ରଣନୀତି ପ୍ରସ୍ତୁତିରେ ବିଜେଡି-ଭାଜପା

ଅନୁଗୋଳ ଅଫିସ,୧।୪

୨୦୨୨ ପୌର ନିର୍ବାଚନ ଅନୁଗୋଳରେ ଅନେକ ନୂତନତା ଆଣିଛି। ପ୍ରଥମ ଥର ପାଇଁ ପୌର ପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତେଇପାରିଛି। ସେହିପରି ଅଧିକ କାଉନସିଲର ପଦବୀ ଅକ୍ତିଆର କରି ଭାଜପା ଏଠାରେ ବିଜେଡିକୁ ପଛରେ ପକାଇ ଦେଇଛି। ଏପରି କି ଏପ୍ରିଲ ୭ରେ ହେବାକୁ ଥିବା ଉପାଧ୍ୟକ୍ଷ ନିର୍ବାଚନ ଜିତିବାକୁ ଭାଜପା ପ୍ରସ୍ତୁତି ଚଳାଇଛି। ଏଥିପାଇଁ ଦଳ ନିକଟରେ ଆବଶ୍ୟକ ସଂଖ୍ୟା ରହିଥିବାରୁ ବିଜୟୀ ହେବାରେ କୌଣସି ଅସୁବିଧା ନାହିଁ। ତେବେ ଏହି ପଦବୀ ପାଇଁ ଏକାଧିକ ଆଶାୟୀଙ୍କ ମଧ୍ୟରୁ ଦଳ କାହାକୁ ପ୍ରାର୍ଥୀ କରିବ ସେ ନେଇ ରାଜ୍ୟସ୍ତରରେ ବିଚାରବିମର୍ଶ ଶେଷ ହୋଇନାହିଁ। ଅପରପକ୍ଷରେ ବିଜେଡି ମଧ୍ୟ ଏହି ପଦବୀ ଉପରେ ନଜର ରଖିଛି। ଭାଜପାଠାରୁ କମ୍‌ ସଂଖ୍ୟକ କାଉନସିଲର ଥିବା ସତ୍ତ୍ୱେ କିପରି ଉପାଧ୍ୟକ୍ଷ ନିର୍ବାଚନରେ ବିଜୟ ହାସଲ କରିହେବ ସେ ନେଇ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ତେବେ ଦୁଇ ଦଳର ପ୍ରାର୍ଥୀଙ୍କ ମଧ୍ୟରୁ ଯିଏ ଜିତିଲେ ମଧ୍ୟ ଏହା ଅନୁଗୋଳ ପୌର ଇତିହାସରେ ଆଉ ଏକ ନୂଆ ଘଟଣା ହେବ।
୨୩ ଓ୍ବାର୍ଡ ବିଶିଷ୍ଟ ଅନୁଗୋଳ ପୌର ପରିଷଦର ଅଧ୍ୟକ୍ଷ ପଦ ପାଇଁ ଏଥର ସିଧାସଳଖ ନିର୍ବାଚନ ହୋଇଥିଲା। ଏଥିରେ ଭାଜପା ପ୍ରାର୍ଥୀ ଦିଲୀପ କୁମାର ପ୍ରଧାନଙ୍କୁ ହରାଇ ବିଜେଡିର ଅକ୍ଷୟ କୁମାର ସାମନ୍ତ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଅନୁଗୋଳକୁ ନିଜ ଗଡ଼ କହୁଥିବା କଂଗ୍ରେସ ଏଠାରେ ବଲବୀର ସିଂଙ୍କୁ ପ୍ରାର୍ଥୀ କରିଥିଲା। ବଲବୀରଙ୍କୁ ୩୧୪୮ ଭୋଟ ମିଳିଥିବାବେଳେ ଭାଜପାର ଦିଲୀପ ୮୯୬୪ ଓ ବିଜେଡି ପ୍ରାର୍ଥୀ ଅକ୍ଷୟ ୯୦୬୧ ଭୋଟ ପାଇଥିଲେ। ଫଳରେ ଅକ୍ଷୟଙ୍କ ଠାରୁ ମାତ୍ର ୯୭ ଖଣ୍ଡ କମ୍‌ ଭୋଟ ପାଇଁ ଦିଲୀପ ବିଜୟରୁ ବଞ୍ଚିତ ହୋଇଥିଲେ। ହେଲେ ଭାଜପା କାଉନସିଲର ପ୍ରାର୍ଥୀମାନେ ଅତି ଉତ୍ତମ ପ୍ରଦର୍ଶନ କରି ୨୩ ଓ୍ବାର୍ଡ ମଧ୍ୟରୁ ୧୩ଟିରେ ବିଜୟୀ ହୋଇଥିଲେ। ତେବେ ଦଳ ଅଧ୍ୟକ୍ଷ ପଦ ହାତେଇବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ଉପାଧ୍ୟକ୍ଷ ପଦ ଅକ୍ତିଆର କରି ସନ୍ତୁଷ୍ଟ ହେବାକୁ ଲକ୍ଷ୍ୟ ରଖିଛି। ଏହି ପଦବୀ ପାଇଁ ପ୍ରାର୍ଥୀ ହେବାକୁ ଭାଜପାର ଏକାଧିକ କାଉନସିଲର ଆଗ୍ରହୀ ଅଛନ୍ତି।
ବିଶେଷକରି ୯ନଂ. ଓ୍ବାର୍ଡରୁ ଜିତିଥିବା ସରିତା ମିଶ୍ରଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଦଳର ସାଙ୍ଗଠନିକ ପଦପଦବୀରେ ରହି କାମ କରିବାର ଅଭିଜ୍ଞତା ସହିତ ଅନୁଗୋଳ ନଗରରେ ନିଆରା ଢଙ୍ଗରେ ସମାଜସେବା ତାଙ୍କୁ ଏଥିପାଇଁ ପ୍ରମୁଖ ଦାବିଦାର କରିଥିବା ଭାଜପା କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ସେହିପରି ୪ ନମ୍ବର ଓ୍ବାର୍ଡରୁ ବିଜୟୀ ହୋଇଥିବା ଭାଜପାର ଅନୁପମା ସାହୁ ମଧ୍ୟ ଏହି ଦୌଡ଼ରେ ଥିବା କୁହାଯାଉଛି। ଅନ୍ୟପକ୍ଷରେ ମାତ୍ର ୧୦ କାଉନସିଲରଙ୍କୁ ନେଇ ବିଜେଡି ଏହି ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବ ବୋଲି ସୂଚନା ମିଳିଛି। ୧ନଂ ଓ ୨୩ନଂ. ଓ୍ବାର୍ଡ କାଉନସିଲର ଏଥିପାଇଁ ଆଶାୟୀ ଥିବା ଆଲୋଚନା ହେଉଛି। ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ପୌର ପରିଷଦର ଅଧ୍ୟକ୍ଷ ପରି ଉପାଧ୍ୟକ୍ଷ ନିର୍ବାଚନ ମଧ୍ୟ ବିଜେଡି ଜିତିବ। ଏଥିପାଇଁ ଦଳ ପକ୍ଷରୁ ସ୍ବତନ୍ତ୍ର ରଣନୀତି କରାଯାଉଛି। ଭାଜପାକୁ ଏତେ ସହଜରେ ବାଟ ଛାଡ଼ି ଦିଆଯିବ ନାହିଁ। ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିଲେ ମଧ୍ୟ ଏହି ନିର୍ବାଚନରେ କିପରି ବିଜୟ ପାଇହେବ ସେ ନେଇ ଗୋଟିଚାଳନା ଆରମ୍ଭ ହୋଇଥିବା ସମ୍ପୃକ୍ତ ବରିଷ୍ଠ ନେତା ଜଣକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?