ୍ରି କରାଯାଉଛି। କେତେକ ପାନ ଦୋକାନ ଠାରୁ ଆରମ୍ଭ କରି ହୋଟେଲ, ଢାବା, ଏପରି କି ଘରେ ରଖି ଚୋରା ବ୍ୟବସାୟ ଚାଲିଥିବା ଅଭିଯୋଗ ହେଉଛି। ବିଭାଗ ପକ୍ଷରୁ କାଁ ଭାଁ ସ୍ଥାନରେ ଚଢ଼ାଉ ହେଉଥିବାବେଳେ ଅନେକ ଅସାଧୁ ବ୍ୟକ୍ତି ଏ ବ୍ୟବସାୟରେ ଲିପ୍ତ ଅଛନ୍ତି।
ଅନ୍ୟପକ୍ଷରେ ସହଜରେ ଓ ଶସ୍ତାରେ ଚୋରା ମଦ ମିଳିଯାଉଥିବାରୁ ଗ୍ରାମାଞ୍ଚଳ ଲୋକମାନେ ଏହାର ବ୍ୟବହାର କରି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏହାଦ୍ୱାରା ସାମାଜିକ ବିଶୃଙ୍ଖଳା ବଢ଼ୁଥିବା ବେଳେ ପାରିବାରିକ ହିଂସା ଅଧିକ ସଂଖ୍ୟାରେ ଦେଖିବାକୁ ମିଳୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଅବକାରୀ ବିଭାଗ ଓ ପୋଲିସ ଏ ଦିଗରେ ଦୃଷ୍ଟି ଦେବା ସହ ଅଭିଯୁକ୍ତ ଏବଂ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଲେ ଏହି ଚୋରା ମଦ ବ୍ୟବସାୟ ରୋକାଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri