ଓଡ଼ିଆ ଥାଳିକୁ କ’ଣ ବାହାରକୁ ନେଇପାରିବାନି

ଡ. ପ୍ରମୋଦ କୁମାର ପଣ୍ଡା

 

ବାସ୍ତବରେ ଓଡ଼ିଆ ଥାଳି ଏ ପର୍ଯ୍ୟନ୍ତ ଓଡ଼ିଶା ବାହାରକୁ ଯାଇପାରି ନାହିଁ, ଯଦିଓ ଓଡ଼ିଆ ଥାଳିରେ ସବୁପ୍ରକାର ଉପାଦାନ ଭରପୂର ଅଛି। ଯଦି ବୈଜ୍ଞାନିକ ଓ ସ୍ବାସ୍ଥ୍ୟଗତ କାରଣରୁ ବିଚାର କରାଯାଏ, ତା’ ହେଲେ ଦେଖାଯିବ ଯେ, ଆମ ଥାଳିର ଓଜନ ପାଖରେ କେହି ପାସଙ୍ଗରେ ଆସିବେ ନାହିଁ। ମାତ୍ର ଦୁଃଖ ଲାଗେ ଓଡ଼ିଆର ଜିନିଷ ବିଶ୍ୱ ଦରବାର କ’ଣ ଭାରତର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଏ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ଏକ ଛୋଟ ପ୍ରଦେଶ ପଞ୍ଜାବ କଥା ଦେଖନ୍ତୁ, ଲୋକ ସଂଖ୍ୟା ମାତ୍ର ୨.୮ କୋଟି। ପଞ୍ଜାବ ତଡକା, ତନ୍ଦୁରି ରୋଟି, ନାନ ଆଦି ଜିନିଷ ସମଗ୍ର ବିଶ୍ୱରେ ବିଖ୍ୟାତ ହେଲା। ଆମ ଦେଶରେ ମଧ୍ୟ ପ୍ରତି ଛୋଟ ବଡ ସହରରେ ସବୁଠାରେ ଉପଲବ୍ଧ। ତାଙ୍କ ତୁଳନାରେ ଓଡ଼ିଶାରେ ୪.୫ କୋଟି ଲୋକ ବାସ କରନ୍ତି କିନ୍ତୁ ଆମ ଖାଦ୍ୟ ପଦାର୍ଥ ବାହାରକୁ ଯାଇପାରିଲା ନାହିଁ। ଆସନ୍ତୁ ଦେଖିବା ଆଉ କାହାର ଖାଦ୍ୟ ଭରତ ଓ ବିଶ୍ୱରେ ବିଖ୍ୟାତ ହୋଇଛି। ଦକ୍ଷିଣ ଭାରତର ଦୋସା, ଦକ୍ଷିଣ ଭାରତୀୟ ଥାଳି, ଇଡିଲ, ବରା ଇତ୍ୟାଦି ଆମ ଦେଶ ଓ ବିଦେଶରେ ଆଦୃତି ଲାଭ କରିଛି। ଉତ୍ତର ଭାରତର ଆଳୁ ପରଟା,କଚୋଡି, ଗୁଜରାଟର ଡୋକଲା ମଧ୍ୟ ବିଭିନ୍ନ ପ୍ରଦେଶରେ ଦେଖିବାକୁ ମିଳେ। ଏପରି କି ସିକିମ୍‌ ଭଳି ଛୋଟ ରାଜ୍ୟ ତା’ର ଖାଦ୍ୟ ମୋମୋକୁ ମଧ୍ୟ ସମଗ୍ର ଭାରତରେ ପ୍ରସାରିତ କରିପାରିଛି। ଆମ ପଡୋଶୀ ପଶ୍ଚିମ ବଙ୍ଗ ମଧ୍ୟ ସନ୍ଦେଶ, ରସଗୋଲା, ମାଛ ଝୋଳ ପାଇଁ ସମଗ୍ର ଭାରତରେ ଜଣାଶୁଣା। ସବୁଠୁ ଦୁଃଖର କଥା ଏହି ଯେ, ଆମଠୁ ରସଗୋଲାର ଜ୍ଞାନ କୌଶଳ ଶିଖି ସମଗ୍ର ଭାରତ ଓ ବାହାରେ ରସଗୋଲା ପଶ୍ଚିମ ବଙ୍ଗର ମିଠାଇ ବୋଲି ପ୍ରଚାର ପ୍ରସାର କରିଦେଲେ। ଅବଶ୍ୟ ରସଗୋଲାର ଭୌଗୋଳିକ ସୂଚାକାଙ୍କ ଯୁଦ୍ଧ ନ ହୋଇଥିଲେ ସମଗ୍ର ବିଶ୍ୱ ରସଗୋଲାକୁ ଓଡ଼ିଶାର ବୋଲି ଜାଣିପାରି ନ ଥାନ୍ତା। ପ୍ରଶ୍ନ ଉଠେ ସେମାନେ ଆମଠୁ ଶିଖି ସମଗ୍ର ଦେଶ ଓ ବିଦେଶକୁ ରସଗୋଲା ନେଇଗଲେ କିନ୍ତୁ ଆମକୁ କିଏ ମନାକରିଥିଲା ଓଡ଼ିଶା ବାହାରକୁ ରସଗୋଳା ନେବାକୁ ?
ଆମ ପାଖରେ ରସଗୋଲା, ଛେନା ପୋଡ଼, ଛେନା ଝିଲ୍ଲି, ଛେନା ମୁଡୁକି, ରସାବଳି ଓ ପାଳୁଅ ଲଡୁ ଭଳି ସୁସ୍ବାଦୁ ମିଠା ମହଜୁଦ ଥିବାବେଳେ ଓଡ଼ିଶା ବାହାରେ କୌଣସି ବଡ଼ ବ୍ରାଣ୍ଡ୍‌ର ମିଠା ଦୋକାନରେ ସେସବୁ ମିଠାର ଅନୁପସ୍ଥିତି ସ୍ବାଭିମାନୀ ଓଡ଼ିଆ ମନରେ ଗଭୀର ଦୁଃଖ ସଞ୍ଚାର କରେ। ଅବଶ୍ୟ ଆଜି କାଲି ଛୋଟ ମୋଟ ଦୋକାନ ହିସାବରେ କାଭାଁ କିଏ କେମିତି କେଉଁଠି ବିକ୍ରିବଟା କରୁଥିବେ, ମାତ୍ର ଅନ୍ୟମାନଙ୍କ ପାଖରେ ତା’ର ପ୍ରଚାର ପ୍ରସାର କରିପାରି ନାହାନ୍ତି।
ସବୁବେଳେ ସରକାରଙ୍କୁ ଦୋଷ ଦେଲେ ହେବ ନାହିଁ। ପଞ୍ଜାବ ସରକାର ହୁଅନ୍ତୁ କିମ୍ବା ଦାକ୍ଷିଣାତ୍ୟ ରାଜ୍ୟର ସରକାର କିମ୍ବା ପଶ୍ଚିମବଙ୍ଗ ସରକାର କେବେ ବି ସେମାନଙ୍କ ଜିନିଷକୁ ନେଇ ବିଭିନ୍ନ ଆଡ଼େ ପ୍ରଚାର ପ୍ରସାର କରିନାହାନ୍ତି। ସେମାନଙ୍କ ନାଗରିକ ଦେଶ ଓ ବିଦେଶକୁ ନିଜେ ନିଜେ ନେଇ ସେସବୁର ଆଦୃତି ବଢାଇଛନ୍ତି ବ୍ୟକ୍ତିଗତ ଉଦ୍ୟମରେ। ମାତ୍ର ଆମେ ଓଡ଼ିଆ ସେ ବିଷୟରେ କେବେ ଚିନ୍ତା କରିନୁ କି ଆମ ଜିନିଷକୁ ବାହାରେ ବିକ୍ରି କରି ଲାଭବାନ ହବାର ସ୍ବପ୍ନ ବି ଦେଖିନୁ ।
ଆମ ଓଡିଆ ଥାଳି ଦେଶର ସର୍ବଶ୍ରେଷ୍ଠ ଥାଳି। ଓଡ଼ିଆମାନଙ୍କର ପାରମ୍ପରିକ କାର୍ଯ୍ୟ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ରନ୍ଧନ କରିବା। କାରଣ ହିନ୍ଦୁ ଧର୍ମ ଅନୁସାରେ ଭଗବାନ ବିଷ୍ଣୁ ଶଯ୍ୟା ତ୍ୟାଗ କରନ୍ତି ବଦ୍ରିକା ଧାମରେ, ସ୍ନାନ କରନ୍ତି ଦ୍ୱାରିକା ଧାମରେ, ଭୋଜନ କରନ୍ତି ଜଗନ୍ନାଥ ଧାମ ପୁରୀରେ ଓ ଶୟନ କରନ୍ତି ରାମେଶ୍ୱର ଧାମରେ। ସେଥିପାଇଁ ସମଗ୍ର ଭାରତବର୍ଷରେ ଶ୍ରୀକ୍ଷେତ୍ର ପୁରୀରେ କେବଳ ଭଗବାନଙ୍କୁ ପ୍ରତିଦିନ ଛପନ ଭୋଗ ଅର୍ପଣର ପରମ୍ପରା ରହିଛି। ଓଡ଼ିଆମାନେ ସୁସ୍ବାଦୁ ଖାଦ୍ୟ ରନ୍ଧନରେ ଧୁରନ୍ଧର ଥିଲେ ବୋଲି ବ୍ରିଟିଶ ସମୟରେ ହିଁ କଲିକତାରେ ସେମାନଙ୍କୁ ବିଭିନ୍ନ ହୋଟେଲ, ଅଫିସ ଓ ବଡବଡିଆଙ୍କ ଘରେ ରୋଷେଇ କାର୍ଯ୍ୟ କରିବା ପାଇଁ ନିୟୋଜିତ କରାଯାଉଥିଲା।
ବର୍ତ୍ତମାନ ଆଲୋଚନା କରିବା ଯେ ଆମ ଥାଳିରେ କ’ଣ ଅଛି, ଯାହା ଅନ୍ୟମାନଙ୍କ ଥାଳିରେ ନାହିଁ। ଦକ୍ଷିଣ ଭାରତୀୟ ଥାଳିରେ ସାଧାରଣତଃ ପରିବା କମ ଥାଏ, ଖଟା ଅଧିକ ଥାଏ ଓ ଖାଦ୍ୟ ନଡିଆ ତେଲରେ ତିଆରି ହୋଇଥାଏ। ତେଣୁ ସମସ୍ତଙ୍କର ରୁଚି ବୋଧକ ହୋଇପାରେ ନାହିଁ। ତଥାପି ଦକ୍ଷିଣ ଭାରତୀୟ ଥାଳିର ଚାହିଦା ବହୁତ ଅଛି। ଉତ୍ତର ଭାରତର ଥାଳି ସିଷ୍ଟମ ନାହିଁ, ମାତ୍ର ପଞ୍ଜାବୀମାନଙ୍କର ତରକାରିରେ ପରିବା କମ ଓ ଅତ୍ୟଧିକ ତେଲ ମସଲା ଯୋଗୁ ପେଟ ଗୋଳମାଳ ଦେଖା ଦେବାର ସମ୍ଭାବନା ଥାଏ। କିନ୍ତୁ ଓଡ଼ିଆ ଥାଳିରେ ସବୁକିଛି ସନ୍ତୁଳିତ ମାତ୍ରାରେ ଥାଏ। ଯଥା ଆମ ସୁଷମ ଖାଦ୍ୟ ପାଇଁ ଶ୍ୱେତସାର, ପୁଷ୍ଟିସାର ଓ ସ୍ନେହସାର ତିନୋଟି ଉପାଦାନ ସହିତ ଖଣିଜ ଲବଣ, ଭିଟାମିନ ଓ ପ୍ରଚୁର ମାତ୍ରାରେ ତନ୍ତୁ (ଫାଇବର) ମହଜୁଦ ଥାଏ। ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ସର୍ବ ଗ୍ରହଣୀୟ ହୋଇଥାଏ। ଗୁଣ୍ଡ ମସଲା ବ୍ୟବହାର ନ କରି ଅଦା, ଜିରା, ରସୁଣ, ପିଆଜରେ ବଟା ମସଲା ପ୍ରସ୍ତୁତି ହୁଏ ଓ ଅଳ୍ପ ବ୍ୟବହାର କରାଯାଏ ଏବଂ ମସଲା କଷିବାର ଉପାୟ ଦ୍ୱାରା ତରକାରି ସୁସ୍ବାଦୁ ହୁଏ। ଭାତ, ଡାଲି, ଭଜା, ଶାଗ, ଝୋଳ ତରକାରି, ଖଟା (ଟମାଟୋ- ଖଜୁରି, ଓଉ-ନଡିଆ, ଆମ୍ବୁଲ- ନଡିଆ), ଦହିମିଶା ସାଲଡ, ପାମ୍ପଡ, ବଡିଚୂରା, ଧଣିଆ ଚଟଣି, ଆଚାର ପ୍ରଭୃତି ଦ୍ୱାରା ଆମର ଥାଳି ପ୍ରସ୍ତୁତ ହୋଇଥାଏ। ସବୁ ପ୍ରକାର ପୋଷାକ ତତ୍ତ୍ୱ ସହିତ ଭିଟାମିନ, ଧାତବ, ତନ୍ତୁ ଇତ୍ୟାଦି ପ୍ରଚୁର ପରିମାଣର ଥାଏ। ଉତ୍ତର ଭାରତୀୟଙ୍କ ପାଇଁ ଆମେ ଭାତ ସହିତ ରୋଟିର ବ୍ୟବସ୍ଥା କରି ତାହାକୁ ଆହୁରି ଆଦୃତମୟ କରିପାରିବା ।
ଆମ ଚାଉଳ ଖିରି ସମଗ୍ର ବିଶ୍ୱରେ ନିଆରା କାରଣ ଏହା ଓଡ଼ିଶାର ଉଦ୍ଭାବନ। ମାତ୍ର ଦୁଃଖର ବିଷୟ ଏ ପର୍ଯ୍ୟନ୍ତ ଆମେ ଓଡ଼ିଆ ଥାଳି ଭାବରେ ବ୍ରାଣ୍ଡିଂ କରି ପାରି ନାହୁଁ କିମ୍ବା ତାକୁ ଓଡ଼ିଶା ବାହାରକୁ ନେବାକୁ ଚେଷ୍ଟା କରିନାହୁଁ। ବ୍ରହ୍ମପୁରରେ ଯେତେ ପ୍ରକାର ଓଡ଼ିଆ ଆଚାର ପ୍ରସ୍ତୁତ ହୁଏ, ସମଗ୍ର ବିଶ୍ୱରେ ହେଉ ନ ଥିବ। ମାତ୍ର ଆମେ ଓଡ଼ିଶାର ଦାୟାଦ ହିସାବରେ ଆମ ପୂର୍ବସୂରୀଙ୍କ ଦାନକୁ ବିଶ୍ୱବାସୀଙ୍କ ପାଖରେ ପହଞ୍ଚାଇ ପାରିନାହଁୁ। ଆସନ୍ତୁ ଖାଦ୍ୟ ଶ୍ରେଣୀରେ ଆମ ପାଖରେ ଉପଲବ୍ଧ ଅମୃତ ତୁଲ୍ୟ ଓଡ଼ିଆ ଥାଳିକୁ ନେଇ ଓଡ଼ିଶା ବାହାରକୁ ଯିବା ଓ ବିଶ୍ୱରେ ପ୍ରଚାର ପ୍ରସାର କରିବା। ଓଡ଼ିଆ ଥାଳି କିପରି ଦେଶର ଅନ୍ୟାନ୍ୟ ଭାଗରେ ଏବଂ ବିଦେଶରେ ପ୍ରସାରିତ ହେବ, ସେଥିପାଇଁ ଚେଷ୍ଟା କରନ୍ତୁ।
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, (ଭାରତ ସରକାର), ଭୁବନେଶ୍ୱର, ମୋ:୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri