ଭାଜପାର ଉତ୍ଥାନ: ବିଜେଡିକୁ ଚ୍ୟାଲେଞ୍ଜ

ଯାଜପୁର ଅଫିସ,୨୯ା୧: ଯାଜପୁର ଜିଲା ବିଜେଡି ଗଡ଼ରେ ଭାଜପାର ଉତ୍‌ଥାନକୁ ନେଇ ରାଜନୈତିକ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଲାଣି। ରାଜ୍ୟରେ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇବାରେ ଜିଲାର ମନ୍ତ୍ରୀ, ବିଧାୟକ ଓ ପ୍ରଶାସନର ଅବହେଳା ଏଥିପାଇଁ ଦାୟୀ ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି। ଯୋଜନାଗୁଡିକର ସଫଳ ରୂପାୟନ ପ୍ରତି ରାଜନେତାମାନେ ଦୃଷ୍ଟି ନ ଦେଇ ରାଜନୀତି ଉପରେ ବେଶି ଗୁରୁତ୍ୱ ଦେବା ଓ ଲୋକଙ୍କଠୁ ଦୂରେଇ ଯିବା ଭାଜପା ଉତ୍‌ଥାନର କାରଣ ହୋଇଛି ବୋଲି କୁହାଯାଉଛି। ଏହାସହ ଚାଷୀଙ୍କୁ ଉପେକ୍ଷା ବିଜେଡି ପାଇଁ କାଳ ସାଜିବ। ଗତ ପଞ୍ଚାୟତ ନିର୍ବାଚନରେ ଜିଲାର ୬ଟି ଜିଲା ପରିଷଦ ଆସନ ଭାଜପା ଜିତିଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ କଡ଼ା ଟକ୍କର ଦେଇଥିଲା। ଭାଜପା ୨୦୧୪ ସାଧାରଣ ନିର୍ବାଚନରେ ୧୪.୪୩%, ୨୦୧୭ ପଞ୍ଚାୟତ ନିର୍ବାଚନରେ ୩୧.୫୭% ଓ ୨୦୧୯ ସାଧାରଣ ନିର୍ବାଚନରେ ୪୦.୫୫% ଭୋଟ ପାଇଥିଲା। ଭାଜପାର ଏଭଳି ଉତ୍‌ଥାନ କାରଣରୁ ଏଥର ପଞ୍ଚାୟତ ନିର୍ବାଚନରେ ବିଜେଡି ନେତା ଓ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆଲୋଚନା ହେଉଛି।

୨୦୦୨ରୁ ବିଜେଡି ଯାଜପୁରରେ ଜିଲା ପରିଷଦ ଗଠନ କରିଆସୁଛି। ଗତ ୨୦୧୭ରେ ପ୍ରଥମ କରି ବିଜେଡିକୁ କଡ଼ା ଟକ୍କର ଦେଇଥିଲା ଭାଜପା। ୬ଟି ଜିଲା ପରିଷଦ ଆସନ ଅକ୍ତିଆର କରି ଭାଜପା ନିଜର ସ୍ଥିତି ଜାହିର କରିଥିଲା। ୨୦୧୨ ପଞ୍ଚାୟତ ନିର୍ବାଚନରେ ଜିଲାର ୩୯ଟି ଜୋନ୍‌ରୁ ବିଜେଡିକୁ ୩୬ଟି ମିଳିଥିଲା। ୨୦୦୭ ନିର୍ବାଚନରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରି ଜିଲା ପରିଷଦ ଗଠନ କରିଥିଲା। ୨୦୦୨ ନିର୍ବାଚନରେ ବିଜେଡିରୁ ଗୌତମ ରାୟ ଜିଲା ପରିଷଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏବେ ସେ ଭାଜପାର ଜିଲା ସଭାପତି ଅଛନ୍ତି। ୨୦୦୦ରୁ ଜିଲାର ୭ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ଦବ୍‌ଦବା ବଜାୟ ରଖି ଆସୁଛି। ଧର୍ମଶାଳା, ବିଞ୍ଝାରପୁର, ବରୀ, ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଲଗାତର ଭାବେ ବିଜେଡି ପ୍ରାର୍ଥୀ ବିଜୟୀ ହେଉଛନ୍ତି। ଜିଲା ବିଜେଡିର ପ୍ରଫୁଲ୍ଲ ଘଡ଼େଇ, କଳ୍ପତରୁ ଦାସ, ଦେବାଶିଷ ନାୟକ, ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲ୍ଲିକ ଓ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ସମୟରେ ମନ୍ତ୍ରୀ ପଦ ଅଳଙ୍କୃତ କରିଆସୁଛନ୍ତି। କିନ୍ତୁ ଦୁଇ ଦଶନ୍ଧି ଧରି ନିରଙ୍କୁଶ ଜନସମର୍ଥନ ପରେ ବିଜେଡିର ଭୋଟ୍‌ବ୍ୟାଙ୍କ ହ୍ରାସ ଦଳର ରାଜନେତାଙ୍କ ପାଇଁ ଉଚିତ ଶିକ୍ଷା ଏବଂ ସତର୍କ ଘଣ୍ଟି ବୋଲି କୁହାଯାଉଛି। ଆତ୍ମ ସମୀକ୍ଷାକୁ ଭୁଲିଯାଇ କେବଳ କର୍ମୀଙ୍କ ପ୍ରିୟଭାଜନ ହେବାକୁ ଚେଷ୍ଟା ଚାଲିଛି। ପଞ୍ଚାୟତିରାଜ ଜନପ୍ରତିନିଧିଙ୍କ କାର୍ଯ୍ୟଦକ୍ଷତା ନିର୍ବାଚନୀ ପ୍ରସଙ୍ଗ ହୋଇଥାଏ। ଏହିକ୍ରମରେ ଜିଲାରେ ପଞ୍ଚାୟତିରାଜ ବିଭାଗ ଦ୍ୱାରା ନିର୍ମିତ ପାନୀୟଜଳ ପ୍ରକଳ୍ପ, କଲ୍ୟାଣ ମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଇତ୍ୟାଦି ଉପରେ ଜନଅସନ୍ତୋଷ ଲାଗି ରହିଛି। କୋରେଇ ବ୍ଲକର ପଛିକୋଟ ଜଗନ୍ନାଥ ମନ୍ଦିର ମଣ୍ଡପକୁ ଦେଖାଇ ମିଶନ ଶକ୍ତି ଗୃହ ନାମରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି। ସେହିପରି ସ୍ମାର୍ଟ ସ୍କୁଲ ନାମରେ ପୁରୁଣା ସ୍କୁଲ ଗୃହଗୁଡିକୁ କିଛିଟା ନବୀକରଣ କରି ବିପୁଳ ଅର୍ଥ ହଡ଼ପ ହେଉଥିବା ଜିଲାରେ ଅଭିଯୋଗ ହୋଇ ଆସୁଛି। ପ୍ରାୟ ସମସ୍ତ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଗ୍ରାମାଞ୍ଚଳ ଜନସାଧାରଣଙ୍କୁ ଅସ୍ଥିର କରିଛି। ଜଳସେଚନ ସୁବିଧା ନ ଥିବାରୁ ପ୍ରାୟ ୩୦ ପ୍ରତିଶତ ଜମି ପଡ଼ିଆ ପଡ଼ୁଛି। ଜିଲାର ଶତାଧିକ ପଡ଼ା ଗ୍ରାମକୁ ରାସ୍ତା ନାହିଁ। ଫଳରେ ନଗଡ଼ା ଭଳି ନଗ୍ନଚିତ୍ର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁ ଗ୍ରାମକୁ ବିଜୁଳି ଓ ସ୍ବଚ୍ଛ ପାନୀୟଜଳ ଆଜିବି ସ୍ବପ୍ନ ହୋଇଛି। ଜିଲାରେ ନିର୍ମାଣ ହୋଇଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ଅଧିକାଂଶ ଅଚଳ। ମହିଳାମାନେ ନଦୀରେ ଚୁଆ ଖୋଳି ପାଣି ସଂଗ୍ରହ କରୁଥିବା ଆଜି ବି ଦେଖିବାକୁ ମିଳୁଛି। ୧୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯେତିକି ଡାକ୍ତର ରହିବା କଥା ନାହାନ୍ତି। ଜିଲାର ଚିରସହଚର ବନ୍ୟା ପ୍ରତିବର୍ଷ ତା’ର କରାଳ ରୂପ ଦେଖାଉଛି। ଲକ୍ଷାଧିକ ଲୋକ ଏଥିରେ ପ୍ରଭାବିତ ହେଉଛନ୍ତି। ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। ଶିଳ୍ପ ଓ ଖଣିସମୃଦ୍ଧ ଜିଲାରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷିତ ଯୁବତୀଯୁବକ ନିଯୁକ୍ତି ଆଶାରେ ଅପେକ୍ଷା କରି ବସିଛନ୍ତି। ହେଲେ ଅଣଓଡ଼ିଆ ଠିକାସଂସ୍ଥାଙ୍କ ଏଠାରେ ରାଜ୍‌ ଚାଲିଛି। ବେଆଇନ ଲଘୁ ଖଣିଜ ଉତ୍ତୋଳନ ଯୋଗୁ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଛି। କିନ୍ତୁ ଜିଲାର ଲୋକପ୍ରତିନିଧି କିମ୍ବା ପ୍ରଶାସନ ଏଥିପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି। ଗରିବ ବଦଳରେ ଥିଲାବାଲାଙ୍କୁ ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉଛି। ଏଭଳି ଅନେକ ଜନହିତକର ଯୋଜନାରେ ବ୍ୟତିକ୍ରମ ଦେଖାଯାଉଛି। ତେଣୁ ଜନାଦେଶ କାହା ସପକ୍ଷରେ ଯିବ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କ ଲୁଙ୍ଗିକୁ ନେଇ ରାଜନୀତିରେ ଝଡ଼, ଧର୍ମେନ୍ଦ୍ର କହିଲେ…

ଭୁବନେଶ୍ୱର,୨୩।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri