ଜନଧନ ଯୋଜନାକୁ ୬ ବର୍ଷ ପୂରିଲା

ନୂଆଦିଲ୍ଲୀ,୨୯।୮: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(ପିଏମ୍‌ଜେଡିଓ୍ବାଇ) ୬ ବର୍ଷ ପୂରଣ କରିଛି। ୨୦୧୪ ଅଗଷ୍ଟରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ଲୋକଙ୍କ ମଧ୍ୟରେ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣକୁ ଉତ୍ସାହିତ କରିବା ଦିଗରେ ଏହି ଯୋଜନାକୁ ସରକାର ଉନ୍ମୋଚନ କରିଥିଲେ। ବ୍ୟାଙ୍କିଙ୍ଗ୍‌ ସିଷ୍ଟମ ସହ ଲୋକଙ୍କୁ ଯୋଡିବା ଲାଗି ଆସିଥିବା ଏହି କାର୍ଯ୍ୟକ୍ରମ ଏକ ଗେମ୍‌ ଚେଞ୍ଜର ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଏହାକୁ ନେଇ ଶୁକ୍ରବାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୦.୩୫ କୋଟି ଖାତା ଖୋଲାଯାଇଛି। ଏହା ଅଧୀନରେ ଖୋଲାଯାଇଥିବା ମୋଟ୍‌ ଆକାଉଣ୍ଟ ମଧ୍ୟରୁ ୫୫.୨% ଖାତା ମହିଳାଙ୍କର ବୋଲି ଜଣାପଡିଛି। ସେହିଭଳି ୬୪% ଖାତା ଗ୍ରାମାଞ୍ଚଳରେ ରହିଥିବା ବେଳେ ବଳକା ୩୬% ସହରାଞ୍ଚଳରେ ରହିଛି। ଏହି ଯୋଜନାରେ ଜିରୋ ବାଲାନ୍ସରେ ବ୍ୟାଙ୍କ ଖାତା ଖୋଲାଯାଇଥାଏ। ଯୋଜନା ଅନ୍ତର୍ଗତ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମଧ୍ୟ ପ୍ରଦାନ କରାଯାଉଛି। ଏଥିଲାଗି କୌଣସି ପ୍ରିମିୟମ ମଧ୍ୟ ଦେବାକୁ ପଡି ନ ଥାଏ। ଜନଧନ ଖାତାରେ ଡେବିଟ୍‌ କାର୍ଡ ସୁବିଧା ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧.୨୨ କୋଟି କିଷାନ କ୍ରେଡିଟ କାର୍ଡକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୧।୮:କୋଭିଡ୍‌-୧୯ ପ୍ରଭାବରୁ କୃଷି କ୍ଷେତ୍ରକୁ ବାହାରକୁ ଆଣିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ୧.୨୨ କୋଟି କିଷାନ କ୍ରେଡିଟ...

-୪.୫% ରହିବ ଅଭିବୃଦ୍ଧି

ମୁମ୍ବାଇ,୧୩।୭: ଚଳିତ ଆର୍ଥତ୍କ ବର୍ଷରେ ଭାରତର ଅଭିବୃଦ୍ଧି ନକାରାତ୍ମକ ରହିବ। ଏହି ସମୟରେ ଘରୋଇ ବଜାରର ଅଭିବୃଦ୍ଧି -୪.୫% ରହିବ ବୋଲି ଫିକି ପକ୍ଷରୁ ହୋଇଥିବା...

କ୍ୟାପ୍ଟିଭ୍‌ ବ୍ଲକରୁ ୫୦% କୋଇଲା ବିକ୍ରିକୁ ମିଳିପାରେ ଅନୁମତି

ନୂଆଦିଲ୍ଲୀ,୨୨।୨:  ଦେଶ ମଧ୍ୟରେ ରହିଥିବା ବିଭିନ୍ନ କ୍ୟାପ୍ଟିଭ ବ୍ଲକଗୁଡିକରୁ ୫୦% କୋଇଲା ବିକ୍ରିକୁ କେନ୍ଦ୍ର ସରକାର ଅନୁମତି ଦେଇପାରନ୍ତି। ଏ ନେଇ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।...

ଆସାମରେ ୧୩ ହଜାର କୋଟି ନିବେଶ କରିବ ଓଏନ୍‌ଜିସି

ନୂଆଦିଲ୍ଲୀ,୧୨-୯: ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଆସାମରେ ୧୩ ହଜାର କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥରେ କମ୍ପାନୀ ଆସନ୍ତା ୫ ବର୍ଷରେ...

ଯୁଦ୍ଧର ପ୍ରଭାବ, ଭାରତୀୟ ଶେୟାର ବଜାରରେ ସଙ୍କଟ…

ମୁମ୍ବାଇ,୭।୩ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ସୋମବାର ସପ୍ତାହର ପ୍ରଥମ ବାଣିଜ୍ୟ ଦିବସରେ ଭାରତୀୟ ଷ୍ଟକ ବଜାରରେ ହ୍ରାସ ସହ କାରବାର ଆରମ୍ଭ ହୋଇଛି।...

ଅଗଷ୍ଟରୁ ଅନ୍‌ଲାଇନରେ କିଣି ହେବ ବିଦେଶୀ ମୁଦ୍ରା

ନୂଆଦିଲ୍ଲୀ,୮-୬: ବିଦେଶ ଯିବାକୁ ଥିବା ବ୍ୟକ୍ତିବିଶେଷ ଅଥବା କ୍ଷୁଦ୍ର ବ୍ୟବସାୟୀ ଅଗଷ୍ଟରୁ ଅନ୍‌ଲାଇନରେ ବିଦେଶୀ ମୁଦ୍ରା କିଣିପାରିବେ। ଏଥିଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଖୁବଶୀଘ୍ର ଏକ...

ୟଶ୍‌ଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର କଲା ରାମରାଜ୍‌ କଟନ

ନୂଆଦିଲ୍ଲୀ,୧୨।୨: ରାମରାଜ୍‌ କଟନ ପକ୍ଷରୁ ଅଭିନେତା ୟଶ୍‌ଙ୍କୁ କମ୍ପାନୀ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ରାମରାଜ୍‌ କଟନର ପ୍ରତିଷ୍ଠାତା କେ. ଆର୍‌....

କ୍ରିପ୍ଟୋ କରେନ୍ସି ଟ୍ରେଡିଂ କଟକଣା ହଟିଲା

ନୂଆଦିଲ୍ଲୀ,୫-୩: ବିବାଦୀୟ କ୍ରିପ୍ଟୋକରେନ୍ସି କାରବାର ଉପରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨ ବର୍ଷ ପୂର୍ବେ ପ୍ରତିବନ୍ଧକ ଲଗାଇଥିଲା। ଦେଶ ମଧ୍ୟରେ ଏହାର କାରବାର ନ...

Advertisement
Archives

Model This Week