Posted inଫୁରସତ

ହୃଦୟ ଜିତୁଛି ଜଣେ ବ୍ୟକ୍ତି ପତ୍ନୀଙ୍କ ପାଇଁ ତିଆରି କରିଥିବା ବାଇକ

ଦେଖାଯାଏ ବେଳେ ବେଳେ ମହିଳାମାନଙ୍କର ଅନେକ ଇଚ୍ଛା ଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଟିକେ କଷ୍ଟ ହୋଇଥାଏ। ବିଶେଷ କରି ଯେଉଁ ମହିଳାଙ୍କର ବାଇକ୍‌ ଚଲାଇବାର ଇଚ୍ଛା ସେମାନେ କେବଳ ହାତ ଗଣତି କେତେଜଣ ବୋଲି କୁହାଯାଏ। ମହିଳାମାନେ ବେଳେ ବେଳେ ଦୁଃସାହସିକ ଖେଳ ପ୍ରଦର୍ଶନ କରିବାକୁ ପସନ୍ଦ କରି ଥାଆନ୍ତି। ନିକଟରେ ଏମିତି ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ପାଇଁ ଏକ ଅଫ୍‌ ରୋଡ ବାଇକ୍‌ ପ୍ରସ୍ତୁତ କରିଥିବା ଜଣାପଡିଛି। ହେଲେ ଏହି ବାଇକ୍‌ ଏବେ ସାଧାରଣ ଜନତାଙ୍କୁ ବେଶ୍‌ ପସନ୍ଦ ଆସିଛି। ସୂଚନାଯୋଗ୍ୟ, କ୍ୟାମ୍ବ୍ରି ଓ ତାଙ୍କ ପୁରୁଷବନ୍ଧୁ ଜ୍ୟାକ ନେଲଶନ ପାଖାପାଖି ଗୋଟିଏ ବର୍ଷ ପୂର୍ବରୁ ନିଜ ନିଜ ଇନୋଭେଟିଭ ଆଇଡିଆ ଉପରେ କାମ ଆରମ୍ଭ କରିଥିଲେ। ଏମାନେ ୨ଟି ଇଲକ୍ଟ୍ରୋନିକ ବାଇକକୁ ଯୋଡି ମଝିରେ ଏକ ବଡ ସିଟ୍‌ ରଖିଥିଲେ। ଫଳରେ ଯେ କେହି ଆରାମରେ ବସି ପାରିବେ। ଏହାର ନାମ ସେମାନେ ନଟ୍‌ ହ୍ୟୁଲ ଚେୟାର ରଖିଥିଲେ। ଏହା ଅଫ୍‌ ରୋଡ ଅର୍ଥାତ୍‌ ପାହାଡ଼ ଓ ବରଫ ଉପରେ ସହଜରେ ଚାଲି ପାରିବ। ଏହାସହ ଏଥିରେ ଯାତ୍ରା କରିବା ବେଶ୍‌ ଆରାମ ଦାୟକ ମଧ୍ୟ। ତେବେ ଏହି ବାଇକ୍‌ ଦ୍ୱାରା ଦିବ୍ୟାଙ୍ଗମାନେ ମଧ୍ୟ ଅଫ୍‌ ରୋଡ ଯାତ୍ରାର ମଜା ଉଠାଇ ପାରିବେ ବୋଲି କୁହାଯାଉଥିବା ବେଳେ। ଏବେ ଏହି ବାଇକକୁ ଅନେକ ଲୋକ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri