ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି ଏବେ ୭.୮ ପ୍ରତିଶତରେ ପହଞ୍ଚତ୍ ବିଶ୍ୱର ଦ୍ରୁତତମ ବିକାଶଶୀଳ ଅର୍ଥନୀତି ପାଲଟିଛି। ପୂର୍ବର ଅର୍ଥନୀତି ଫ୍ରାଜାଇଲ ବା ଦୁର୍ବଳ ଥିବା ଦର୍ଶାଇବାର ଅର୍ଥ ଏବେ ସରକାର ନିଜକୁ ବଡ଼ କରି ଦେଖାଇବାକୁ ଚାହୁଁଛନ୍ତି। ସତେଯେମିତି ୨୦୧୪ ପୂର୍ବରୁ ଭାରତରେ ଆର୍ଥିକ ଦିଗକୁ ବୁଝିଲା ଭଳି କେହି ସରକାର ନ ଥିଲା ବା ସେଭଳି ଭଲ ଅର୍ଥନୀତିଜ୍ଞ ନ ଥିଲେ। ଶାସନ ବର୍ଷର ବିଭାଜନ ରେଖା ଟଣାଯାଇ ୨୦୧୪ ପରବର୍ତ୍ତୀ ସମୟକୁ ଯେପରି ପ୍ରଦର୍ଶନ କରାଯାଉଛି, ତାହା ଲାଗୁଛି ନୂଆକରି ଭାରତ ସ୍ବାଧୀନ ହୋଇ ଲୋକଙ୍କର ମଙ୍ଗଳ କରିଚାଲିଛି। କହିଲେ ଦେଖି ମୋଟ ଘରୋଇ ଉତ୍ପାଦ (ଜିଡିପି) ବିଷୟରେ କେତେ ଲୋକ ଭାରତବର୍ଷରେ ଅବଗତ ଅଛନ୍ତି। ଏହି ଜିଡିପିକୁ ଗୋଟେ ଭେଳିକି କରାଯାଇ ଅଭିବୃଦ୍ଧିର ପ୍ରାସାଦ ତୋଳି ଦିଆଯାଉଛି। ଦେଖିବାକୁ ଗଲେ ସରକାର କେବଳ ନୀତି ଓ ନିୟମ ସୃଷ୍ଟି କରନ୍ତି। ଯେତିକି ଅଧିକ ନିୟମ ହେବ ସେତିକି ପରିମାଣରେ ଲୋକଙ୍କ ଆଗକୁ ବଢ଼ିବାର ସ୍ପୃହା ଭାଙ୍ଗିଯିବ। କୌଣସି ଦେଶକୁ ଜଣେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜନୈତିକ ଦଳ ବା ନେତା ପଲ ଆଗକୁ ନେଇପାରନ୍ତି ନାହିଁ। ୨୦୧୪ ପର୍ଯ୍ୟନ୍ତ ଏବଂ ତାହା ପରେ ମଧ୍ୟ ଯାହା କିଛି ଭାରତରେ ଘଟିଛି, ଉନ୍ନତି ହେଉ ବା ଅବନତି; ସବୁ ଏହି ଦେଶର ଜନସାଧାରଣ କରିଛନ୍ତି। କେତେବେଳେ ସରକାର କୋହଳ ହୋଇ ପ୍ରଗତିରେ ସହାୟକ ହୋଇଛନ୍ତି। କିନ୍ତୁ ଏବେ ସରକାର ନିଜକୁ ଦୃଢ଼ ପ୍ରମାଣିତ କରିବାକୁ ଯାଇ ମୁଷ୍ଟିମେୟ ଶିଳ୍ପପତିଙ୍କ ବ୍ୟତୀତ ଭାରତବର୍ଷରେ ଜନସାଧାରଣଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହେବାରେ ଅନେକ ବାଧା ତିଆରି କରୁଛନ୍ତି।
ପ୍ରକୃତରେ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ହେଲେ କୁହାଯାଇଥାଏ ଯେ, ଦେଶରେ ଅର୍ଥନୀତି ସୁଦୃଢ଼ ଅଛି। ସେତେବେଳେ ଗୁଡ଼ାଏ ପରିସଂଖ୍ୟାନ ବୁଝିବାର ଆବଶ୍ୟକତା ପଡ଼ି ନ ଥାଏ। ଏବର ଅର୍ଥନୈତିକ ଆକଳନକୁ ଟିକେ ଦେଖିବା। ଅଗଷ୍ଟରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୪.୮୨ ପ୍ରତିଶତ ଛୁଇଁଛି, ଯାହାକି ଗତ ୮ ମାସ ମଧ୍ୟରେ ସର୍ବୋଚ୍ଚରେ ପହଞ୍ଚତ୍ଛି। ଗତ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୪.୪୫ ପ୍ରତିଶତ ରହିଥିଲା। ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟ ଜୁଲାଇରେ ୯.୭୮ ପ୍ରତିଶତ ଥିବାବେଳେ ଅଗଷ୍ଟରେ ତାହା ୯.୯୨ ପ୍ରତିଶତ ଛୁଇଁଛି। ଏଠାରେ ଅଧିକ ପରିସଂଖ୍ୟାନ ଦିଆଯାଇ ପାଠିକାପାଠକଙ୍କୁ ଭାରାକ୍ରାନ୍ତ କରାଯିବାର ଆବଶ୍ୟକତା ନାହିଁ। ମୁଦ୍ରାସ୍ଫୀତି ବଢ଼ିବାରେ ମଧ୍ୟପ୍ରାଚ୍ୟ ଯୁଦ୍ଧଜନିତ ଇନ୍ଧନ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ର ସରକାର ଦାୟୀ କରୁଛନ୍ତି। କିନ୍ତୁ ବିରୋଧାଭାସ ହେଲା ଭଳି କଥାଟି ହେଲା ଯେ, ଗୋଟିଏ ପଟେ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ୭.୮ ପ୍ରତିଶତ ଦର୍ଶାଯାଇ ବାହାବା ନିଆଯାଉଥିବା ବେଳେ ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି ପାଇଁ ବାହ୍ୟ କାରଣକୁ ଦୋଷ ଦିଆଯାଉଛି। ଏଥିରୁ କୌଣସି ଗୋଟିଏ ସତ୍ୟ ହୋଇପାରେ। ଆରଟି ମିଥ୍ୟା। ଯଦି ପ୍ରକୃତରେ ସାମଗ୍ରିକ ଅଭିବୃଦ୍ଧି ଘଟୁଛି ତେବେ ତାହାର ପ୍ରତିଫଳନ ଦରଦାମ୍‌ ନିୟନ୍ତ୍ରଣକୁ ସୂଚିତ କରନ୍ତା। ଦେଖିଲା ବେଳକୁ ଏବେ ଦେଶରେ ଖାଦ୍ୟସାମଗ୍ରୀଠାରୁ ଆରମ୍ଭ କରି ସମସ୍ତ ଦ୍ରବ୍ୟର ଦାମ୍‌ ଆକାଶଛୁଆଁ ହୋଇଛି। କେବଳ ଗରିବ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ନୁହେଁ ମଧ୍ୟବିତ୍ତ ବର୍ଗର ଲୋକ ଦରବୃଦ୍ଧି ଚକ୍ରରେ ପଡ଼ି ଘାଣ୍ଟି ହେଉଛି।
କୂଟନୈତିକ ଦୃଷ୍ଟିକୋଣରୁ ବ୍ରିକ୍ସ ଭଳି ଶିଖର ସମ୍ମିଳନୀ ଆୟୋଜନ କରୁଥିବା ଭାରତ ଆଭ୍ୟନ୍ତରୀଣ ଆର୍ଥିକ ଦୁଃସ୍ଥିତିକୁ ଗୁରୁତ୍ୱ ଦେଉ ନ ଥିବାରୁ ଲୋକଙ୍କ ଦୁଃଖ ବଢ଼ିଚାଲିଲାଣି। ଖାଲି ଇଭେଣ୍ଟରେ ସମଗ୍ର ସରକାର ମାତିଛନ୍ତି। ଏବେ ପକେଟଭର୍ତ୍ତି ଟଙ୍କା ଧରି ବଜାର ଗଲେ ମଧ୍ୟ ଗୋଟେ ବ୍ୟାଗ୍‌ ପୂରିଲା ଭଳି ଖାଦ୍ୟ ପଦାର୍ଥ ଆଣି ହେଉ ନାହିଁ। ଚିନି, ପିଆଜ, ଅଦା, ରସୁଣରେ ସାଧାରଣ ଗ୍ରାହକ ହାତ ମାରିପାରୁ ନାହାନ୍ତି। ଅଳ୍ପ ଟଙ୍କା ଖର୍ଚ୍ଚ କରି ଅଣ୍ଡା ଭଳି ପ୍ରୋଟିନ୍‌ ପାଇପାରୁଥିବା ଉପଭୋକ୍ତାଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ିଲାଣି। ଏହାର ଭିତିରି ଦିଗକୁ ଗଲେ ବିଭିନ୍ନ କଥା ଶୁଣିବାକୁ ମିଳୁଛି। କୁକୁଡ଼ାଙ୍କ ଖାଦ୍ୟ ଭାବେ ମକାକୁ ବ୍ୟବହାର କରାଯାଇଥାଏ। ଉତ୍ପାଦିତ ହେଉଥିବା ମକା ଇଥାନଲ ଭଳି ଜୈବ ଇନ୍ଧନ ତିଆରି ପାଇଁ ପ୍ରଚୁର ପରିମାଣରେ ସେହି କମ୍ପାନୀଗୁଡ଼ିକୁ ଯୋଗାଇ ଦିଆଯାଉଥିବାରୁ କୁକୁଡ଼ା ଖାଦ୍ୟ ଦର ବଢ଼ିଯାଉଛି। କୁକୁଡ଼ା ଖାଦ୍ୟ ପାଇଁ ଅଧିକ ବ୍ୟୟ କରୁଥିବା କୁକୁଡ଼ା ଚାଷୀ ବାଧ୍ୟରେ ଅଣ୍ଡା ଦର ବଢ଼ାଇ ଦେଉଛି। ଏବେ ଭାବିବା କଥା ଭାରତ ଜନସଂଖ୍ୟାର କେତେ ପ୍ରତିଶତ ପେଟ୍ରୋଲଚାଳିତ ଗାଡ଼ି ବ୍ୟବହାର କରାଯାଉଛି ଏବଂ କେତେ ପରିମାଣର ଇଥାନଲ ସେହି ପେଟ୍ରୋଲରେ ମିଶାଯାଉଛି। ଅନ୍ୟପଟେ ଦେଶ ଜନସଂଖ୍ୟାର କେତେ ପ୍ରତିଶତ ପ୍ରୋଟିନ୍‌ ପାଇଁ ଅଣ୍ଡା ଖାଉଛନ୍ତି। ଅନୁରୂପ ଭାବେ ଆଖୁରୁ ଚିନି ତିଆରି ହୁଏ। ଏବେ ସେହି ଆଖୁକୁ ଲାଭଦାୟକ ଇଥାନଲ ପାଇଁ ବ୍ୟବହାର କରାଯାଉଛି। ବ୍ୟବସାୟୀଙ୍କୁ ସୁବିଧା ଯୋଗାଇବାକୁ ଯାଇ ଚିନି ଦର ବୃଦ୍ଧି କରିଦେବା ଫଳରେ ସାଧାରଣ ଗ୍ରାହକ ମରିଯାଉଛି।
ଉପରେ ଦିଆଯାଇଥିବା ତୁଳନାକୁ ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ବିବେଚନା କରାଯିବା ଦରକାର। ଦେଶର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ସରକାରଙ୍କ ପ୍ରଶଂସା ଓ ପରିସଂଖ୍ୟାନ ଭିତରେ ରଖିଲେ ହେବ ନାହିଁ। ବାସ୍ତବ ଜୀବନରେ ଲୋକଙ୍କ ଉନ୍ନତି କିଭଳି ହେଉଛି ଚିନ୍ତା କରିବା ପ୍ରକୃତ ଅର୍ଥନୈତିକ ଅଭିବୃଦ୍ଧି। ଆଜିର ସରକାର ସେସବୁ ବିଷୟରେ ସଜାଗ ହେବା ପାଇଁ ଇଚ୍ଛୁକ ନୁହନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?