ବଢ଼ି ନ ପାରେ ମୋରାଟୋରିୟମ ଅବଧି

ମୁମ୍ବାଇ,୩୦।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଅଗଷ୍ଟ ୩୧ ପରେ ମୋରାଟୋରିୟମ ଅବଧିକୁ ବୃଦ୍ଧି କରି ନ ପାରେ। ଏହା ବଢ଼ାଇବା ଦ୍ୱାରା ବ୍ୟାଙ୍କଗୁଡିକ ଉପରେ ପ୍ରଭାବ ପଡୁଥିବାରୁ ଏପରି ହୋଇ ନ ପାରେ ବୋଲି ଶୁଣାଯାଉଛି। କୋଭିଡ୍‌-୧୯ ଯୋଗୁ ଘରୋଇ ବଜାର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଋଣ ନେଇଥିବା ବ୍ୟକ୍ତିବିଶେଷ ଋଣ କିସ୍ତି ଶୁଝିବାରେ ସମସ୍ୟା ସାମ୍ନା କରୁଥିବାରୁ ସରକାର ମୋରାଟୋରିୟମ ସୁବିଧା ପ୍ରଦାନ କରିଥିଲେ। ମାତ୍ର ଗତ କିଛି ମାସ ହେବ ଲୋକମାନେ ଋଣ କିସ୍ତି ପ୍ରଦାନ କରୁ ନ ଥିବାରୁ ଏହା ବ୍ୟାଙ୍କଗୁଡିକର କ୍ରେଡିଟ୍‌ ବିହେବିଅର ବା ଋଣ ପ୍ରଦାନ ଧାରାକୁ ମଧ୍ୟ ପ୍ରଭାବିତ କରୁଥିବା ଜଣାପଡିଛି। ପ୍ରଦାନ କରାଯାଇଥିବା ଋଣକୁ ବ୍ୟବସ୍ଥିତ କରିବା ମଧ୍ୟ ବ୍ୟାଙ୍କଗୁଡିକ ଲାଗି ସମସ୍ୟା ଉପୁଜୁଛି। ଏଭଳି ସ୍ଥିତିରେ ଅବଧି ଆଉ ଅଧିକ ସମୟ ବଢିଲେ ସ୍ଥିତି ଭିନ୍ନ ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ଏହା କହିଛନ୍ତି।
ମାର୍ଚ୍ଚରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ ଘୋଷଣା କରିଥିଲା। ଏହା ୬ ମାସ ଲାଗି ପ୍ରଦାନ କରାଯାଇଛି। କରୋନା ଯୋଗୁ କାରବାର କ୍ଷତି ସହିଥିବା ବ୍ୟକ୍ତି ବିଶେଷ ଏବଂ ବ୍ୟବସାୟୀଙ୍କୁ ଏହା କିଛି ହାରରେ ଆଶ୍ୱସ୍ତି ପ୍ରଦାନ କରିଥିଲା। ଅଗଷ୍ଟ ୩୧ ଯାଏ ଏହି ଅବଧି ରହିଛି। ସୂଚନାଯୋଗ୍ୟ, ଏଚ୍‌ଡିଏଫ୍‌ସି ଲିମିଟେଡ୍‌ ଅଧ୍ୟକ୍ଷ ଦୀପକ ପାରେଖ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମ୍‌ଡି ଉଦୟ କୋଟାକଙ୍କ ସମେତ ଅନ୍ୟ କିଛି ବ୍ୟାଙ୍କର ମୋରାଟୋରିୟମ ସମୟ ନ ବଢାଇବା ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ପରାମର୍ଶ ଦେଇଥିଲେ। କିଛି ଲୋକ ଏହି ସୁବିଧାର ଅଯଥା ଲାଭ ଉଠାଉଥିବା ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ନିକଟରେ ରିଜର୍ଭ ବ୍ୟାଙ୍କ ଏକ ସ୍ବତନ୍ତ୍ର ରିଜଲ୍ୟୁସନ ଓ୍ବିଣ୍ଡୋ ସମ୍ପର୍କରେ ଘୋଷଣା କରିଛି।
ବ୍ୟାଙ୍କଗୁଡିକର ଆର୍ଥତ୍କ ସୁରକ୍ଷା ଏବଂ ଜମାକାରୀଙ୍କ ସ୍ବାର୍ଥକୁ ଏହାଦ୍ୱାରା ବିଚାର କରାଯିବ। ଏଭଳି ପଦକ୍ଷେପ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଶୀଦାରଙ୍କ ସମସ୍ୟା ଉପରେ ନଜର ରଖାଯିବ ବୋଲି ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ମତ ରଖିଛନ୍ତି। ମୋରାଟୋରିୟମ ଏବଂ କିସ୍ତି ପଇଠ କିଭଳି ହେବ ତାକୁ ଅଂଶୀଦାରଙ୍କ ଆୟ ସୂତ୍ର ହିସାବରେ ବିଚାର କରାଯାଇପାରେ ବୋଲି ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଡିସେମ୍ବର ଯାଏ ରିଜଲ୍ୟୁଶନ ସୁବିଧା ଲୋକଙ୍କୁ ପ୍ରଦାନ କରାଯିବ। ସେହିଭଳି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ, ଋଣ ଉପରେ ପ୍ରଦାନ କରାଯାଉଥିବା ମୋରାଟୋରିୟମ ସୁବିଧା ଏକ କ୍ଷୟସ୍ଥାୟୀ ସମାଧାନ। ନୂଆ ରିଜୋଲ୍ୟୁଶନ ସୁବିଧା ଲୋକଙ୍କୁ ଲାଭ ପ୍ରଦାନ କରିବା ଦିଗରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?