ବଢ଼ି ନ ପାରେ ମୋରାଟୋରିୟମ ଅବଧି

ମୁମ୍ବାଇ,୩୦।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଅଗଷ୍ଟ ୩୧ ପରେ ମୋରାଟୋରିୟମ ଅବଧିକୁ ବୃଦ୍ଧି କରି ନ ପାରେ। ଏହା ବଢ଼ାଇବା ଦ୍ୱାରା ବ୍ୟାଙ୍କଗୁଡିକ ଉପରେ ପ୍ରଭାବ ପଡୁଥିବାରୁ ଏପରି ହୋଇ ନ ପାରେ ବୋଲି ଶୁଣାଯାଉଛି। କୋଭିଡ୍‌-୧୯ ଯୋଗୁ ଘରୋଇ ବଜାର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଋଣ ନେଇଥିବା ବ୍ୟକ୍ତିବିଶେଷ ଋଣ କିସ୍ତି ଶୁଝିବାରେ ସମସ୍ୟା ସାମ୍ନା କରୁଥିବାରୁ ସରକାର ମୋରାଟୋରିୟମ ସୁବିଧା ପ୍ରଦାନ କରିଥିଲେ। ମାତ୍ର ଗତ କିଛି ମାସ ହେବ ଲୋକମାନେ ଋଣ କିସ୍ତି ପ୍ରଦାନ କରୁ ନ ଥିବାରୁ ଏହା ବ୍ୟାଙ୍କଗୁଡିକର କ୍ରେଡିଟ୍‌ ବିହେବିଅର ବା ଋଣ ପ୍ରଦାନ ଧାରାକୁ ମଧ୍ୟ ପ୍ରଭାବିତ କରୁଥିବା ଜଣାପଡିଛି। ପ୍ରଦାନ କରାଯାଇଥିବା ଋଣକୁ ବ୍ୟବସ୍ଥିତ କରିବା ମଧ୍ୟ ବ୍ୟାଙ୍କଗୁଡିକ ଲାଗି ସମସ୍ୟା ଉପୁଜୁଛି। ଏଭଳି ସ୍ଥିତିରେ ଅବଧି ଆଉ ଅଧିକ ସମୟ ବଢିଲେ ସ୍ଥିତି ଭିନ୍ନ ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ଏହା କହିଛନ୍ତି।
ମାର୍ଚ୍ଚରେ ରିଜର୍ଭ ବ୍ୟାଙ୍କ ମୋରାଟୋରିୟମ ଘୋଷଣା କରିଥିଲା। ଏହା ୬ ମାସ ଲାଗି ପ୍ରଦାନ କରାଯାଇଛି। କରୋନା ଯୋଗୁ କାରବାର କ୍ଷତି ସହିଥିବା ବ୍ୟକ୍ତି ବିଶେଷ ଏବଂ ବ୍ୟବସାୟୀଙ୍କୁ ଏହା କିଛି ହାରରେ ଆଶ୍ୱସ୍ତି ପ୍ରଦାନ କରିଥିଲା। ଅଗଷ୍ଟ ୩୧ ଯାଏ ଏହି ଅବଧି ରହିଛି। ସୂଚନାଯୋଗ୍ୟ, ଏଚ୍‌ଡିଏଫ୍‌ସି ଲିମିଟେଡ୍‌ ଅଧ୍ୟକ୍ଷ ଦୀପକ ପାରେଖ ଏବଂ କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମ୍‌ଡି ଉଦୟ କୋଟାକଙ୍କ ସମେତ ଅନ୍ୟ କିଛି ବ୍ୟାଙ୍କର ମୋରାଟୋରିୟମ ସମୟ ନ ବଢାଇବା ଲାଗି ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ପରାମର୍ଶ ଦେଇଥିଲେ। କିଛି ଲୋକ ଏହି ସୁବିଧାର ଅଯଥା ଲାଭ ଉଠାଉଥିବା ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାରକରି ନିକଟରେ ରିଜର୍ଭ ବ୍ୟାଙ୍କ ଏକ ସ୍ବତନ୍ତ୍ର ରିଜଲ୍ୟୁସନ ଓ୍ବିଣ୍ଡୋ ସମ୍ପର୍କରେ ଘୋଷଣା କରିଛି।
ବ୍ୟାଙ୍କଗୁଡିକର ଆର୍ଥତ୍କ ସୁରକ୍ଷା ଏବଂ ଜମାକାରୀଙ୍କ ସ୍ବାର୍ଥକୁ ଏହାଦ୍ୱାରା ବିଚାର କରାଯିବ। ଏଭଳି ପଦକ୍ଷେପ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଶୀଦାରଙ୍କ ସମସ୍ୟା ଉପରେ ନଜର ରଖାଯିବ ବୋଲି ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ମତ ରଖିଛନ୍ତି। ମୋରାଟୋରିୟମ ଏବଂ କିସ୍ତି ପଇଠ କିଭଳି ହେବ ତାକୁ ଅଂଶୀଦାରଙ୍କ ଆୟ ସୂତ୍ର ହିସାବରେ ବିଚାର କରାଯାଇପାରେ ବୋଲି ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଡିସେମ୍ବର ଯାଏ ରିଜଲ୍ୟୁଶନ ସୁବିଧା ଲୋକଙ୍କୁ ପ୍ରଦାନ କରାଯିବ। ସେହିଭଳି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସ କହିଥିଲେ, ଋଣ ଉପରେ ପ୍ରଦାନ କରାଯାଉଥିବା ମୋରାଟୋରିୟମ ସୁବିଧା ଏକ କ୍ଷୟସ୍ଥାୟୀ ସମାଧାନ। ନୂଆ ରିଜୋଲ୍ୟୁଶନ ସୁବିଧା ଲୋକଙ୍କୁ ଲାଭ ପ୍ରଦାନ କରିବା ଦିଗରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri