ଝିଅ ଜନ୍ମ: ଏକ ତପସ୍ୟା

ରାସ୍ତାକଡ଼ର ଜରି ଗୋଟାଳି ଝିଅର ମନଭାବ କିମ୍ବା ତା’ ଭୋକର ଦାଉକୁ କେବେ ବୁଝିଛନ୍ତି କି? ସମ୍ଭବତଃ ନା। କାହିଁକି ନା ଆମେ ଏହାକୁ ଅତି ସାଧାରଣ ଭାବରେ ଗ୍ରହଣ କରିଆସୁଛୁ। ମାତ୍ର ଝିଅଟି ଭିତରେ ଯେଉଁ ଅନ୍ତର୍ବେଦନା ଲୁଚି ରହିଛି ତାହା ଅସାଧାରଣଠାରୁ ବି ଅଧିକ। ଏହା ପଛରେ ରହିଛି ଝିଅଟିର ପରିବାର ପ୍ରତି ଦାୟିତ୍ୱବୋଧ। ପରିବାରକୁ ମୁଠାଏ ଦାନା ଯୋଗାଡ଼ କରିବାର କର୍ତ୍ତବ୍ୟ ତାଡ଼ନାରେ ନିଜର ଶୈଶବକୁ ହଜାଇ ଦେଇଥିବା ଏମିତି ଯେ କେତେକେତେ ଝିଅ ସମାଜରେ ଅବହେଳିତ, ତାହା ହିଁ ବିଡ଼ମ୍ବନା।
ଦିନେ ଝିଅ ପ୍ରତି ସମାଜର ଦୃଷ୍ଟିକୋଣ ଥିଲା ନକାରାତ୍ମକ। ସେ ଯେ ପୁଅ ପରି ସକ୍ଷମ ହୋଇପାରିବ, ଏ ବିଶ୍ୱାସ ନ ଥିଲା। ଝିଅ ମୁଖାଗ୍ନି ଦେବା, ଶବ କାନ୍ଧେଇବା, ପିଣ୍ଡଦାନ କରିବାପରି କାର୍ଯ୍ୟ ପାଇଁ ଅନୁପଯୁକ୍ତ ବିବେଚନା କରାଯାଉଥିଲା। ଏବେ ସମାଜର ମାନସିକତାରେ ଆସିଛି ପରିବର୍ତ୍ତନ। ପୁଅ ନ ଥିଲେ ଝିଅ ମଧ୍ୟ ମୁଖାଗ୍ନି ଦେଇପାରୁଛି। କାନ୍ଧେଇ ନେଉଛି ଆତ୍ମୀୟ ସ୍ବଜନଙ୍କ ଶବ। ସାମାଜିକ ବିଧି ବ୍ୟବସ୍ଥା ମଧ୍ୟରେ ଝିଅଙ୍କ ପ୍ରତି ଏହି ସମ୍ମାନ ଓ ଦାୟିତ୍ୱବୋଧ ତାଙ୍କ ମର୍ଯ୍ୟାଦା ବୃଦ୍ଧି କରିପାରିଛି।
ଏ ସଂସାରରେ ସବୁଝିଅ ଗୋଟିଏ ଲେଖାଏ ତ୍ୟାଗର ନମୁନା। ଝିଅଟିକୁ ବୋହୂ ଭାବରେ ପାଇଲେ ଗୋଟିଏ ପରିବାର ପାଏ ଲକ୍ଷ୍ମୀଟିଏ। କାହିଁକିନା ଗୋଟିଏ ବାପା ତା’ କୋଡ଼ିଏ ବର୍ଷର ସାଇତା ସ୍ନେହ – ମମତା ଓ ଗର୍ବକୁ ଏକ ଅଜଣା ପୁଅ ହାତକୁ ଟେକି ଦେଇଥାଏ। ଏହା ପଛରେ ଥାଏ ସେ ପୁଅ ତଥା ପରିବାର ପ୍ରତି ଅତୁଟ ଭରସା। ଝିଅଟି ଆଉ ଗୋଟିଏ ପରିବାରର ବୋଝ ଉଠାଇବାକୁ ସଦା ପ୍ରସ୍ତୁତ ଥାଏ। ବାପଘରର ମୋହ – ମାୟା, ସ୍ନେହ ଆଦରକୁ ପଛରେ ପକାଇ ଆଉ ଏକ ଘରକୁ ଆଲୋକିତ କରିବା ପାଇଁ ଝିଅର ଏ ତ୍ୟାଗ ସାମାନ୍ୟ ନୁହେଁ ଅସାମାନ୍ୟ। ଘରର ମାନମର୍ଯ୍ୟାଦାକୁ ବୃଦ୍ଧି କରିବା ଦିଗରେ ତା’ ନିରନ୍ତର ପ୍ରୟାସ ଏକ ସାଧନା। ହେଲେ ଏ ଦୁନିଆ ତା’ ପେଟର ଭୋକକୁ ତ ଦେଖିପାରନ୍ତି ନାହିଁ କିନ୍ତୁ ମୁଣ୍ଡରୁ ଓଢ଼ଣି ଖସିଗଲେ ନିନ୍ଦା ଓ ଅପବାଦରେ ପୋତି ପକାନ୍ତି।
ଝିଅ ଏମିତି ଏକ ରତ୍ନଟିଏ, ଯାହାକୁ କିଣି ହୁଏନାହିଁ। ନିଜେ ଜଳିଜଳି ଦୁଇ କୁଳ ପାଇଁ ଆଲୁଅ ଆଣିଦିଏ। ପରିବାର ପ୍ରତି ପ୍ରତିବଦ୍ଧତା ହେଉଛି ତା’ର ପରିଚୟ। ଝିଅ କେବଳ ଏକ ଜୈବିକ ସମ୍ପର୍କ ନୁହେଁ, ସେ ହେଉଛି ପରିବାରର ମମତା, ସଂସ୍କାର ଓ ପରମ୍ପରାର ବାହକ। ବାହାଘର ପରେ ସେ ସାଜିଥାଏ ଦାୟିତ୍ୱର ଦେବୀଟିଏ। ତା’ ଭିତରେ ଲୁକ୍କାୟିତ ଥିବା ସୃଷ୍ଟି, ସ୍ଥିତି, ସମ୍ଭାବନା ଓ ସଂହାର ଶକ୍ତି ପରିବାରକୁ ଦେଇଥାଏ ସୁରକ୍ଷା। ଅନେକ ସମୟରେ ଦେଖାଯାଏ, ବୋହୂସାଜି ଘରକୁ ଆସିଥିବା ଝିଅ ପାଇଁ ପରିବାରର ସ୍ନେହ ଆଦର ଊଣା ପଡ଼ିଯାଏ। କେଉଁଠି ଝିଅଟିଏ ବଳାତ୍କାର ଓ ଅତ୍ୟାଚାରର ଶିକାର ହୋଇ ଆମ ମଣିଷପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କ୍ରୂର ମାନସିକତା କାରଣରୁ ଶିଶୁ ଭ୍ରୂଣଟିଏ ଜୀବନ ହାରୁଛି। ‘ କନ୍ୟା ରତନ କର ଯତନ’ ସ୍ଲୋଗାନ ଏବେ ଯେମିତି ଉପହାସ ପାଲଟି ଯାଇଛି।
ଝିଅ ହେଉଛି ସ୍ବାଭିମାନ ପୁଣି ଗର୍ବ। ସୁତରାଂ ଝିଅଙ୍କ ପ୍ରତି ସକାରାତ୍ମକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଦୋଷଦର୍ଶୀ ନ ହୋଇ ସ୍ନେହଶୀଳ ମନୋଭାବ ପୋଷଣ କରିବା ଏକାନ୍ତ ଅପରିହାର୍ଯ୍ୟ। ଦୟା ନୁହେଁ ବରଂ ସେମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରାଗଲେ ଝିଅର ଗୁରୁତ୍ୱ ଅନୁଭବ କରିବ ଏ ସମାଜ। କାରଣ ଝିଅ ହେବା ସାଧାରଣ କଥା ନୁହେଁ, ଏହା ଏକ ତପସ୍ୟା। ଯେତେବେଳେ ତା’ ତପସ୍ୟାର ଫଳ ଆମକୁ ପ୍ରାପ୍ତ ହେଉଛି, ଆମର ବି ତାକୁ ସୁରକ୍ଷା ଓ ସମ୍ମାନ ଦେବାର ଗୁରୁଦାୟିତ୍ୱ ରହିଛି।
ମୋ: ୯୪୩୭୫୪୭୧୪୬

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?