‘ବିଜେଡି ଅହଂକାରୀ ହୋଇଯାଇଛି’

ଅନୁଗୋଳ ଅଫିସ,୧୫।୩

ରାଜ୍ୟରେ ବିଜେଡିର ଗୁଣ୍ଡାଗର୍ଦ୍ଦି ଓ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଜାଣିଶୁଣି ଗାଡି ଚଢ଼େଇଦେବା ଘଟଣାର ପ୍ରତିବାଦରେ ଅନୁଗୋଳ ଜିଲା ଭାଜପା ପକ୍ଷରୁ ସୋମବାର ଏକ ମୌନ ସତ୍ୟାଗ୍ରହ ତହସିଲ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି ଯୋଗଦେଇ କହିଲେ ଯେ, କ୍ଷମତା ନିଶାରେ ବିଜେଡି ଅହଙ୍କାରୀ ହୋଇଯାଇଛି। ଦଳର ନେତା, ମନ୍ତ୍ରୀମାନେ ବିଭିନ୍ନ ସଙ୍ଗିନ ଆପରାଧିକ କାର୍ଯ୍ୟରେ ଲିପ୍ତ ଅଛନ୍ତି। ଦୁର୍ନୀତି କଥା ନ କହିଲେ ଭଲ। ତେଣୁ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲା ସାଧାରଣ ସମ୍ପାଦକ ସୁଦୀପ ଗଡ଼ନାୟକ, ବିଶ୍ୱଜିତ ମିଶ୍ର, ସୁନୀଲ କୁମାର ସାହୁ, ଚନ୍ଦ୍ରକାନ୍ତ ଧଳ, ଦିଲୀପ କୁମାର ଦାସ, ନମିତା ଦଳ ବେହେରା, ସୁଷମା ବେହେରା, କଳ୍ପନା ସାହୁ, ବିଜୟ ମାଝି, ସରିତା ମିଶ୍ର, ମହମ୍ମଦ ସବୀର, ରାଜେଶ ଜିନ୍ଦଲ, ଗୋପାଳ ଦାସ, କମଳକାନ୍ତ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କୁ ଭେଟିଲେ, ଚାଲିବ ଆନ୍ଦୋଳନ

ଭୁବନେଶ୍ୱର,୧।୧୦(ଅନୁରାଧା ମହାରଣା)ସରକାରୀ ଅନୁଦାନ ନୀତି (ଜିଆଇଏ) ଲାଗୁ କରିବା ପାଇଁ ସମସ୍ତ ବେସରକାରୀ ଅନୁଦାନ ଓ ଅଣ-ଅନୁଦାନ (ଯୁକ୍ତ ୨ ଓ ଯୁକ୍ତ ୩) ମହାବିଦ୍ୟାଳୟ...

ଏସ୍‌ସିବି ଆସିବେ ଜଗା-କାଳିଆ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଓଡ଼ିଶା ଆସିବା ପାଇଁ ସ୍ଥିର ହୋଇଛି। ଦିଲ୍ଲୀ ଏମ୍ସରୁ...

କରୋନା ପାଇଁ ମୋ ବସ୍‌ରେ ସ୍ବତନ୍ତ୍ର ବିଶୋଧନ

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସମସ୍ତ ମୋ ବସ୍‌ ଓ ବସ ଷ୍ଟପରେ ସ୍ବତନ୍ତ୍ର...

ଭୂମିହୀନ ପରିବାରକେ ଭେଟ୍‌ଲେ ଜିଲାପାଳ

ଘଣ୍ଟାପଡା, ୬ା୧୨ (ଡି.ଏନ.ଏ.)- ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସୋମବାର କଣ୍ଟାମାଲ ବ୍ଲକ ପରିଦରଶନରେ ଆସି ଆମ୍ବଗଁା ପଁଚେତ୍‌ ଦେଢ଼େଣମାଲ ଗଁାର ନିହାତି ଗରିବ୍‌ ଭୂମିହୀନ...

ଆର୍ମି ରାଲି ପାଇଁ ଟ୍ରେନ୍‌ରେ ବିନା ଟିକେଟରେ ଆସି ଗଣ୍ଡଗୋଳ : ସଂରକ୍ଷିତ ଯାତ୍ରୀଙ୍କୁ ହଇରାଣ, ମହିଳାଙ୍କୁ ଦୁର୍ବ୍ୟବହାର

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ ପଡିଆରେ ସୋମବାର ଆର୍ମି ନିଯୁକ୍ତି ରାଲି ହେବ। ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ପିଲାମାନେ ଟ୍ରେନ୍‌ରେ ରାଜଧାନୀକୁ ଆସୁଛନ୍ତି।...

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲା: ହାଇକୋର୍ଟରେ ଅଭିଯୁକ୍ତ ଦଣ୍ଡସେନାଙ୍କ ଜାମିନ ଖାରଜ

କଟକ ଅଫିସ୍‌, ୧୪।୮: ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା...

ରଥକାଠ ପାଇଁ ଗଛ କଟା ଅନୁକୂଳ: ଜାନୁୟାରୀ ୬ରେ ନୟାଗଡ଼ ଯିବେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୨୫ା୧୨:ଆସନ୍ତା ରଥଯାତ୍ରା ପାଇଁ ସଜବାଜ ହେଲାଣି ଶ୍ରୀମନ୍ଦିର। ପରମ୍ପରା ଅନୁଯାୟୀ, ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ପରେ ରଥ...

ରାଜ୍ୟରେ ୨୦ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୬।୭(ବ୍ୟୁରୋ):  ରାଜ୍ୟରେ ‘ବ୍ଲାକ୍‌ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୦ରେ ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ।...

Advertisement
Archives

Model This Week