ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ ୧୦ ବର୍ଷ ପୂର୍ତ୍ତି: ଗର୍ଭବତୀ ମହିଳାଙ୍କୁ ମାଗଣାରେ ଚିକିତ୍ସା

କେସିଙ୍ଗା,୧୦।୬( ତୁମେଶ୍ୱର ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାରା ଗର୍ଭବତୀ ମହିଳା ଙ୍କନିରାପଦ ମାତୃତ୍ୱ ପ୍ରୋତ୍ସାହିତ ପାଇଁ ଗତ ୨୦୧୬ରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ ମଙ୍ଗଳବାର ୧୦ ବର୍ଷ ପୂର୍ତ୍ତି ହୋଇଛି। ଏହି ଉପଲକ୍ଷେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ମେଡ଼ିକାଲର ସୁପରିଟେଣ୍ଡେଣ୍ଟ ଡ଼.ରବୀନ୍ଦ୍ରନାଥ ଖଟୁଆଙ୍କ ନେତୃତ୍ୱରେ ଆଖ ପାଖ ଅଞ୍ଚଳ ପ୍ରାୟ ୧୦୧ ଜଣ ଗର୍ଭବତୀ ମହିଳାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧୦୦ରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳାଙ୍କୁ ମାଗଣାରେ ବିଶେଷଜ୍ଞ ଡାକ୍ତର ଦାରା ବିଭିନ୍ନ ପରାମର୍ଶ ଦେବା ସହିତ ମାଗଣାରେ ଅଲଟ୍ରାସାଉଣ୍ଡ, ବିପଦ ସଙ୍କୁଳ ଗର୍ଭାବସ୍ଥା, ରକ୍ତସ୍ରାବ, ପରିସ୍ରା ପରୀକ୍ଷା, ଲୌହସାର ଓ କ୍ୟାଲସିୟମ ବାଟିକା ଓ ଟୀକାକରଣ, ସୁରକ୍ଷିତ ପ୍ରସବ ପାଇଁ ନିକଟତମ ପ୍ରଥମ ରେଫରାଲ ୟୁନିଟ ସହିତ ସମ୍ପର୍କ,ପୁଷ୍ଟିକର ଓ ସନ୍ତୁଳିତ ଆହାର ଭୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପରିବାର ନିୟୋଜନ ଉପରେ ବିଶେଷ ପରାମର୍ଶ ଦିଆଯାଇଥିଲା। ମାସର ପ୍ରତ୍ୟେକ ୯ ତାରିଖରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲେ ମଧ୍ୟ ଚଳିତ ମାସ ୯ ତାରିଖ ରେ ଉକ୍ତ ଯୋଜନାକୁ ୧୦ ବର୍ଷ ପୂର୍ତ୍ତି ହୋଇ ଥିବାରୁ ମାଗଣାରେ ଗର୍ଭବତୀ ମହିଳାଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସୁରକ୍ଷିତ ମାତୃତ୍ୱ ଅଭିଯାନର କାର୍ଯ୍ୟକ୍ରମରେ କେସିଙ୍ଗା ମେଡିକାଲ ର ଅଧିକ୍ଷକ ଡା. ରବିନ୍ଦ୍ର ନାଥ ଖଟୁଆ, ଗାଇନିକ ସ୍ପେଶିଆଲିଷ୍ଟ ଡା.ପ୍ରୟାଗ ପ୍ରତିଶ୍ରୁତି ମାଝୀ,ଫାର୍ମାସୀ ଅଫିସର ଗୋପାଳକ୍ରିଷ୍ଣ ପାଣିଗ୍ରାହୀ, ନର୍ସିଂ ଅଫିସର ସାରଥୀ ଦେଇ, ଆକାଉଣ୍ଟ ମେନେଜର ବିଶ ଭୂଷଣ ପ୍ରଧାନୀ,ଭଗବାନ ଗହିର, ଡିପ୍ତିମୟୀ ଧଙ୍ଗଡାମାଝି, ସରିତା ଶର୍ମା, ବିଭୁପ୍ରସାଦ ମହାପାତ୍ର, ଜୀତେନ୍ଦ୍ର କୁମାର ଦାସ, ସେୱତବହାନ ଭୋଇ, କ୍ଷୀରୋଦ ବେହେରା ଓ ରାଜକୁମାର ଭୋଇଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସଫଳ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?