କାର୍‌, ବାଇକ୍‌ ଜବତ: ୨ ଗିରଫ

କେନ୍ଦୁଝର,୨୦ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ପୂର୍ବରୁ ଡକାୟତି କେସ୍‌ରେ ସାମିଲ ହୋଇ ଫେରାର ଥିବା ଏକ ଡକାୟତ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନାମରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ଅନେକ ମାମଲା ରହିଛି। ଗିରଫମାନଙ୍କ ଘର ଝାଡ଼ଖଣ୍ଡ ରାଜ୍ୟରେ କିନ୍ତୁ ସଦର ଥାନା ପଦ୍ମପୁର ଗ୍ରାମରେ ରହୁଥିଲେ ବୋଲି ଜାଣିବାକୁ ପାଇଛି।
ସେମାନେ ହେଲେ ଲଖନପୁର ଗାଁର ଏମ୍‌ଡି ସାଲାହୁଦ୍ଦିନ (୩୧) ଏବଂ ବାବୁଣ୍ଡିହା ଗାଁର ଏମଡି ତାଜୁଦ୍ଦିନ (୨୧) ଏବଂ ଉଭୟ ଝାରଖଣ୍ଡ ରାଜ୍ୟର ଗିରିଡିହ ଜିଲାର ଅହିଲ୍ୟାପୁର ଥାନା ଅଧୀନରେ ଅଛନ୍ତି। ପୋଲିସ ସେମାନଙ୍କଠାରୁ ଏକ କାର୍‌ (ଓଡି ୦୯ ଏସି ୦୪୬୭) ଜବତ କରିଛି। ଗୋଟିଏ ବାଇକ୍‌ ( ଓଡି ୦୯ ଏକ୍ସ ୦୭୯୫) ନକଲି ନମ୍ବର ଥିବା ବାଇକ (ଓଆର୍‌ ୦୯ ଏମ୍‌୍‌ ୭୧୫୭), ବିନା ନମ୍ବର ପ୍ଲେଟର ଏକ ବାଇକ୍‌, ନକଲି ନମ୍ବର୍‌ ଥିବା ବାଇକ୍‌ ଜେଏଚ୍‌ ୦୯ ଏଜେ ୭୬୯୧ ଜବତ କରିଛି। ସେମାନଙ୍କ ନାମରେ ଟାଉନ ଥାନାରେ କେସ୍‌ ନମ୍ବର ୫୬୧/୧୧.୧୧.୨୪ ରହିଛି। ସେହିପରି ପଶ୍ଚିମବଙ୍ଗ କୁଲ୍ଟି ପୋଲିସ ଥାନାରେ ମାମଲା ନଂ- ୩୩୭, ୧୪.୭.୨୧ରେ ମାମଲା ରହିଥିବା ବେଳେ କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା କେସ୍‌ ନଂ-୨୯ ତା-୮.୧୨.୨୪ରେ ମାମଲା ରହିଛି।

ସୋମବାର ସେମାନଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ଅନ୍ୟ ମାମଲାରେ ସମ୍ପୃକ୍ତ ଥିବା ତଥା ଅନ୍ୟ ପୋଲିସ ଥାନାରେ କୌଣସି କେସ ରହିଛି କି ସେ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ମାଡ଼ରେ ଯାତ୍ରା ଫିକା, ବିଧାୟକଙ୍କ ଦ୍ୱାରା ‘କବି ସମ୍ରାଟ ରଙ୍ଗମଞ୍ଚ’ ଉଦଘାଟିତ

ଭଞ୍ଜନଗର,୩୦/୪(ବାବୁଲା ପ୍ରଧାନ)-ପୂର୍ବ ଯାତ୍ରା ଅପେକ୍ଷା ଚଳିତ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି।…

ଅବସର ନେଲେ କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀଙ୍କୁ…

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଗୁରୁବାର ଚାକିରୀ ଜୀବନରୁ ଅବସର ନେଇଛନ୍ତି। ଏହାପୂର୍ବରୁ ଭବାନୀପାଟଣା ସ୍ଥିତ କାର୍ଯ୍ୟାଳୟରେ ଏହାର…

ମହଙ୍ଗା ପଡିଲା ନିଜ ପିଅନଙ୍କଠାରୁ ଲାଞ୍ଚ ନେବା, ତହସିଲର ବରିଷ୍ଠ କିରାଣୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଏମ .ରାମପୁର ତହସିଲର ପୂର୍ବତନ ବରିଷ୍ଠ କିରାଣୀ ହିମାଦ୍ରୀ କୁମାର ପଣ୍ଡା ଗତ ୨୦୧୪ ମସିହାରେ ନିଜ ପିଅନଠୁ ଲାଞ୍ଚ ନେବା…

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ମମତାଙ୍କ ବଡ଼ ବୟାନ

କୋଲକାତା,୩୦ା୪: ପଶ୍ଚିମବଙ୍ଗରେ ଏଥର ଭାଜପା ଏବଂ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କେତେକ ପୋଲ୍‌ ଏଜେନ୍ସି ଆକଳନ କରିଥିଲାବେଳେ ଭାଜପା ସର୍ବାଧିକ ଆସନ ପାଇ…

TMCର ବଡ଼ ଅଭିଯୋଗ, ‘ବାଲଟ ବକ୍ସ ଖୋଲିବାକୁ ଚେଷ୍ଟା’, ଆସିଲା ସିସିଟିଭି ଫୁଟେଜ!

କୋଳକାତା,୩୦।୪: ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ପୁଣିଥରେ ରାଜନୀତି ଉଷ୍ମ ହୋଇଛି। ନେତାଜୀ ଇଣ୍ଡୋର ଷ୍ଟାଡିୟମ ବାହାରେ ଥିବା ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ଟିଏମସି ନେତା ଶଶି…

୪,୪,୪,୪,୪… ଗୋଟିଏ ଓଭରରେ କ୍ରମାଗତ ୫ଟି ଚୌକା ମାରି ଇତିହାସ ସୃଷ୍ଟି କଲେ ବିରାଟ କୋହଲି, ଏହି ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଲେ

ନୂଆଦିଲ୍ଲୀ,୩୦।୪: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କାଗିସୋ ରାବାଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ଗୋଟିଏ ଓଭରରେ ସେ…

ରାଗ ରଖି ଛୁରୀରେ ବେକ କାଟି ହତ୍ୟା: ଆସିଲା ମାମଲାର ରାୟ,ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଭବାନୀପାଟଣା,୩୦।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ପରଲସିଙ୍ଗା ଗାଁରେ ଗତ ୨୦୨୪ ରେ ହୋଇଥିବା ଏକ ବର୍ବର ହତ୍ୟାକାଣ୍ଡ ମାମଳାର ରାୟ ଗୁରୁବାର…

ଶ୍ରମିକ କର୍ମଚାରୀମାନଙ୍କୁ ଛଟେଇ କରିବା ନିଷ୍ପତ୍ତିର ପ୍ରତିବାଦ: ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ପକ୍ଷରୁ ବିକ୍ଷୋଭ

ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର): ଖର୍ଚ୍ଚକାଟ ନାମରେ ଶ୍ରମିକ କର୍ମଚାରୀ ମାନଙ୍କୁ ଛଟେଇ କରିବା ନିଷ୍ପତ୍ତିର ପ୍ରତିବାଦରେ ପଶ୍ଚିମ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ , ଦେବଗଡ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri