ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା ପରବର୍ତ୍ତୀ କାଳରେ ଏହାର ସଂଜ୍ଞା ଓ ସ୍ବରୂପ ଅତ୍ୟନ୍ତ ଜଟିଳ ହେବା ସହ ବିବାଦୀୟ ସ୍ତରରେ ପହଞ୍ଚିଛି। ଏହାର ପ୍ରମୁଖ କାରଣ ହେଲା ଅତୀତରେ ରାଜନୀତିର ମୂଳ ଲକ୍ଷ୍ୟ ଥିଲା ବ୍ୟକ୍ତିଗତ ସ୍ବାର୍ଥର ଊର୍ଦ୍ଧ୍ୱକୁ ଯାଇ ଜନ ସେବା, ଦେଶ ସେବା କରିବା, ମାତ୍ର ଆଜିକାଲିର ରାଜନୀତି କଳୁଷିତ ହେବା ସହ କ୍ଷମତା ଆହରଣ, ପ୍ରତିପତ୍ତି ହାସଲ, ବ୍ୟକ୍ତିଗତ ସ୍ବାର୍ଥ ସାଧନ ଓ ଅନୈତିକ ଉପାୟରେ ଅର୍ଥ ଉପାର୍ଜନର ଏକ ଆକର୍ଷଣୀୟ ମାଧ୍ୟମ ପାଲଟିଯାଇଛି। ରାଜନୀତି ଶବ୍ଦଟି ଅନେକ ସମୟରେ କୌଶଳ, କ୍ଷମତା, ନିର୍ବାଚନୀ ରଣନୀତି, ଘୋଡାବେପାର, ସଂଖ୍ୟାଗରିଷ୍ଠତା ଗଣ୍ଡି ମଧ୍ୟରେ ବାନ୍ଧି ହୋଇ ରହିଛି।
ଏବେ ଆସନ୍ତୁ ଆଲୋଚନା କରିବା ପ୍ରଖ୍ୟାତ ଦାର୍ଶନିକମାନଙ୍କ ମତରେ ରାଜନୀତିର ସଂଜ୍ଞା କ’ଣ? ସକ୍ରେଟିସ କହନ୍ତି ରାଜନୀତି ହେଉଛି ଜ୍ଞାନ ଓ ନୀତି ଆଧାରରେ ବ୍ୟକ୍ତି ଏବଂ ସମାଜର ଆତ୍ମିକ ଓ ନୈତିକ ଉନ୍ନତି ସାଧନ କରିବାର ପ୍ରକ୍ରିୟା। ପ୍ଲାଟୋ କହନ୍ତି, ରାଜନୀତି ହେଉଛି ନ୍ୟାୟଭିତ୍ତିକ ଆଦର୍ଶ ରାଜ୍ୟର ନିର୍ମାଣ। ଆରିଷ୍ଟଟଲ କହନ୍ତି, ମଣିଷ ସ୍ବଭାବତଃ ଏକ ରାଜନୈତିକ ପ୍ରାଣୀ। ତାଙ୍କ ମତରେ ରାଜନୀତି ନ୍ୟାୟ ଓ ଆଇନ ମାଧ୍ୟମରେ ମଣିଷକୁ ଏକ ଉତ୍ତମ ସଦଗୁଣମୟ ଜୀବନ ବଞ୍ଚିବାର ସୁଯୋଗ ପ୍ରଦାନ କରେ। ସୁତରାଂ ରାଜନୀତି ହେଉଛି ସମାଜର ସାମୂହିକ ଜୀବନକୁ କ୍ଷମତା, ନ୍ୟାୟ,ସହମତି ଓ ନୀତିର ମାଧ୍ୟମରେ ସଂଗଠିତ କରିବାର ପ୍ରକ୍ରିୟା ଏବଂ ତାହାର ସର୍ବୋଚ୍ଚ ରୂପ, ଉତ୍କୃଷ୍ଟଗୁଣ ସେତେବେଳେ ପ୍ରକାଶ ପାଏ ଯେତେବେଳେ କ୍ଷମତା ନିଜ ପାଇଁ ନୁହେଁ, ଜନମଙ୍ଗଳ ପାଇଁ ବ୍ୟବହୃତ ହୁଏ। ରାଜନୀତିରେ ‘କେଉଁ ଦଳ ଶାସନ କରିବ’ ଅପେକ୍ଷା ‘କେଉଁ ନୀତି, ଆଦର୍ଶରେ ଶାସନ କରିବ’ ଅଧିକ ଗୁରୁତ୍ୱ ବହନ କରେ। ରାଜନୀତି ଶବ୍ଦଟିକୁ ବ୍ୟାଖ୍ୟା କଲେ ଜଣାଯାଏ ଯେ ରାଜ ଅର୍ଥ ରାଜ୍ୟ ଶାସନରେ ରାଜଧର୍ମ ଏବଂ ନୀତି ବା ସତ୍ୟ, ଧର୍ମ, ନ୍ୟାୟ, ସଂଯମ ସହ ଜନତାଙ୍କ ମଙ୍ଗଳ ସାଧନ କରିବା।
ଭାରତୀୟ ରାଜନୈତିକ ପ୍ରେକ୍ଷାପଟରେ ଭୀଷ୍ମଙ୍କ ରାଜଧର୍ମ ଚର୍ଚ୍ଚାଠାରୁ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ପର୍ଯ୍ୟନ୍ତ ସବୁଠାରେ ପ୍ରଜାକଲ୍ୟାଣ ଜଣେ ଶାସକଙ୍କର ମୁଖ୍ୟ କର୍ତ୍ତବ୍ୟ ଭାବେ ବର୍ଣ୍ଣନା କରାଯାଇଛି। ଠିକ୍‌ ଉପାୟରେ ରାଜଧର୍ମ ପାଳନ ଓ ଜନମଙ୍ଗଳ କାର୍ଯ୍ୟ ହାସଲ କରିବାରେ ଗଣତନ୍ତ୍ର ହିଁ ଏକମାତ୍ର ମାଧ୍ୟମ ବୋଲି ବିବେଚନା କରାଯାଏ। ମାତ୍ର ବିଗତ କେତେବର୍ଷ ହେଲା ରାଜନୀତି କ୍ଷେତ୍ରରେ ଆଦର୍ଶ, ପବିତ୍ର ଅନୁଷ୍ଠାନ ଗଣତନ୍ତ୍ର କଳୁଷିତ ହେବା ସହ ଦୁର୍ନୀତି ବ୍ୟାଧିରେ ପୀଡିତ ହେବା ପରିଲକ୍ଷିତ ହେଉଛି। ଗଣତନ୍ତ୍ରକୁ ଯଦି ଶରୀର ବୋଲି ଧରାଯାଏ,ତେବେ ନିର୍ବାଚନ ହେଲା ହୃଦୟ, ସମ୍ବିଧାନ ହେଲା ମେରୁଦଣ୍ଡ, ପ୍ରତିଷ୍ଠାନଗୁଡିକ ହେଲେ ଅଙ୍ଗପ୍ରତ୍ୟଙ୍ଗ, ନାଗରିକଙ୍କ ବିଶ୍ୱାସର ଜୀବନଶକ୍ତି। ଦୁର୍ନୀତି ରୂପକ କ୍ୟାନ୍‌ସର ଯେତେବେଳେ ଏହି ସମସ୍ତ ସ୍ତରକୁ ଧୀରେ ଧୀରେ ଆକ୍ରାନ୍ତ କରେ ଗଣତନ୍ତ୍ର ବାହାରୁ ଠିକ୍‌ ଜଣାପଡୁଥିଲେ ମଧ୍ୟ ଭିତରୁ ଦୁର୍ବଳ ହୋଇପଡେ। ଗଣତନ୍ତ୍ରର ସୁରକ୍ଷା ପାଇଁ ଦୁର୍ନୀତି ହଟାଇ ନୀତିର ପୁନଃସ୍ଥାପନ କରିବା ଆବଶ୍ୟକ।
ରାଜନୀତିରେ ନୀତି, ଦୁର୍ନୀତିର ସୀମା ନିର୍ଦ୍ଧାରଣ କରିବାକୁ ହେଲେ ସର୍ବପ୍ରଥମେ ଆମକୁ ନୀତିର ତିନିଗୋଟି ଦିଗ ଯଥା- ବ୍ୟକ୍ତିନୀତି, ଗଣନୀତି ଓ ଦୈବୀନୀତି ଉପରେ ଧ୍ୟାନ ଦେବାକୁ ହେବ। ବ୍ୟକ୍ତିନୀତି ହେଲା ଜଣେ ବ୍ୟକ୍ତିର ଆଦର୍ଶ, ମୂଲ୍ୟବୋଧ, ଗଣନୀତି ହେଲା ସମାଜର ସାମୂହିକ ମଙ୍ଗଳ ପାଇଁ ନେଉଥିବା ନିଷ୍ପତ୍ତି, ଦୈବୀନୀତି ହେଲା ନିରହଙ୍କାର, ନିର୍ଲୋଭ, ନିଃସ୍ବାର୍ଥପର ସେବା ମନୋଭାବ। ମଣିଷର ନୈତିକ ବିକାଶର ଯାତ୍ରା ଆରମ୍ଭ ହୁଏ ତାର ନିଜ ଅନ୍ତରରୁ। କିଛି ନିଷ୍ପତ୍ତି ନେବା ଆଗରୁ ସେ ପ୍ରଶ୍ନ କରେ ଏହା କରିବା କ’ଣ ନ୍ୟାୟସଙ୍ଗତ ? ଏହା ଅନୈତିକ କାର୍ଯ୍ୟ ନୁହେଁ ତ ? ଏହି କାର୍ଯ୍ୟ ଦ୍ୱାରା ସମାଜରେ କାହାର ଅମଙ୍ଗଳ ବା ଜାତୀୟ ସମ୍ପତ୍ତିର କ୍ଷତିହେବନାହିଁ ତ ? ଆମକୁ ସର୍ବଦା ମନେରଖିବାକୁ ହେବ ଯେ ନୀତି ବ୍ୟକ୍ତି ସ୍ବାର୍ଥକୈନ୍ଦ୍ରିକ ନ ହୋଇ ଗଣ ସ୍ବାର୍ଥକୈନ୍ଦ୍ରିକ ହୋଇ ସମାଜ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ। ନୀତିଠାରୁ ରାଜନୀତିର କେବେହେଲେ ସ୍ବତନ୍ତ୍ର ପରିଚୟ ନ ଥାଏ। ‘ମୁଁ’ର ସଂକୀର୍ଣ୍ଣ ସୀମା ଅତିକ୍ରମ କରାଇ ନୀତି ଆମ୍ଭମାନଙ୍କୁ ‘ଆମେ’ ର ପ୍ରଶସ୍ଥ ଇଲାକାକୁ ନେଇଯାଏ। ଆଇନ ମଣିଷକୁ ଦଣ୍ଡର ଭୟ ଦେଖାଇ ବାହ୍ୟସ୍ତରରେ ନିୟନ୍ତ୍ରଣ କରେ, କିନ୍ତୁ ନୀତି ମଣିଷକୁ ବିବେକ ମାଧ୍ୟମରେ ଆତ୍ମନିୟନ୍ତ୍ରଣର ଦିବ୍ୟଜ୍ଞାନ ପ୍ରଦାନକରେ। ଧ୍ୟାନରହେ, ଯେଉଁ ନୀତି କେବଳ ‘ମୁଁ’ କୁ ସତ୍ୟବାନ କରେ ତାହା ବ୍ୟକ୍ତିନୀତି, ଯେଉଁନୀତି ‘ଆମେ’କୁ ନ୍ୟାୟବାନ କରେ ତାହା ଗଣନୀତି, ଯେଉଁ ନୀତି ସମସ୍ତଙ୍କ ମଙ୍ଗଳକୁ ନିଜ ମଙ୍ଗଳଭାବେ ବିବେଚନା କରେ ତାହା ଦୈବୀନୀତି। ଏହି ତିନିଗୋଟି ନୀତିର ସମନ୍ବୟରେ ରାଜନୀତି କ୍ଷମତାର ଖେଳନା ହୋଇ ଜନକଲ୍ୟାଣର ସାଧନାହୁଏ ଏବଂ ମଣିଷ ନାଗରିକରୁ ବିଶ୍ୱ ମାନବ ସ୍ତରକୁ ଉତ୍ତରିତ ହୋଇଥାଏ। ସୁତରାଂ ନୀତିର ଏହି ତିନିଗୋଟି ସ୍ତର ବ୍ୟକ୍ତିନୀତି, ଗଣନୀତି ଓ ଦୈବୀନୀତିର ସମ୍ମିଶ୍ରଣରେ ରାଜନୀତିର ମୂଳଦୁଆ ପଡିଲେ ଗଣତନ୍ତ୍ରର ସୌଧ ଖୁବ୍‌ ସଶକ୍ତହେବ, ସାଧାରଣ ଜନତାଙ୍କ ଆଶାଆକାଂକ୍ଷା ପୂରଣ ହେବ ଏବଂ ଦେଶ ମଧ୍ୟ ସମୃଦ୍ଧ ହେବ।
ମୋ:୭୩୮୧୦୭୩୧୩୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?