ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount Rate ଚାର୍ଜ ଲାଗିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଚାର୍ଜ ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବ ବୋଲି ଦାବି କରାଯାଉଛି। ତେବେ ଚା’-ପକୋଡ଼ି ବିକ୍ରେତା, ପରିବା ବ୍ୟବସାୟୀ, ଛୋଟ ଦୋକାନୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ କି, ତାହାକୁ ନେଇ ପ୍ରଶ୍ନ ଉଠିଛି।

MDR ହେଉଛି ମର୍ଚ୍ଚାଣ୍ଟ ଏବଂ ତାଙ୍କ ବ୍ୟାଙ୍କ ମଧ୍ୟରେ ଲାଗୁଥିବା ଏକ ଚାର୍ଜ। ଦାବି ଅନୁସାରେ, ୨,୦୦୦ ଟଙ୍କା ପର୍ଯ୍ୟନ୍ତର ମର୍ଚ୍ଚାଣ୍ଟ ପେମେଣ୍ଟରେ MDR ଲାଗିବ ନାହିଁ। କିନ୍ତୁ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟରେ ସାଧାରଣ କ୍ୟାଟେଗୋରୀ ପାଇଁ ୦.୪ ପ୍ରତିଶତ MDR ଧାର୍ଯ୍ୟ କରାଯାଇଥିବା କୁହାଯାଉଛି।

ନୂଆ ନିୟମ ଅନୁଯାୟୀ MDR ଚାର୍ଜର ହିସାବକୁ ଏଭଳି ବୁଝିହେବ

୩,୦୦୦ ଟଙ୍କାର ପେମେଣ୍ଟ: MDR ୧୨ ଟଙ୍କା
୫୦,୦୦୦ ଟଙ୍କାର ପେମେଣ୍ଟ: MDR ୨୦୦ ଟଙ୍କା
୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ: ସର୍ବାଧିକ MDR ୩୦୦ ଟଙ୍କା ଅର୍ଥାତ୍‌ ସାଧାରଣ କ୍ୟାଟେଗୋରୀରେ ୧ ଲକ୍ଷ ଟଙ୍କାର UPI ପେମେଣ୍ଟ ହେଲେ ମଧ୍ୟ MDR ୩୦୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି କୁହାଯାଉଛି।

ଛୋଟ ବ୍ୟବସାୟୀଙ୍କୁ MDRରୁ ବାହାରେ ରଖିବା ପାଇଁ ବ୍ୟବସ୍ଥା ଥିବା କୁହାଯାଇଛି। ଯେଉଁ ଦୋକାନୀଙ୍କ QR କୋଡ ମାଧ୍ୟମରେ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ UPI କାରବାର ଆସେ, ସେମାନଙ୍କୁ Person-to-Person Merchant କ୍ୟାଟେଗୋରୀରେ ରଖାଯିବ ଏବଂ ସେମାନଙ୍କ ଉପରେ MDR ଲାଗିବ ନାହିଁ। ଏଥିପାଇଁ GST ନମ୍ବର ମଧ୍ୟ ଆବଶ୍ୟକ ହେବ ନାହିଁ ବୋଲି ଦାବି ରହିଛି।
ତେବେ ଯଦି କୌଣସି ବ୍ୟବସାୟୀ କ୍ରମାଗତ ତିନି ମାସ ଧରି ମାସକୁ ୧ ଲକ୍ଷ ଟଙ୍କାରୁ ଅଧିକ UPI କାରବାର କରନ୍ତି, ତେବେ ତାଙ୍କୁ ବଡ଼ ମର୍ଚ୍ଚାଣ୍ଟ କ୍ୟାଟେଗୋରୀରେ ରଖାଯାଇପାରେ। ଏହି ନିୟମ ଲାଗୁ ହେଲେ ଛୋଟ ବ୍ୟବସାୟୀ ମଧ୍ୟ ଏହାର ପରିସରକୁ ଆସିପାରନ୍ତି।

ଛୋଟ ବ୍ୟବସାୟୀଙ୍କ UPI କାରବାରକୁ ନେଇ ଉପଲବ୍ଧ ଏକ ରିପୋର୍ଟ ଅନୁସାରେ, ଚା’ ଦୋକାନ, ପାନ ଦୋକାନ, ଠେଲା, କିରାଣା ଦୋକାନ, ମେଡିକାଲ ଷ୍ଟୋର ଓ ଡାଏରୀ ଭଳି ଛୋଟ ବ୍ୟବସାୟୀଙ୍କ ମାସିକ UPI କାରବାର ପ୍ରାୟ ୧ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ମଧ୍ୟରେ ରହିଥାଏ।
ଅନ୍ୟପଟେ, କପଡ଼ା ଶୋ’ରୁମ, ଇଲେକ୍ଟ୍ରୋନିକ୍ସ ଦୋକାନ ଓ ବଡ଼ ରେଷ୍ଟୁରାଣ୍ଟ ଭଳି ମଧ୍ୟମ ବ୍ୟବସାୟୀଙ୍କ UPI କାରବାର ମାସକୁ ପ୍ରାୟ ୫ ଲକ୍ଷରୁ ୧୫ ଲକ୍ଷ ଟଙ୍କା ମଧ୍ୟରେ ଥିବା ଦାବି କରାଯାଇଛି।

ଦେଶରେ ୬.୫ କୋଟିରୁ ଅଧିକ ଛୋଟ-ବଡ଼ ବ୍ୟବସାୟୀ QR କୋଡ ମାଧ୍ୟମରେ UPI ପେମେଣ୍ଟ ଗ୍ରହଣ କରୁଛନ୍ତି ବୋଲି ଉଲ୍ଲେଖ ରହିଛି। ବ୍ୟାଙ୍କ ଏବଂ ଭାରତପେ, ପେଟିଏମ ଭଳି ଲେଣ୍ଡିଂ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଛୋଟ ବ୍ୟବସାୟୀଙ୍କୁ ଋଣ ଦେବା ସମୟରେ UPI କାରବାରକୁ ଏକ ପ୍ରମୁଖ ଆଧାର ଭାବେ ବ୍ୟବହାର କରନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

ପ୍ରଶାସନକୁ ହସ୍ତାନ୍ତର ହୋଇନାହିଁ ଅଙ୍ଗନୱାଡ଼ି କେନ୍ଦ୍ର: ବିପଦସଙ୍କୁଳ ସ୍କୁଲ ବାରଣ୍ଡାରେ ବସୁଛନ୍ତି ଶିଶୁ

ଲାଞ୍ଜିଗଡ଼,୧୬ା୯(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ୨୦୧୫ରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବାର ୪ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପ୍ରଶାସନକୁ…

ହଇଚଇ ସୃଷ୍ଟି କଲା ଅଭିଜିତ ଦୀପକେଙ୍କ ନୂଆ ପୋଷ୍ଟ, କହିଲେ- ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାରେ…

ନୂଆଦିଲ୍ଲୀ,୧୬।୯: ଉତ୍ତରପ୍ରଦେଶର ୧୪,୪୨୯ଟି ପରିଷଦୀୟ ପ୍ରାଥମିକ ବିଦ୍ୟାଳୟକୁ ‘ସ୍ମାର୍ଟ ସ୍କୁଲ’ ଭାବେ ବିକଶିତ କରାଯିବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?