ଝିଅ ଜନ୍ମ: ଏକ ତପସ୍ୟା

ରାସ୍ତାକଡ଼ର ଜରି ଗୋଟାଳି ଝିଅର ମନଭାବ କିମ୍ବା ତା’ ଭୋକର ଦାଉକୁ କେବେ ବୁଝିଛନ୍ତି କି? ସମ୍ଭବତଃ ନା। କାହିଁକି ନା ଆମେ ଏହାକୁ ଅତି ସାଧାରଣ ଭାବରେ ଗ୍ରହଣ କରିଆସୁଛୁ। ମାତ୍ର ଝିଅଟି ଭିତରେ ଯେଉଁ ଅନ୍ତର୍ବେଦନା ଲୁଚି ରହିଛି ତାହା ଅସାଧାରଣଠାରୁ ବି ଅଧିକ। ଏହା ପଛରେ ରହିଛି ଝିଅଟିର ପରିବାର ପ୍ରତି ଦାୟିତ୍ୱବୋଧ। ପରିବାରକୁ ମୁଠାଏ ଦାନା ଯୋଗାଡ଼ କରିବାର କର୍ତ୍ତବ୍ୟ ତାଡ଼ନାରେ ନିଜର ଶୈଶବକୁ ହଜାଇ ଦେଇଥିବା ଏମିତି ଯେ କେତେକେତେ ଝିଅ ସମାଜରେ ଅବହେଳିତ, ତାହା ହିଁ ବିଡ଼ମ୍ବନା।
ଦିନେ ଝିଅ ପ୍ରତି ସମାଜର ଦୃଷ୍ଟିକୋଣ ଥିଲା ନକାରାତ୍ମକ। ସେ ଯେ ପୁଅ ପରି ସକ୍ଷମ ହୋଇପାରିବ, ଏ ବିଶ୍ୱାସ ନ ଥିଲା। ଝିଅ ମୁଖାଗ୍ନି ଦେବା, ଶବ କାନ୍ଧେଇବା, ପିଣ୍ଡଦାନ କରିବାପରି କାର୍ଯ୍ୟ ପାଇଁ ଅନୁପଯୁକ୍ତ ବିବେଚନା କରାଯାଉଥିଲା। ଏବେ ସମାଜର ମାନସିକତାରେ ଆସିଛି ପରିବର୍ତ୍ତନ। ପୁଅ ନ ଥିଲେ ଝିଅ ମଧ୍ୟ ମୁଖାଗ୍ନି ଦେଇପାରୁଛି। କାନ୍ଧେଇ ନେଉଛି ଆତ୍ମୀୟ ସ୍ବଜନଙ୍କ ଶବ। ସାମାଜିକ ବିଧି ବ୍ୟବସ୍ଥା ମଧ୍ୟରେ ଝିଅଙ୍କ ପ୍ରତି ଏହି ସମ୍ମାନ ଓ ଦାୟିତ୍ୱବୋଧ ତାଙ୍କ ମର୍ଯ୍ୟାଦା ବୃଦ୍ଧି କରିପାରିଛି।
ଏ ସଂସାରରେ ସବୁଝିଅ ଗୋଟିଏ ଲେଖାଏ ତ୍ୟାଗର ନମୁନା। ଝିଅଟିକୁ ବୋହୂ ଭାବରେ ପାଇଲେ ଗୋଟିଏ ପରିବାର ପାଏ ଲକ୍ଷ୍ମୀଟିଏ। କାହିଁକିନା ଗୋଟିଏ ବାପା ତା’ କୋଡ଼ିଏ ବର୍ଷର ସାଇତା ସ୍ନେହ – ମମତା ଓ ଗର୍ବକୁ ଏକ ଅଜଣା ପୁଅ ହାତକୁ ଟେକି ଦେଇଥାଏ। ଏହା ପଛରେ ଥାଏ ସେ ପୁଅ ତଥା ପରିବାର ପ୍ରତି ଅତୁଟ ଭରସା। ଝିଅଟି ଆଉ ଗୋଟିଏ ପରିବାରର ବୋଝ ଉଠାଇବାକୁ ସଦା ପ୍ରସ୍ତୁତ ଥାଏ। ବାପଘରର ମୋହ – ମାୟା, ସ୍ନେହ ଆଦରକୁ ପଛରେ ପକାଇ ଆଉ ଏକ ଘରକୁ ଆଲୋକିତ କରିବା ପାଇଁ ଝିଅର ଏ ତ୍ୟାଗ ସାମାନ୍ୟ ନୁହେଁ ଅସାମାନ୍ୟ। ଘରର ମାନମର୍ଯ୍ୟାଦାକୁ ବୃଦ୍ଧି କରିବା ଦିଗରେ ତା’ ନିରନ୍ତର ପ୍ରୟାସ ଏକ ସାଧନା। ହେଲେ ଏ ଦୁନିଆ ତା’ ପେଟର ଭୋକକୁ ତ ଦେଖିପାରନ୍ତି ନାହିଁ କିନ୍ତୁ ମୁଣ୍ଡରୁ ଓଢ଼ଣି ଖସିଗଲେ ନିନ୍ଦା ଓ ଅପବାଦରେ ପୋତି ପକାନ୍ତି।
ଝିଅ ଏମିତି ଏକ ରତ୍ନଟିଏ, ଯାହାକୁ କିଣି ହୁଏନାହିଁ। ନିଜେ ଜଳିଜଳି ଦୁଇ କୁଳ ପାଇଁ ଆଲୁଅ ଆଣିଦିଏ। ପରିବାର ପ୍ରତି ପ୍ରତିବଦ୍ଧତା ହେଉଛି ତା’ର ପରିଚୟ। ଝିଅ କେବଳ ଏକ ଜୈବିକ ସମ୍ପର୍କ ନୁହେଁ, ସେ ହେଉଛି ପରିବାରର ମମତା, ସଂସ୍କାର ଓ ପରମ୍ପରାର ବାହକ। ବାହାଘର ପରେ ସେ ସାଜିଥାଏ ଦାୟିତ୍ୱର ଦେବୀଟିଏ। ତା’ ଭିତରେ ଲୁକ୍କାୟିତ ଥିବା ସୃଷ୍ଟି, ସ୍ଥିତି, ସମ୍ଭାବନା ଓ ସଂହାର ଶକ୍ତି ପରିବାରକୁ ଦେଇଥାଏ ସୁରକ୍ଷା। ଅନେକ ସମୟରେ ଦେଖାଯାଏ, ବୋହୂସାଜି ଘରକୁ ଆସିଥିବା ଝିଅ ପାଇଁ ପରିବାରର ସ୍ନେହ ଆଦର ଊଣା ପଡ଼ିଯାଏ। କେଉଁଠି ଝିଅଟିଏ ବଳାତ୍କାର ଓ ଅତ୍ୟାଚାରର ଶିକାର ହୋଇ ଆମ ମଣିଷପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କ୍ରୂର ମାନସିକତା କାରଣରୁ ଶିଶୁ ଭ୍ରୂଣଟିଏ ଜୀବନ ହାରୁଛି। ‘ କନ୍ୟା ରତନ କର ଯତନ’ ସ୍ଲୋଗାନ ଏବେ ଯେମିତି ଉପହାସ ପାଲଟି ଯାଇଛି।
ଝିଅ ହେଉଛି ସ୍ବାଭିମାନ ପୁଣି ଗର୍ବ। ସୁତରାଂ ଝିଅଙ୍କ ପ୍ରତି ସକାରାତ୍ମକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଦୋଷଦର୍ଶୀ ନ ହୋଇ ସ୍ନେହଶୀଳ ମନୋଭାବ ପୋଷଣ କରିବା ଏକାନ୍ତ ଅପରିହାର୍ଯ୍ୟ। ଦୟା ନୁହେଁ ବରଂ ସେମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରାଗଲେ ଝିଅର ଗୁରୁତ୍ୱ ଅନୁଭବ କରିବ ଏ ସମାଜ। କାରଣ ଝିଅ ହେବା ସାଧାରଣ କଥା ନୁହେଁ, ଏହା ଏକ ତପସ୍ୟା। ଯେତେବେଳେ ତା’ ତପସ୍ୟାର ଫଳ ଆମକୁ ପ୍ରାପ୍ତ ହେଉଛି, ଆମର ବି ତାକୁ ସୁରକ୍ଷା ଓ ସମ୍ମାନ ଦେବାର ଗୁରୁଦାୟିତ୍ୱ ରହିଛି।
ମୋ: ୯୪୩୭୫୪୭୧୪୬

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନରେନ୍ଦ୍ର ମୋଦୀଙ୍କ ଯୁଗ

ନରେନ୍ଦ୍ର ମୋଦୀ ଅଜାଣତରେ ରବର୍ଟ ଫ୍ରଷ୍ଟଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରନ୍ତି: ସେ ଏପରି ଏକ ମାର୍ଗ ବାଛିଛନ୍ତି ଯେଉଁଥିରେ ସାଧାରଣତଃ କେହି ଯାଆନ୍ତି ନାହିଁ ଏବଂ…

ଜିନ୍‌ପିଙ୍ଗ୍‌ ଗଲେ କୋରିଆ

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ କେଉଁ ଦେଶ ଅଧିକ କ୍ଷମତାଶାଳୀ କହିବା କଷ୍ଟକର। ଦିନ ଥିଲା, ଆମେରିକା ଓ ରୁଷିଆ ସୁପରପାଓ୍ବାର ଭାବେ ରାଜୁତି କରୁଥିଲେ। ଚାଇନା ଶକ୍ତିଶାଳୀ…

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri