ଚାଇନା କମ୍ପାନୀ ତେଲ ଆମଦାନୀ ବନ୍ଦ

ନୂଆଦିଲ୍ଲୀ,୨୯।୮: ଗଲ୍‌ଓ୍ବାନ ଘାଟିରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଦେଶର ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ଚାଇନା ଭିତ୍ତିକ ମୋବାଇଲ ଆପ୍‌ଗୁଡିକୁ ଭାରତରୁ ବ୍ୟାନ୍‌ କରାଯାଇଛି। ଅପରପକ୍ଷରେ ବିଭିନ୍ନ ଚାଇନା କମ୍ପାନୀ ଭାରତରେ ପାଇଥିବା କାର୍ଯ୍ୟ ଚୁକ୍ତିକୁ ମଧ୍ୟ ବାତିଲ କରାଯାଉଥିବା ଦେଖାଯାଉଛି। ଚାଇନା ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଅନ୍ତର୍ଗତ ଦେଶର ତୈଳ ବିପଣନ କମ୍ପାନୀଗୁଡିକ ସେଠାରୁ ଆଉ ତେଲ ଆମଦାନୀ କରିବେ ନାହିଁ। ଉକ୍ତ ଦେଶ ସହ ଲିଙ୍କ୍‌ ରଖିଥିବା କମ୍ପାନୀଗୁଡିକଠାରୁ ତେଲ ଆମଦାନୀ ବନ୍ଦ ହୋଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଚାଇନାରୁ ଆମଦାନୀ ବନ୍ଦକରି ତାକୁ ହରଡ଼ଘଣାରେ ପକାଇବା ଲାଗି ଭାରତ ସରକାର ପ୍ରକ୍ରିୟାକୁ ଜୋର୍‌ଦାର କରିଥିବା ଅଧିକାରୀ କହିଛନ୍ତି। ଜୁଲାଇ ୨୩ ଠାରୁ ନୂଆ ନିୟମ କାର୍ଯ୍ୟକାରୀ ହେବ। ସିଏନ୍‌ଓଓସି, ୟୁନିପେକ୍‌ ଏବଂ ପେଟ୍ରୋ ଚାଇନା ଭଳି ଚାଇନା ଭିତ୍ତିକ କମ୍ପାନୀଗୁଡିକୁ ତେଲ ଆମଦାନୀ ଟେଣ୍ଡର ନ ପଠାଇବାକୁ ଗତ ସପ୍ତାହରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି।
ଯେଉଁ ଦେଶଗୁଡିକ ଭାରତର ସୀମା ସହ ଲାଗିଛି ଟେଣ୍ଡର କ୍ଷେତ୍ରରେ ବିଭିନ୍ନ କଟକଣା ଜାରି କରାଯାଇଛି। ଚାଇନା, ପାକିସ୍ତାନ, ବାଂଲାଦେଶ, ମ୍ୟାନ୍‌ମାର, ନେପାଳ ଏବଂ ଭୁଟାନ ଭଳି ଦେଶ ଭାରତର ସୀମାକୁ ଲାଗିଛି। କେଉଁ ଦେଶ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେ ନେଇ ସରକାର କିଛି ସ୍ପଷ୍ଟ ଭାବେ କହି ନାହାନ୍ତି। ଦେଶରେ ଦୈନିକ ୫ ନିୟୁତ ବ୍ୟାରେଲ ବିଶୋଧନ କ୍ଷମତା ରହିଥିବା ବେଳେ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଏହାର ୬୦% ଅଂଶ ହାସଲ କରିଛନ୍ତି। ସେହିଭଳି ଭାରତ ବିଶ୍ୱର ତୃତୀୟ ବୃହତ୍‌ ତୈଳ ବ୍ୟବହାରକାରୀ ଦେଶ। ଦେଶର ମୋଟ ତୈଳ ଆବଶ୍ୟକତା ମଧ୍ୟରୁ ପ୍ରାୟ ୮୪% ଆମଦାନୀରୁ ପୂରଣ ହେଉଛି। ଚାଇନା ସିଧାସଳଖ ଭାରତକୁ ତେଲ ରପ୍ତାନି କରୁ ନ ଥିଲେ ମଧ୍ୟ ଚାଇନା ଫାର୍ମଗୁଡିକ ବିଶ୍ୱବଜାରରେ ତେଲ ଯୋଗାଣ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ରହିଛନ୍ତି। ବିଶ୍ୱର ବିଭିନ୍ନ ଅଏଲ ଫିଲ୍ଡରେ ଚାଇନା କମ୍ପାନୀଗୁଡିକ ଅଂଶଧନ ହାସଲ କରିଛନ୍ତି। ପଶ୍ଚିମ ଏସିଆଠାରୁ ଆଫ୍ରିକା, ଆମେରିକା ଭଳି ଦେଶରେ ରହିଥିବା ଫାର୍ମଗୁଡିକ ଚାଇନା ଫାର୍ମଗୁଡିକ ସହ ଜଡିତ ଅଛନ୍ତି। ଏହି ଫାର୍ମଗୁଡିକ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକର ତେଲ ଆମଦାନୀରେ ଭାଗ ନେଇଥାନ୍ତି।
ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ସିଙ୍ଗାପୁର ଭିତ୍ତିକ ଚାଇନା ଆଭିଏଶନ ଅଏଲ, ୟୁନିପେକ୍‌ର ସହଯୋଗୀ କମ୍ପାନୀ ପେଟ୍ରୋ ଚାଇନା ଭଳି ଅନ୍ୟ କମ୍ପାନୀ ସହ ସମ୍ପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି ଚାଇନା କମ୍ପାନୀଗୁଡିକର ଟ୍ୟାଙ୍କର ବ୍ୟବହାର ବନ୍ଦ କରିବାକୁ ଯୋଜନା ରଖାଯାଇଛି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଭାରତୀୟ କମ୍ପାନୀଗୁଡିକ ଚାଇନା ତେଲ ଜାହାଜ ଏବଂ ଟ୍ୟାଙ୍କର ଉପରେ ବେଶି ନିର୍ଭରଶୀଳ ନୁହନ୍ତି। ଅପରପକ୍ଷରେ ଶୋଧିତ ତେଲ ଆମଦାନୀ କ୍ଷେତ୍ରରେ ଏହାର ବେଶି ପ୍ରଭାବ ପରିଲକ୍ଷିତ ହେବନି। ଯଦି ତେଲ ବିକ୍ରେତା ଚାଇନା ଜାହାଜ ବ୍ୟବସ୍ଥା କରିଥାନ୍ତି ତେବେ ସେହି କ୍ଷେତ୍ରରେ ଆମଦାନୀ ହେବାର କୌଣସି କଟକଣା ନାହିଁ। ମାତ୍ର ଭାରତୀୟ କମ୍ପାନୀଗୁଡିକ ପ୍ରତ୍ୟକ୍ଷ ଭାବେ କୌଣସି କାର୍ଯ୍ୟ ଚାଇନା କମ୍ପାନୀ ଦ୍ୱାରା କରାଇବେ ନାହିଁ ବୋଲି ଅଧିକାରୀ ମତ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗ ଉପରେ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ଥାନ ପେଟ୍ରୋଲିୟମ, ମାଙ୍ଗାଲୋର ରିଫାଇନେରି ଭଳି କମ୍ପାନୀଗୁଡିକର ମତାମତ ଲୋଡାଯାଇଥିଲେ ମଧ୍ୟ ଏହା ମିଳିପାରିନାହିଁ। ସେହିଭଳି ପ୍ରମୁଖ ଚାଇନାଗୁଡିକ ମଧ୍ୟ ଏ ନେଇ ସ୍ପଷ୍ଟ ଭାବେ କିଛି ଉତ୍ତର ରଖିନାହାନ୍ତି। ବର୍ତ୍ତମାନ ଭାରତ ନିକଟରେ ପର୍ଯ୍ୟାପ୍ତ ରିଫାଇନେରି କ୍ଷମତା ରହିଛି। କମ୍ପାନୀଗୁଡିକ ସେମାନଙ୍କ ମୋଟ କ୍ଷମତାଠାରୁ ନିମ୍ନରେ ପରିଚାଳିତ କରୁଛନ୍ତି। କୋଭିଡ୍‌-୧୯ ଯୋଗୁ ତେଲ ଚାହିଦା ପ୍ରଭାବିତ ଥିବାରୁ ଏଭଳି ସ୍ଥିତି ଉପୁଜିଛି। ବର୍ତ୍ତମାନ ଚାହିଦା କମ୍‌ ଥିବାରୁ ନୂଆ ନିୟମ କମ୍ପାନୀଗୁଡିକୁ ପ୍ରଭାବିତ କରିବ ନାହିଁ ବୋଲି ଅନ୍ୟ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମାତ୍ର ଆଗାମୀ ଦିନରେ କୋଭିଡ୍‌-୧୯ ସ୍ଥିତି ବଦଳିଲେ ଏହା ହୁଏତ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ମାତ୍ର ଜାତୀୟ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି କମ୍ପାନୀଗୁଡିକ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri