ବାଣିଜ୍ୟ

୫୦,୯୨୦ ଟଙ୍କା ଛୁଇଁଲା ସୁନା

ନୂଆଦିଲ୍ଲୀ,୨୨।୭: ଗତ ୨ ଦିନ ଧରି ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହେବା ସହ ୧୦ ଗ୍ରାମ ପିଛା ଦର ୫୦ ହଜାର ଟଙ୍କା ଟପିଛି। ବୁଧବାର ନୂଆଦିଲ୍ଲୀରେ ସୁନା ଦର ୫୦,୯୨୦ ଟଙ୍କା ଛୁଇଁଥିବା ଜଣାପଡିଛି। ଅନ୍ତର୍ଜାତୀୟ…

ଏନ୍‌ପିଏ ସ୍ଥିତି ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ; ପ୍ରମୋଟରଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି କାହିଁକି ରଖାଯାଉନାହିଁ

ନୂଆଦିଲ୍ଲୀ,୨୧।୭: ବର୍ତ୍ତମାନ ବ୍ୟାଙ୍କଗୁଡିକରେ ଅନାଦାୟ ଋଣ(ଏନ୍‌ପିଏ) ବୃଦ୍ଧି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଥିଯୋଗୁ ବ୍ୟାଙ୍କଗୁଡ଼ିକ ବିଭିନ୍ନ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏଭଳି ସ୍ଥିତିରେ ଏନ୍‌ପିଏ ଉପରେ ଏକ ମାମଲାର ଶୁଣାଣିକରି ସୁପ୍ରିମକୋର୍ଟ ମଙ୍ଗଳବାର ଉଦ୍‌ବେଗ ପ୍ରକାଶ କରିଛନ୍ତି।…

ଏମ୍‌ଏସ୍‌ଏମ୍‌ଇ ଲାଗି ୧.୨୭ ଲକ୍ଷ କୋଟିର ଋଣ ମଞ୍ଜୁର

ନୂଆଦିଲ୍ଲୀ,୨୧।୭: କରୋନା ପାଇଁ ନଗଦ ସମସ୍ୟା ସହ ଜୁଝୁଥିବା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଦେଶର ବ୍ୟାଙ୍କଗୁଡ଼ିକ ୧.୨୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରିଥିବା ଜଣାପଡିଛି। ଏହି ଋଣ କେନ୍ଦ୍ର ସରକାରଙ୍କ ଏମର୍ଜେନ୍ସି କ୍ରେଡିଟ ଲାଇନ ଗ୍ୟାରେଣ୍ଟି ସ୍କିମ୍‌ ଦ୍ୱାରା ପ୍ରଦାନ…

ବାହାର ବ୍ୟକ୍ତି ହୋଇପାରିବେ ଟାଟା ଟ୍ରଷ୍ଟର ମୁଖ୍ୟ: ରତନ ଟାଟା

ନୂଆଦିଲ୍ଲୀ,୨୧।୭: ଟାଟା ଟ୍ରଷ୍ଟ ଉପରେ ଟାଟା ପରିବାରର କୌଣସି ବିଶେଷ ଅଧିକାର ନାହିଁ। ଭବିଷ୍ୟତରେ କୌଣସି ବାହାର ବ୍ୟକ୍ତି ଏହାର ମଙ୍ଗ ସମ୍ଭାଳିପାରିବେ। ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ନିକଟରେ ସୁପ୍ରିମକୋର୍ଟଙ୍କୁ ଏହା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ମୁଁ…

ବଜାଜ ଫାଇନାନ୍ସ ଅଧ୍ୟକ୍ଷ ପଦବୀରୁ ଓହରିଲେ ରାହୁଲ ବଜାଜ

ନୂଆଦିଲ୍ଲୀ,୨୧।୭: ପ୍ରତିଷ୍ଠିତ ଉଦ୍ୟୋଗପତି ରାହୁଲ ବଜାଜ, ବଜାଜ ଫାଇନାନ୍ସର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପବଦୀରୁ ଓହରିଯାଇଛନ୍ତି। ଚଳିତ ମାସ ଶେଷ ଯାଏ ସେ ଏହି ପଦବୀରେ ରହିବେ। ଗତ ୩ ଦଶନ୍ଧି ଧରି କମ୍ପାନୀର ମଙ୍ଗ ସମ୍ଭାଳିବା ପରେ ସେ ପଦବୀ ଛାଡ଼ିବେ।…

୯ ବର୍ଷର ରେକର୍ଡ ଉଚ୍ଚ ସ୍ତରରେ ସୁନା

ନୂଆଦିଲ୍ଲୀ,୨୧।୭: ଅନ୍ତର୍ଜାତୀୟ ବଜାରରେ ମଙ୍ଗଳବାର ସୁନା ଦର ୯ ବର୍ଷର ରେକର୍ଡ ଉଚ୍ଚ ସ୍ତରରେ ରହିଛି। ନୂଆଦିଲ୍ଲୀରେ ଏହା ମଙ୍ଗଳବାର ୧୯୨ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡିଛି। ମଙ୍ଗଳବାର ୧୦ ଗ୍ରାମ ପିଛା ସୁନା ଦର ୫୦,୨୧୪ ଟଙ୍କାରେ ବିକ୍ରି ହେଉଛି।…

ପାସେଞ୍ଜର ଯାନ ବିକ୍ରି ୩୮% କମିଲା

ନୂଆଦିଲ୍ଲୀ,୨୧।୭: ଅଟୋମୋବାଇଲ ବଜାର ଉପରେ କରୋନାର ପ୍ରଭାବ ଜାରି ରହିଛି। ଗତ କିଛି ମାସ ଧରି ଘରୋଇ ବଜାରରେ ଯାନ ବିକ୍ରି କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଜୁନ ମାସରେ ପାସେଞ୍ଜର ଯାନର ରିଟେଲ ବିକ୍ରି ୩୮.୩୪% ହ୍ରାସ ଘଟି ୧.୨୬ ଲକ୍ଷ…

ମୋଦି ସରକାରଙ୍କ ଅମଳରେ ୨୭ରୁ ୫ ହେବାକୁ ଯାଉଛି ସରକାରୀ ବ୍ୟାଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୨୧।୭: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟାକୁ କମାଇ ୫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକ ରିପୋର୍ଟ ମୁତାବକ ସରକାର ବ୍ୟାଙ୍କକୁ ନ ମିଶାଇ ଏହାର ଘରୋଇକରଣ କରିବାକୁ ଚାହୁଁଛନ୍ତି। ଯଦି ଏପରି ହୁଏ…

୧୨ ପଇସା ବଢ଼ିଲା ଡିଜେଲ

ଭୁବନେଶ୍ୱର,୨୦।୭: କରୋନା ମହାମାରୀ ସମୟରେ ତେଲ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କରିଛି। ପେଟ୍ରୋଲ ଦର ଗତ କିଛିଦିନ ଧରି ବୃଦ୍ଧି ହୋଇ ନ ଥିବା ବେଳେ ଡିଜେଲ ଦରରେ ବିରତି ଲାଗୁ ନାହିଁ। ସୋମବାର ଭୁବନେଶ୍ୱରରେ ଡିଜେଲ ଦର ୧୨…

ଆମାଜନ ଗ୍ଲୋବାଲରେ ଏମ୍‌ଏସ୍‌ଏମ୍‌ଇଙ୍କ ୨ ବିଲିୟନ ଡଲାର ରପ୍ତାନି

ନୂଆଦିଲ୍ଲୀ,୨୦।୭: ପ୍ରମୁଖ ଇ-କମର୍ସ କମ୍ପାନୀର ବିଶ୍ୱ ବଜାର ବିକ୍ରି କାର୍ଯ୍ୟକ୍ରମ ଆମାଜନ ଗ୍ଲୋବାଲରେ ଦେଶର ଏମ୍‌ଏସ୍‌ଏମ୍‌ଇଗୁଡିକ ୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନି କରିବାକୁ ସକ୍ଷମ ହୋଇଛନ୍ତି। ୨୦୧୫ରେ ଏହି କାର୍ଯ୍ୟକ୍ରମକୁ କମ୍ପାନୀ ଆରମ୍ଭ କରିଥିଲା। ଆମାଜନର ୧୫ ଓ୍ବେବ୍‌ସାଇଟରେ ବିଶ୍ୱବଜାରକୁ…

ଏଜିଆର୍‌ ଦେୟ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୦।୭: ଟେଲିକମ୍‌ କମ୍ପାନୀଙ୍କ ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ଦେୟ ପ୍ରଦାନ ମାମଲା ଉପରେ ଚୂଡ଼ାନ୍ତ ଶୁଣାଣି କରିବା ସହ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ କରିଛନ୍ତି। ଟେଲିକମ୍‌ କମ୍ପାନୀଙ୍କ ୧.୬ ଲକ୍ଷ କୋଟି ଟଙ୍କା ଏଜିଆର୍‌ ମାମଲାରେ ଆଉ ଗୋଟିଏ ସେକେଣ୍ଡ…

୧୦% କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ପ୍ରଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ କଟକଣା ସହ ଘରୋଇ ବଜାରରେ ବିମାନ ସେବା ଉପଲବ୍ଧ ହେଉଥିବା ବେଳେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ମିଳିପାରିନାହିଁ। କେବଳ ଭାରତ ନୁହେଁ, ସାରା ବିଶ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?