Posted inଅପରାଧ

୩୦ ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପ୍‌ ସେଲ୍‌ସମ୍ୟାନଙ୍କୁ ଗୁଳି

ନୋଏଡା, ୧।୭- ୧୦୦ ଟଙ୍କାର ପେଟ୍ରୋଲ ପକାଇ ୭୦ ଟଙ୍କା ଦେଲେ। ବାକି ୩୦ ଟଙ୍କା ମାଗିବାରୁ ରାଗିଯାଇ ପେଟ୍ରୋଲ ପମ୍ପ ସେଲ୍‌ସମ୍ୟାନଙ୍କୁ ଗୁଳି ମାରିଦେଲେ ଦୁବୃର୍ତ୍ତ। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶ ନୋଏଡା ଏକ୍ସପ୍ରେସ ଓ୍ବେ ଥାନା ଅଞ୍ଚଳରେ ଘଟିଯାଇଛି। ବୁଧବାର ସେକ୍ଟର-୧୩୩ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ଦୁଇଜଣ ଯୁବକ ଗୋଟିଏ ବାଇକରେ ଆସି ୧୦୦ ଟଙ୍କାର ତେଲ ପକାଇଥିଲେ। ଏହାପରେ ଯୁବକ ଦୁଇଜଣ ପଙ୍କଜ ନାମକ ସେଲ୍‌ସମ୍ୟାନଙ୍କୁ ୭୦ ଟଙ୍କା ଦେଇଥିଲେ। ପଙ୍କଜ ବାକି ୩୦ ଟଙ୍କା ଯୁବକଙ୍କୁ ମାଗିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ବାଇକରେ ବସିଥିବା ଯୁବକ ରାଗିଯାଇ ସେଲ୍‌ସମ୍ୟାନଙ୍କୁ ଗୁଳି ମାରି ଫେରାର ହୋଇଯାଇଥିଲେ। ଏହାପରେ ପେଟ୍ରୋଲ ପମ୍ପରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀ ପଙ୍କଜଙ୍କୁ ହସ୍ପିଟାଲ ନେଇଥିଲେ। ଅପରପକ୍ଷରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ଭୁବନେଶ୍ୱର ବିମାନବନ୍ଦରରୁ କେଜିଏ ସୁନା ଜବତ, ମଳଦ୍ୱାରରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର,୧୭।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଷ୍ଟମ ବିଭାଗ ଚଢ଼ାଉ କରି ଜଣେ ଯାତ୍ରୀଙ୍କଠାରୁ ୧ କେଜି ସୁନା ଜବତ କରିଛି।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣା: ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣାରେ ଶନିବାର ପୋଲିସ ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ...

ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri