କ୍ୟାଲେଣ୍ଡର ଓ ପୌରାଣିକ କଥା

ଭାରତର ଜାତୀୟ କ୍ୟାଲେଣ୍ଡର ହେଉଛି ସାକ କ୍ୟାଲେଣ୍ଡର। ଏହା ୭୮ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଛି। ଏହାକୁ ସରକାରୀ ଭାବେ ୧୯୫୭ରେ ଗ୍ରହଣ କରାଯାଇଥିଲା, କାରଣ ସ୍ବାଧୀନ ଭାରତ ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ଉପରେ ନିର୍ଭର ନ କରି ତାହାର ନିଜର ଏକ କ୍ୟାଲେଣ୍ଡର ରଖିବାକୁ ଚାହଁିଥିଲା। ଉଲ୍ଲେଖନୀୟ, ଗ୍ରେଗୋରିଆନ୍‌ କ୍ୟାଲେଣ୍ଡର ସହ ୟୁରୋପୀୟ ଓ ଖ୍ରୀଷ୍ଟିଆନ୍‌ଙ୍କ ସମ୍ପର୍କ ରହିଛି ଏବଂ ଏହାକୁ ଉପନିବେଶୀୟ ଶାସନର ଏକ ଶେଷ ସନ୍ତକ ଭାବେ ଦେଖାଯାଏ ।
ଭାରତରେ ଅନେକ କ୍ୟାଲେଣ୍ଡର ରହିଛି। ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମ୍ପ୍ରଦାୟ ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବ୍ୟବହାର କରିଥାନ୍ତି। ଏଣୁ ପାରମ୍ପରିକ ନୀତିନିୟମକୁ ଆଧାର କରି ଗୋଟିଏ ଏକକ ଭାରତୀୟ କ୍ୟାଲେଣ୍ଡର ତିଆରି କରିବା ଅତ୍ୟନ୍ତ କଷ୍ଟକର ହୋଇଯାଇଛି। ବୌଦ୍ଧଧର୍ମାବଲମ୍ବୀମାନେ ବୌଦ୍ଧ କ୍ୟାଲେଣ୍ଡର, ଜୈନମାନେ ଜୈନ କ୍ୟାଲେଣ୍ଡର ଏବଂ ଶିଖ ଓ ମୁସଲମାନ ସେମାନଙ୍କ ନିଜସ୍ବ କ୍ୟାଲେଣ୍ଡକୁ ଅନୁସରଣ କରିଥାନ୍ତି। ଏହା ବ୍ୟତୀତ ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଆଞ୍ଚଳିକ କ୍ୟାଲେଣ୍ଡର ଅଛି। ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ମଧ୍ୟ ବିଭିନ୍ନ କ୍ୟାଲେଣ୍ଡର ବ୍ୟବହାର କରାଯାଏ। ନେପାଳରେ ବିକ୍ରମ ସମ୍ବତ (ଖ୍ରୀଷ୍ଟପୂର୍ବ ୫୭ରେ ଆରମ୍ଭ ହୋଇଥିଲା) ବ୍ୟବହାର ହେଉଥିବାବେଳେ ଭାରତ ସାକ କ୍ୟାଲେଣ୍ଡକୁ ପସନ୍ଦ କରିଛି। ଏଠାରେ ପ୍ରଶ୍ନ ଉଠେ, ଯଦି ଆମେ ବିକ୍ରମ ସମ୍ବତ(ବିକ୍ରମାଦିତ୍ୟଙ୍କ ଶାସନ ସମୟରେ ଆରମ୍ଭ ହୋଇଥିବା କୁହାଯାଏ) କିମ୍ବା ସାକ ସମ୍ବତ( ସାକ ରାଜାଙ୍କ ସମୟରେ ଆରମ୍ଭ ହୋଇଛି) ଭଳି ନାମକୁ ବ୍ୟବହାର କରିବା, ତେବେ ଏହିସବୁ ନାମର ମାନେ କ’ଣ ଏବଂ କେଉଁଠୁ ଆସଛି? ଏସବୁକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି। ତେବେ ବିକ୍ରମ ଓ ସାକ କ୍ୟାଲେଣ୍ଡର ମଧ୍ୟରେ ପ୍ରଭେଦକୁ ବୁଝିବାକୁ ହେଲେ ଆମକୁ ଇତିହାସକୁ ଅନୁଧ୍ୟାନ କରିବାକୁ ପଡ଼ିବ ଏବଂ ଏପରିକି ତାହା ପୂର୍ବରୁ ଭୌଗୋଳିକ ସ୍ଥିତିକୁ ଦେଖିବାକୁ ହେବ।
ବିନ୍ଧ୍ୟ ପର୍ବତମାଳା ଦକ୍ଷିଣ ଭାରତରୁ ଉତ୍ତର ଭାରତକୁ ଅଲଗା କରିଛି। ଉତ୍ତର ଭାରତର ଦକ୍ଷିଣ ସୀମା ଭାବେ ଥିଲା ଉଜ୍ଜୟିନୀ ସହର ଏବଂ ଦକ୍ଷିଣ ଭାରତର ଉତ୍ତର ସୀମା ରହିଥିଲା ଗୋଦାବରୀ ଅବବାହିକାର ପ୍ରତିଷ୍ଠାନ (କିମ୍ବା ପୈଠଣ)। ଏମାନଙ୍କ ମଧ୍ୟରେ ରହିଛି ବିନ୍ଧ୍ୟ ପର୍ବତମାଳା ଏବଂ ନର୍ମଦା ନଦୀ। ଏହି ଅଞ୍ଚଳ ଦେଇ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଚାଲିଥିଲା। ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ ସାମୁଦ୍ରିକ ବାଣିଜ୍ୟ ପଥ ପାଇଁ ଏହା ଏକମାତ୍ର ଉପଯୋଗୀ ସ୍ଥଳପଥ ଥିଲା। ଏଣୁ ଯେଉଁ ରାଜାମାନେ ଏହାକୁ ଦଖଲ କରୁଥିଲେ ସେମାନେ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ।
ବିଦେଶୀ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିବା ରାଜା ବିକ୍ରମାଦିତ୍ୟଙ୍କ ନାମାନୁସାରେ ବିକ୍ରମ ସମ୍ବତ ନାମ ହୋଇଥିବା ବିଶ୍ୱାସ କରାଯାଏ। ସେହିଭଳି ସାକ ସମ୍ବତର ସମ୍ପର୍କ ରାଜା ଶାଳିବାହାନଙ୍କ ସହ ଥିବା କୁହାଯାଏ, ଯିଏ ବିଦେଶୀ ସାକ କିମ୍ବା ସ୍କିଥିଆନ ଆକ୍ରମଣକାରୀଙ୍କୁ ଦେଶରୁ ତଡ଼ିଦେଇଥିଲେ। ତେବେ ସେହି ସମୟରେ କେଉଁମାନେ ବିଦେଶୀ ଆକ୍ରମଣକାରୀ ଥିଲେ? ସେତେବେଳେ ଭାରତରେ ଘୋଡ଼ା ନ ଥିବାରୁ ବହୁ ସମୟରେ ତାହାକୁ କେନ୍ଦ୍ର ଏସିଆରୁ ଅଣାଯାଉଥିଲା। ଅନେକ କେନ୍ଦ୍ର ଏସୀୟ ଆଦିବାସୀମାନେ ଭାରତକୁ ଘୋଡ଼ା ଆଣୁଥିଲେ ଏବଂ ଏଠାକାର ଶାସନର ପତନ ଘଟାଇ ଭାରତୀୟ ବାଣିଜ୍ୟ ପଥକୁ ଦଖଲ କରୁଥିଲେ। ସାକମାନେ ଆରାବଳୀ ଅଞ୍ଚଳର ଅଧିକାଂଶ ଭାଗକୁ ନିୟନ୍ତ୍ରଣକୁ ନେଇଥିଲେ ଏବଂ ପାଖାପାଖି ଖ୍ରୀଷ୍ଟପୂର୍ବ ୧୦୦ରେ ଭାରତକୁ ଆସିଥିଲେ। ସେହିଭଳି କୁଶାଣମାନେ ଗାଙ୍ଗେୟ ବାଣିଜ୍ୟପଥର ଅନେକ ଅଂଶକୁ ନିୟନ୍ତ୍ରଣକୁ ନେଇ ଖ୍ରୀଷ୍ଟାବ୍ଦ ୧୦୦ବେଳକୁ ଭାରତରେ ପ୍ରବେଶ କରିଥିଲେ।
ପୁରାତନ କିମ୍ବଦନ୍ତୀ ବା ଲୋକକଥା ଅନୁଯାୟୀ, ଜୈନ ସନ୍ନ୍ୟାସୀ କଳକାଚାର୍ଯ୍ୟଙ୍କ ଭଉଣୀ ଥିଲେ ଜଣେ ଜୈନ ସନ୍ନ୍ୟାସିନୀ। ତାଙ୍କୁ ଉଜ୍ଜୟିନୀର ରାଜା ଗଡ଼ଭିଲ୍ଲା ଅପହରଣ କରିଥିବାରୁ କଳକାଚାର୍ଯ୍ୟ ତାଙ୍କ ଉପରେ କ୍ରେଧ ପ୍ରକଟ କରିଥିଲେ। ଉଜ୍ଜୟିନୀ ଆକ୍ରମଣ କରିବା ସକାଶେ କଳକାଚାର୍ଯ୍ୟ ସାକ ରାଜାଙ୍କ ସାହାଯ୍ୟ ଲୋଡ଼ିଥିଲେ। ସେ ଏହା ପାଇବା ପରେ ଗଡ଼ଭିଲ୍ଲାଙ୍କୁ ପରାସ୍ତକରି ତାଙ୍କ ଭଉଣୀକୁ ଉଦ୍ଧାରକରିଥିଲେ। ପରେ ସାକମାନେ ଉଜ୍ଜୟିନୀ ଦଖଲକରି ତାହାର ଶାସକ ପାଲଟିଗଲେ ଏବଂ ଗଡ଼ଭିଲ୍ଲାଙ୍କୁ ନିର୍ବାସନରେ ପଠାଇଦେଲେ। ପରେ ତାଙ୍କର ଜଙ୍ଗଲରେ ମୃତ୍ୟୁ ଘଟିଥିଲା ଓ ତାଙ୍କୁ ଗୋଟିଏ ବାଘ ଖାଇଦେଇଥିବା କୁହାଯାଏ। ତାଙ୍କ ପୁତ୍ର ବିକ୍ରମାଦିତ୍ୟ ଧୀରେ ଧୀରେ ବଡ଼ ହେବାକୁ ଲାଗିଲେ ଏବଂ ସାକ ରାଜାଙ୍କୁ ପରାସ୍ତକରି ଉଜ୍ଜୟିନୀରୁ ତଡ଼ିଦେଇ ବିକ୍ରମ ସମ୍ବତ ପ୍ରତିଷ୍ଠା କରିଥିଲେ। ହେଲେ ଏହି ପ୍ରାଚୀନ ଲୋକକଥାର କୌଣସି ଐତିହାସିକ ପ୍ରମାଣ ନାହିଁ, କିନ୍ତୁ ଏହା ଲୋକପ୍ରିୟ ଜୈନ ପୁରାଣର ଏକ ଅଂଶ ହୋଇରହିଛି। ଅନେକ ଦକ୍ଷିଣ ଭାରତୀୟ ଗବେଷକ ବିଶ୍ୱାସ କରନ୍ତି ଯେ, ସାକ କ୍ୟାଲେଣ୍ଡର ଶାଳିବାହାନଙ୍କ ନାମାନୁସାରେ ହୋଇଛି, ଯିଏ କି ବିକ୍ରମାଦିତ୍ୟଙ୍କ ଭଳି ପ୍ରତିଷ୍ଠାନରୁ ସାକମାନଙ୍କୁ ବିତାଡ଼ିତ କରିଥିଲେ। ସାତବାହାନ ରାଜବଂଶ ଶାସନ ଅଧୀନରେ ଶାଳିବାହାନ ଥିଲେ। ଏହା ପ୍ରଥମେ ୯ମ ଶତାବ୍ଦୀରେ ଶିଳାଲେଖରେ ସ୍ଥାନ ପାଇଥିଲା ଏବଂ ପ୍ରାୟ ଏହି ସମୟରେ ବିକ୍ରମାଦିତ୍ୟ ଓ ଶାଳିବାହାନଙ୍କ କାହାଣୀ ସବୁ କିମ୍ବଦନ୍ତୀ ସମ୍ବଳିତ ପୁସ୍ତକ ବିକ୍ରମାଦିତ୍ୟ ପଚିଶି ଏବଂ ସିଂହାସନ ବତିଶି ମାଧ୍ୟମରେ ସାମ୍ନାକୁ ଆସିଥିଲା। ଅବଶ୍ୟ, ତିନି ରାଜା ଯଥା ବିକ୍ରମାଦତ୍ୟ, ଶାଳିବାହାନ ଓ ଭୋଜଙ୍କ ସମ୍ପର୍କରେ ସୂଚିତ କରାଯାଇଛି, ଯେଉଁମାନଙ୍କର କେନ୍ଦ୍ରୀୟ ଭାରତର ଉଜ୍ଜୟିନୀ ଓ ପୈଠଣ ମଧ୍ୟରେ ଥିବା ଅଞ୍ଚଳ ସହ ସମ୍ପର୍କ ରହିଛି। ଏହିସବୁ କାହାଣୀରେ ଦର୍ଶଯାଇଛି, ବିକ୍ରମାଦିତ୍ୟଙ୍କୁ ଶାଳିବାହାନ ହତ୍ୟା କରିଥିଲେ। ଶାଳିବାହାନ ନାଗରାଜା ବସୁକି ଓ କୁମ୍ଭାର କନ୍ୟାଙ୍କ ଅଲୌକିକ ସନ୍ତାନ ଥିଲେ ବୋଲି କୁହାଯାଇଛି।
ଆଉ ଏକ ଗ୍ରନ୍ଥରେ କୁହାଯାଇଛି ଯେ, ଶାଳିବାହାନ ମାଟି କଣ୍ଢେଇକୁ ବ୍ୟବହାରକରି ଏକ ସେନା ଗଢ଼ିଥିଲେ, ଯାହାକୁ ନାଗମାନେ ଆଲୌକିକ ଶକ୍ତି ଯୋଗାଉଥିଲେ। ଏହି କାହାଣୀରେ ସେ ବିକ୍ରମାଦିତ୍ୟଙ୍କୁ ସାହାଯ୍ୟ କରିବା କଥା ବର୍ଣ୍ଣନା କରାଯାଇଛି। ଭବିଷ୍ୟ ପୁରାଣ (୧୫୦୦ ଶତାବ୍ଦୀ ପରେ ରଚନା କରାଯାଇଛି)ରେ ଶାଳିବାହାନଙ୍କୁ ବିକ୍ରମାଦିତ୍ୟଙ୍କ ନାତି ବୋଲି କୁହାଯାଇଛି। ଏଥିରେ ମଧ୍ୟ ବର୍ଣ୍ଣନା ରହିଛି ଯେ, ବିକ୍ରମାଦିତ୍ୟ ଯିଶୁଙ୍କ ଏକ ବାଣୀକୁ ଏବଂ ଶାଳିବାହାନ ମହମ୍ମଦଙ୍କୁ ବିରୋଧ କରିଛନ୍ତି। ଦେଖିବାକୁ ଗଲେ ଆଶ୍ଚର୍ଯ୍ୟର କଥା ହେଉଛି, ଯିଶୁ ଓ ମହମ୍ମଦଙ୍କ ମଧ୍ୟରେ ପାଖାପାଖି ୬୦୦ ବର୍ଷର ଅନ୍ତର ରହିଛି ଏବଂ ଏଭଳି ଯୁକ୍ତିର ବିଶ୍ୱସନୀୟତା ଉପରେ ଏହା ସନ୍ଦେହ ସୃଷ୍ଟିକରିଛି। ଏଥିରୁ ବୁଝାପଡ଼ୁଛି, ଏସବୁ ହେଉଛି କାଳ୍ପନିକ କାହାଣୀ ଏବଂ ସମ୍ଭବତଃ ୧୦ ଶତାବ୍ଦୀରେ ଉଜ୍ଜୟିନୀରେ ରହୁଥିବା ଜଣେ ସାହିତ୍ୟପ୍ରେମୀ ତଥା ଜ୍ଞାନୀ ରାଜା ମିହିର ଭୋଜଙ୍କ ସମୟରେ ଏହା ରଚନା କରାଯାଇଛି। କୁହାଯାଏ, ସେ ବିକ୍ରମାଦିତ୍ୟଙ୍କ ସିଂହାସନ ଆବିଷ୍କାର କରିଥିଲେ ଏବଂ ନିଜକୁ ତାଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ଭାବେ ବିବେଚନା କରୁଥିଲେ। ସମ୍ଭବତଃ ସେ ଶାଳିବାହାନଙ୍କ କାହାଣୀଗୁଡ଼ିକ ରଚନା କରିଥିଲେ। ଏଣୁ ଶଳିବାହାନ, ବିକ୍ରମାଦିତ୍ୟ ଏବଂ ଭୋଜଙ୍କ ପୌରାଣିକ ଲୋକକଥାଗୁଡ଼ିକ ସମ୍ଭବତଃ ୮ମ ଶତାବ୍ଦୀ ପାଖାପାଖି ସମୟରେ ସୃଷ୍ଟି କରାଯାଇଛି, ଯେଉଁଥିରେ ତାହାର ୭୦୦ରୁ ୮୦୦ ବର୍ଷ ପୂର୍ବେ ଘଟିଥିବା ଘଟଣାଗୁଡ଼ିକୁ ସାମ୍ନାକୁ ଅଣାଯାଇଛି। ତେବେ ସାକ ଓ ବିକ୍ରମ କ୍ୟାଲେଣ୍ଡ କିଏ ଆରମ୍ଭ କରିଥିଲେ ତାହା ଆମେ କେବେ ବି ଜାଣିପାରିବା ନାହିଁ। ସେଗୁଡ଼ିକର ଐତିହାସିକ ଆଧାର ଦୀର୍ଘଦିନରୁ ପୌରାଣିକ କିମ୍ବଦନ୍ତୀଗୁଡ଼ିକର ପ୍ରଚ୍ଛଦରେ ରହିଯାଇଛି। ଏଣୁ ଏହି ଲୋକ କାହାଣୀଗୁଡ଼ିକ ଉପରେ ଅନୁଧ୍ୟାନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?