ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount Rate ଚାର୍ଜ ଲାଗିବା ନେଇ ଖବର ସାମ୍ନାକୁ ଆସିଛି। ଏହି ଚାର୍ଜ ୧୫ ଅକ୍ଟୋବର ୨୦୨୬ରୁ ଲାଗୁ ହେବ ବୋଲି ଦାବି କରାଯାଉଛି। ତେବେ ଚା’-ପକୋଡ଼ି ବିକ୍ରେତା, ପରିବା ବ୍ୟବସାୟୀ, ଛୋଟ ଦୋକାନୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ କି, ତାହାକୁ ନେଇ ପ୍ରଶ୍ନ ଉଠିଛି।

MDR ହେଉଛି ମର୍ଚ୍ଚାଣ୍ଟ ଏବଂ ତାଙ୍କ ବ୍ୟାଙ୍କ ମଧ୍ୟରେ ଲାଗୁଥିବା ଏକ ଚାର୍ଜ। ଦାବି ଅନୁସାରେ, ୨,୦୦୦ ଟଙ୍କା ପର୍ଯ୍ୟନ୍ତର ମର୍ଚ୍ଚାଣ୍ଟ ପେମେଣ୍ଟରେ MDR ଲାଗିବ ନାହିଁ। କିନ୍ତୁ ୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟରେ ସାଧାରଣ କ୍ୟାଟେଗୋରୀ ପାଇଁ ୦.୪ ପ୍ରତିଶତ MDR ଧାର୍ଯ୍ୟ କରାଯାଇଥିବା କୁହାଯାଉଛି।

ନୂଆ ନିୟମ ଅନୁଯାୟୀ MDR ଚାର୍ଜର ହିସାବକୁ ଏଭଳି ବୁଝିହେବ

୩,୦୦୦ ଟଙ୍କାର ପେମେଣ୍ଟ: MDR ୧୨ ଟଙ୍କା
୫୦,୦୦୦ ଟଙ୍କାର ପେମେଣ୍ଟ: MDR ୨୦୦ ଟଙ୍କା
୭୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ: ସର୍ବାଧିକ MDR ୩୦୦ ଟଙ୍କା ଅର୍ଥାତ୍‌ ସାଧାରଣ କ୍ୟାଟେଗୋରୀରେ ୧ ଲକ୍ଷ ଟଙ୍କାର UPI ପେମେଣ୍ଟ ହେଲେ ମଧ୍ୟ MDR ୩୦୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି କୁହାଯାଉଛି।

ଛୋଟ ବ୍ୟବସାୟୀଙ୍କୁ MDRରୁ ବାହାରେ ରଖିବା ପାଇଁ ବ୍ୟବସ୍ଥା ଥିବା କୁହାଯାଇଛି। ଯେଉଁ ଦୋକାନୀଙ୍କ QR କୋଡ ମାଧ୍ୟମରେ ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ UPI କାରବାର ଆସେ, ସେମାନଙ୍କୁ Person-to-Person Merchant କ୍ୟାଟେଗୋରୀରେ ରଖାଯିବ ଏବଂ ସେମାନଙ୍କ ଉପରେ MDR ଲାଗିବ ନାହିଁ। ଏଥିପାଇଁ GST ନମ୍ବର ମଧ୍ୟ ଆବଶ୍ୟକ ହେବ ନାହିଁ ବୋଲି ଦାବି ରହିଛି।
ତେବେ ଯଦି କୌଣସି ବ୍ୟବସାୟୀ କ୍ରମାଗତ ତିନି ମାସ ଧରି ମାସକୁ ୧ ଲକ୍ଷ ଟଙ୍କାରୁ ଅଧିକ UPI କାରବାର କରନ୍ତି, ତେବେ ତାଙ୍କୁ ବଡ଼ ମର୍ଚ୍ଚାଣ୍ଟ କ୍ୟାଟେଗୋରୀରେ ରଖାଯାଇପାରେ। ଏହି ନିୟମ ଲାଗୁ ହେଲେ ଛୋଟ ବ୍ୟବସାୟୀ ମଧ୍ୟ ଏହାର ପରିସରକୁ ଆସିପାରନ୍ତି।

ଛୋଟ ବ୍ୟବସାୟୀଙ୍କ UPI କାରବାରକୁ ନେଇ ଉପଲବ୍ଧ ଏକ ରିପୋର୍ଟ ଅନୁସାରେ, ଚା’ ଦୋକାନ, ପାନ ଦୋକାନ, ଠେଲା, କିରାଣା ଦୋକାନ, ମେଡିକାଲ ଷ୍ଟୋର ଓ ଡାଏରୀ ଭଳି ଛୋଟ ବ୍ୟବସାୟୀଙ୍କ ମାସିକ UPI କାରବାର ପ୍ରାୟ ୧ ଲକ୍ଷରୁ ସାଢ଼େ ୩ ଲକ୍ଷ ଟଙ୍କା ମଧ୍ୟରେ ରହିଥାଏ।
ଅନ୍ୟପଟେ, କପଡ଼ା ଶୋ’ରୁମ, ଇଲେକ୍ଟ୍ରୋନିକ୍ସ ଦୋକାନ ଓ ବଡ଼ ରେଷ୍ଟୁରାଣ୍ଟ ଭଳି ମଧ୍ୟମ ବ୍ୟବସାୟୀଙ୍କ UPI କାରବାର ମାସକୁ ପ୍ରାୟ ୫ ଲକ୍ଷରୁ ୧୫ ଲକ୍ଷ ଟଙ୍କା ମଧ୍ୟରେ ଥିବା ଦାବି କରାଯାଇଛି।

ଦେଶରେ ୬.୫ କୋଟିରୁ ଅଧିକ ଛୋଟ-ବଡ଼ ବ୍ୟବସାୟୀ QR କୋଡ ମାଧ୍ୟମରେ UPI ପେମେଣ୍ଟ ଗ୍ରହଣ କରୁଛନ୍ତି ବୋଲି ଉଲ୍ଲେଖ ରହିଛି। ବ୍ୟାଙ୍କ ଏବଂ ଭାରତପେ, ପେଟିଏମ ଭଳି ଲେଣ୍ଡିଂ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଛୋଟ ବ୍ୟବସାୟୀଙ୍କୁ ଋଣ ଦେବା ସମୟରେ UPI କାରବାରକୁ ଏକ ପ୍ରମୁଖ ଆଧାର ଭାବେ ବ୍ୟବହାର କରନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?