ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ଅନୁଷ୍ଠିତ ବୁଢାଡଙ୍ଗର ଲକୋମହୋତ୍ସଵରେ ଢୋଲ ନିଶାନରେ ମଞ୍ଚ ଦୁଲୁକିଥିଲା। ସକାଳୁ ଅନୁଷ୍ଠାନ ପରିସରରେ ପତକା ଉତୋଳନ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକା ମହାନନ୍ଦ, ପରେ ବୁଢା ଡଙ୍ଗର ମନ୍ଦିର ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।

ବିଭିନ୍ନ ସାଂସ୍କୃତିକ ଶୋଭାଯାତ୍ରାରେ ସହର ସାଂସ୍କୃତିକ ମାହୋଲରେ ପରିଣତ ହୋଇଥିଲା। ଏହି ଉପଲକ୍ଷେ ଏକ ଚିତ୍ରକଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏହାକୁ କେସିଙ୍ଗା ଆଇ ଆଇ ସି ସି. ପ୍ରଦ୍ୟୁମ୍ନ ମହାପାତ୍ର ଉଦଘାଟନ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନୀ ସାଂସ୍କୃତିକ ସନ୍ଧ୍ୟାରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର୍ବାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ଉତ୍ସବ ସଂସ୍କୃତିର ମହାନ ମିଳନ ସ୍ଥଳୀ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବରେ ଏନ. ଏ. ସି ଅଧ୍ୟକ୍ଷ ନୃପ ରାଜ ଯାଦବ ଯୋଗଦାନ କରିଥିଲେ।

ଅନ୍ୟତମ ଅତିଥି ଭାବରେ କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ ଯୋଗଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସୁଷନ୍ତା କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଘୁମୁରା ଗୁରୁ ମାର୍କଣ୍ଡ ନାଏକ,ନାଟ୍ୟ ନିର୍ଦେଶକ ଭାବରେ ମନୋଜ ରଥ,ବିଶିଷ୍ଟ କଳାକାର ରବି ରତନ ସାହୁ,ସଙ୍ଗୀତ ନିର୍ଦ୍ଦେଶକ ମନୋରଞ୍ଜନ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ପୁରୀର ମାହାରୀ, ମୟୁରଭଞ୍ଜର ଛଉ,ବରଗଡ଼ର ଢଳିଆ ଖୁସା,ମୃଣ୍ମୟୀ ଓ ସାଥି ର ବଜାଶାଲ, ଓ ମନୋରଞ୍ଜନ ପାଢ଼ୀଙ୍କ ସଙ୍ଗୀତ ବିଚିତ୍ରା ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ।


Enter your email to get our daily news in your inbox.

All Right Reserved By Dharitri.Com

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକଙ୍କ ସ୍ମୃତିରେ ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସ୍ବର୍ଗତ ଭଗବାନ ମହାରଣାଙ୍କ ସ୍ମୃତି ଉଦ୍ଦେଶ୍ୟରେ ପୁଇଁତୋଳା ଯୁବଗୋଷ୍ଠୀଙ୍କ ଦ୍ୱାରା ବଡ ବନ୍ଧ ପୋଖରୀ ପାରିପାର୍ଶ୍ୱ ସଫେଇ କରାଯାଇଥିଲା।...

OSRTC ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ

ଜଗନ୍ନାଥ ପ୍ରସାଦ,୧୬।୩: ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ପଞ୍ଚଭୂତି ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। OSRTC ବସ୍‌ ଏବଂ ସ୍କୁଟି...

ସୁନ୍ଦର ଓ ସବୁଜ ଦାରିଙ୍ଗବାଡି ପାଇଁ  ପ୍ରୟାସ 

ଦାରିଙ୍ଗବାଡି,୧୬ ।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏକ ଫୋରମ ଗଠନ କରାଯାଇ...

କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୩ (ବାବୁଲା ପ୍ରଧାନ): ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ଗଞ୍ଜାମ ଜିଲା ବେଲଗୁଣ୍ଠା ହାଟ କିମ୍ବା ଅନ୍ୟ...

ଆହୁରି ୩ ଦିନ କରିବ କଲବଲ: ଏହି ୩ ଜିଲାକୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର,୧୬।୩: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଆସନ୍ତା ୩...

ସାଙ୍ଗମାନଙ୍କ ସହ ଯାଇଥିଲେ ହୋଲି ଖେଳି, ଫେରିଲେନି ଘରକୁ …

ଗଞ୍ଜାମ,୧୬।୩: ଗଞ୍ଜାମ ଜିଲା ପୋଡମପେଟା ଗାଁ ନିକଟ ସମୁଦ୍ର କୂଳରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସମୁଦ୍ରରେ ଗାଧୋଇବା ବେଳେ ପାଣିରେ ବୁଡି ଜଣେ...

ସାପକୁ କଚାଡି ମାରିଲେ, ପରେ ସାଙ୍ଗରେ ନେଇ ପହଁଚିଲେ ମେଡିକାଲ

ଉଦଳା,୧୬।୩(ସନ୍ତୋଷ କୁମାର ବାଛିନି): ସାପକୁ କଚାଡି ମାରିଲେ ଆଉ ସାପକୁ ନେଇ ସାଙ୍ଗରେ ପହଁଚିଲେ ମେଡିକାଲ। ଯୁବକଙ୍କୁ କାମୁଡ଼ିଲା ନାଗ ସାପ। ୩ ରୁ ୪...

ଅଙ୍ଗୁର ଗାଡିକୁ ପିଟିଲା ଟ୍ରକ: ଯେତେ ପାରିଲେ ବୋହିନେଲେ

ଯାଜପୁର,୧୬।୩: ଯାଜପୁର କୁଆଖିଆ ନିକଟରେ ରବିବାର ସକାଳୁ ସକାଳୁ ଘଟିଛି ଏଦ ସଡ଼କ ଦୁର୍ଘଟଣା। ଏକ ଅଙ୍ଗୁର ବୋଝେଇ ଗାଡିକୁ ପିଟିଲା ଆଉ ଏକ ଟ୍ରକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri