ଦବଙ୍ଗଗିରି ଦେଖାଇ ଫସିଲେ ପୋଲିସ ଗାଡ଼ି ଡ୍ରାଇଭର

ଝାରସୁଗୁଡା ଅଫିସ,୫ା୭- କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲାରେ କରାଯାଇଥିବା ଶଟ୍‌ଡାଉନ୍‌ର ପ୍ରଥମ ଦିନ ଶନିବାରରେ ବ୍ରଜରାଜନଗର ଥାନାର ଏକ ପାଟ୍ରୋଲିଂ ଗାଡିର ଡ୍ରାଇଭରଙ୍କ କାର୍ଯ୍ୟକଳାପ ପାଇଁ ଜିଲା ପୋଲିସକୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡିଛି। ତେବେ ପୋଲିସ ନିଜ ଉପରୁ ଦୋଷ ଛଡାଇ ଏହି ଡ୍ରାଇଭର ଯୋଶୀ ତାଣ୍ଡିଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ କାର୍ଯ୍ୟରୁ ବାହାର କରିବା ପାଇଁ ପଦକ୍ଷେପ ନେଇଛି। ଯାହା ଖୋଦ ଜିଲା ଏସପି ରାହୁଲ ପିଆର ରବିବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ହେଲେ ଏହି ଡ୍ରାଇଭରଙ୍କୁ ସୁପ୍ରିମ ପାୱାର ଦେଇଥିବା ଅଧିକାରୀଙ୍କ ବିରୁର୍ଦ୍ଧରେ କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ସୂଚନାମୁତାବକ ବ୍ରଜରାଜନଗର ଥାନାକୁ ଏମ୍‌ସିଏଲ ପକ୍ଷରୁ ଏକ ଗାଡିକୁ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ପ୍ରଦାନ କରାଯାଇଛି। ଏହି ଗାଡିର ଡ୍ରାଇଭର ଭାବେ ଯୋଶୀ ତାଣ୍ଡିଙ୍କୁ ମଧ୍ୟ ଏମ୍‌ସିଏଲ୍‌ ନିଯୁକ୍ତ କରିଥିଲା। ତେବେ ଏହି ଡ୍ରାଇଭର ନିଜକୁ ପୋଲିସ ଭାବି ଲୋକଙ୍କୁ ଧମକ ଚମକ କରି ନିଜ କାର୍ଯ୍ୟ ହାସିଲ କରୁଥିବା ସହିତ ଜଣେ ଅଧିକାରୀଙ୍କ କଲେକ୍ସନ ଏଜେଣ୍ଟ ସାଜିଥିବା ବହୁବାର ଜିଲା ପୋଲିସ ନିକଟରେ ଅଭିଯୋଗ ହୋଇଛି। ହେଲେ ପ୍ରମାଣ ଅଭାବରୁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ହୋଇ ବସିରହିଥିଲା। ତେବେ ଶଟ୍‌ଡାଉନର ପ୍ରଥମ ଦିନ ଶନିବାରରେ ଡ୍ରାଇଭର ତାଣ୍ଡି ଥାନା ଅଧିକାରୀ ନଳିତା ମୋଦିଙ୍କୁ ନେଇ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେ ବିନା ମାସ୍କରେ ପୋଲିସର ଲାଠି ଧରି ଘୁରିବୁଲିବା ସହ ଲୋକଙ୍କୁ ଦୁର୍ବବ୍ୟହାର କରୁଥିବା ଅଭିଯୋଗ ହୋଇଥିଲା। ସେହିପରି ବ୍ରଜରାଜନଗର ରେଳ ଷ୍ଟେଶନ ନିକଟରେ ଜଣେ ଯୁବକ ବାହାରକୁ ଆସିଥିବା ବେଳେ ତାଙ୍କୁ ରାସ୍ତା ଉପରେ ଉଠବସ କରାଇବା ସହ ମାଡ ମାରିବାକୁ ଉଦ୍ୟମ କରିଥିଲେ। ସେଠାରେ ଥାନା ଅଧିକାରିଣୀ ନଳିତା ମୋଦୀ ଓ ଜଣେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ସୁଦ୍ଧା ତାଙ୍କୁ କିଛି କହି ନ ଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ପରେ ଏସ୍‌ପି ରାହୁଲ ପିଆର୍‌ ଘଟଣାକୁ ଗୁରୁତର ସହିତ ନେଇ ଡ୍ରାଇଭର ତାଣ୍ଡିଙ୍କୁ କାର୍ଯ୍ୟରୁ ବାହାର କରିବା ପାଇଁ ଏମ୍‌ସିଏଲ୍‌କୁ ଚିଠି ଲେଖିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବ୍ରଜରାଜନଗର ଥାନାରେ ଯୋଶୀଙ୍କ ବିରୋଧରେ ଏକ ମାମଲା (ନଂ.୨୫୪/୨୦୨୦) ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା: ୨୫ ଦିନ ହେଲା ନାହିଁ ବିଜୁଳି, ଗରମରେ ସିଝୁଛନ୍ତି ଛାତ୍ରୀଛାତ୍ର

ବାଲିଗୁଡ଼ା,୮ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ନିର୍ମାଣ କରି ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ନ ଥିବାରୁ ସେହି ସ୍ମାର୍ଟ କ୍ଲାସ୍‌ରୁମ୍‌…

୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…

ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…

ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଯୁବକଙ୍କ ମୃତଦେହ, ଦେଓଗାଁରେ ବାଇକ୍‌ ରଖି…

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ରାଏପାଲି ଗ୍ରାମ ନିକଟ ଟ୍ରେନ୍‌ ଟ୍ରାକ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ…

ପ୍ରଶାସନିକ ସ୍ତରରେ ଅଦଳବଦଳ; ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୮।୧୦: ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇଛନ୍ତି । ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ପଞ୍ଜାବ କିଙ୍ଗ୍ସକୁ ଲାଗିଲା ୪୪୦ ଭୋଲର୍ଟ ଝଟକା: ଟିମ୍‌ ଛାଡ଼ିଦେଲେ…

ନୂଆଦିଲ୍ଲୀ,୮।୧୧: ଆଇପିଏଲ୍‌ର ଆଗାମୀ ସିଜନ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ୪୪୦ ଭୋଲର୍ଟ ଝଟକା ଲାଗିଛି। ଦଳର କୋଚିଂ ଷ୍ଟାଫ୍‌ରୁ ଆଉ ଦୁଇଜଣ ସଦସ୍ୟ ବିଦାୟ ନେଇଛନ୍ତି। ରିପୋର୍ଟ…

”ବୋହୂ ପେନଶନରେ ଶାଶୂଙ୍କ ଅଧିକାର ନାହିଁ”: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୮।୧୦: ୮୩ ବର୍ଷୀୟା ଜଣେ ବୃଦ୍ଧା ମହିଳାଙ୍କୁ ନିଜ ସ୍ୱର୍ଗତ ପୁଅର ସ୍ତ୍ରୀ ଅର୍ଥାତ ନିଜ ବିଧବା ବୋହୂଠାରୁ ପେନସନର ଅଂଶ ମାଗିବା ମହଙ୍ଗା ପଡ଼ିଲା। ତାଙ୍କ…

ଶୋଇଥିବାବେଳେ ସ୍ବାମୀଙ୍କ ତଣ୍ଟି ଉପରେ ଚଢ଼ି ଜୀବନ ନେଇଗଲେ ସ୍ତ୍ରୀ, ଘର ବାହାରେ…

ଆଳି,୮ା୧୦(ବନମାଳୀ ସେନାପତି): ସ୍ବାମୀଙ୍କ ତଣ୍ଟି ଉପରେ ଛିଡ଼ା ହୋଇ ହତ୍ୟା କରିଛନ୍ତି ସ୍ତ୍ରୀ। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?