ଏସ୍‌ବିଆଇର ନୂଆ ମୁଖ୍ୟ ହେବେ ଦିନେଶ ଖାରା

ନୂଆଦିଲ୍ଲୀ,୨୯।୮: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦିନେଶ ଖାରା ଅକ୍ଟୋବରରେ ଦାୟିତ୍ୱ ଗ୍ରହଣ କରିବେ। ବ୍ୟାଙ୍କ ବୋର୍ଡ ବ୍ୟୁରୋ(ବିବିବି) ଶୁକ୍ରବାର ଖାରାଙ୍କ ନାମକୁ ସୁପାରିସ କରିଥିବା ଜଣାପଡ଼ିଛି। ଖାରା ବର୍ତ୍ତମାନ ଏସ୍‌ବିଆଇରେ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ କାର୍ଯ୍ୟ କରୁଛନ୍ତି। ବ୍ୟାଙ୍କର ଏମ୍‌ଡିଙ୍କ ମଧ୍ୟରେ ସେ ସବୁଠାରୁ ବରିଷ୍ଠ। ବର୍ତ୍ତମାନ ଏସ୍‌ବିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ରଜନୀଶ କୁମାରଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଅକ୍ଟୋବର ୭ରେ ଶେଷ ହେଉଛି। କୁମାର ୩ ବର୍ଷ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିଲେ। ତାଙ୍କ ପରେ ଖାରା ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି। ଏହି ପଦବୀ ଦୌଡ଼ରେ ଏସ୍‌ବିଆଇର ୪ ଏମ୍‌ଡି ରହିଥିଲେ। ଶୁକ୍ରବାର ଏଥିଲାଗି ସାକ୍ଷାତ୍‌କାର ଅନୁଷ୍ଠିତ ହୋଇଥିଲା। ଅଭିଜ୍ଞତା,ପର୍‌ଫରମାନ୍ସ ଆଧାରରେ ଖାରାଙ୍କ ନାମକୁ ବିବିବି ସୁପାରିସ କରିଥିବା ବେଳେ ବ୍ୟାଙ୍କର ଏମ୍‌ଡି ସି.ଏସ୍‌. ସେଟ୍ଟୀଙ୍କ ନାମକୁ ବିବିବି ଏହି ପଦବୀ ଲାଗି ରିଜର୍ଭ ତାଲିକାରେ ରଖିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏସ୍‌ବିଆଇର ଏମ୍‌ଡିଙ୍କ ମଧ୍ୟରୁ ଅଧ୍ୟକ୍ଷ ପଦବୀ ପୂରଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲା ରହିବ ଖାଦ୍ୟଶସ୍ୟ, ଔଷଧ ଦୋକାନ

ମୁମ୍ବାଇ,୨୬। ୩: ଲୋକମାନେ ଭୟଭୀତ ନ ହୋଇ ସାମଗ୍ରୀ କିଣିବାକୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ନିବେଦନ କରିଛନ୍ତି। ଲକ୍‌ଡାଉନ ସମୟରେ ଖାଦ୍ୟଶସ୍ୟ, ଔଷଧ ସମେତ ଅତି...

୮ ମାସର ସର୍ବୋଚ୍ଚ ସ୍ତରରେ ପାଇକାରୀ ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୫-୧: ଏବେ ଖୁଚୁରା ମୁଦ୍ରାସ୍ଫୀତି ସାଢେ ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ବଢିଥିବା ଜଣାପଡିଛି। ଡିସେମ୍ବରରେ ପାଇକାରୀ ମୂଲ୍ୟ...

ବଢୁଛି ଆମେରିକା ଅତି ଧନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ସାରା ବିଶ୍ୱ ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଭୂତାଣୁକୁ ରୋକିବା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନ ହେବା ଯୋଗୁ...

ଦେଶରେ କମୁଛି ଇନ୍ଧନ ଚାହିଦା

ଭୁବନେଶ୍ୱର, ୧୪ା୩: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲଗାତର ବୃଦ୍ଧି ଯୋଗୁ ଏହାର ବ୍ୟବହର ବ୍ୟାପକ ମାତ୍ରାରେ କମିଛି। ଫଳରେ ପ୍ରତି ମାସ ଏହାର ଚାହିଦା...

ଆହୁରି ଖସିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୧୮।୧୧: ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କାର ଉତ୍ପାଦ ଟିକସ...

ପୁଣି ଫେରିଲା ନୋକିଆ ୫୩୧୦

ନୂଆଦିଲ୍ଲୀ,୧୮।୬: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଭାରତ ବଜାର ଲାଗି ନୂଆ ନୋକିଆ ୫୩୧୦ ଶୁଭାରମ୍ଭ କରାଯାଇଛି। ମୂଳ ନୋକିଆ ୫୩୧୦ ଏକ୍ସପ୍ରେସ ମ୍ୟୁଜିକକୁ ନୂଆ କରି...

୧୫୦୦ ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବ ଆଦାନୀ

ନୂଆଦିଲ୍ଲୀ,୨୮।୩: ଆଦାନୀ ଗ୍ରୁପ୍‌ର ଆଦାନୀ ଟୋଟାଲ୍‌ ଗ୍ୟାସ୍‌ ଲିମିଟେଡ୍‌ (ଏଟିଜିଏଲ୍‌) ପକ୍ଷରୁ ସାରା ଦେଶରେ ୧୫୦୦ ଇଲେକ୍ଟ୍ରିକ୍‌ ଭେହିକିଲ୍‌(ଇଭି) ଚାର୍ଜିଂ ଷ୍ଟେଶନ୍‌ ଆରମ୍ଭ କରିବାକୁ ଲକ୍ଷ୍ୟ...

ପେଗାସସ୍‌ ବନ୍ଦ କରିବାକୁ ଯୋଜନା…

ଓ୍ବାଶିଂଟନ, ୧୪।୧୨: ସ୍ପାଏୱେୟାର ଫାର୍ମ ଏନ୍‌ଏସ୍‌ଓ ଗ୍ରୁପ ଲିମିଟେଡ ପକ୍ଷରୁ ଏହାର ବିବାଦୀୟ ପେଗାସସ୍‌ ୟୁନିଟକୁ ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଋଣ ଭାର...

Advertisement
Archives

Model This Week