ବାହାର ଦେଶକୁ କରୁଥିଲେ ବଜ୍ରକାପ୍ତା ଚୋରାଚାଲାଣ: ବନ୍ଧା ହେଲେ ପ୍ରଧାନଶିକ୍ଷକ

ଖୁଣ୍ଟୁଣୀ,୧ା୭(ଡି.ଏନ୍‌.ଏ)-ଆଠଗଡ଼ ବନଖଣ୍ଡରେ ବଜ୍ରକାପ୍ତା ଚୋରାଚାଲାଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଗିରଫ କରାଯାଇ ବୁଧବାର କୋର୍ଟଚାଲାଣ କରାଯାଇଛି। ସେ ହେଲେ ବଡ଼ମ୍ବା ଥାନା ଗୋପପୁରର ଶ୍ୟାମସୁନ୍ଦର ବେହେରା। ସେ ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ୟୁପି ସ୍କୁଲରେ ପ୍ରଧାନଶିକ୍ଷକ ଥିଲେ। ଏ ନେଇ ବନାଞ୍ଚଳ ଅଧିକାରୀ ପକ୍ଷରୁ ୧୦କେ, ୨ବିସି୧୦/୨୦ରେ ଏକ ମାମଲା ରୁଜୁ ହୋଇଛି। ପ୍ରାୟ ସମୟରେ ଅଭିଯୁକ୍ତ ଶ୍ୟାମସୁନ୍ଦର ଶିକାରୀମାନଙ୍କୁ ହାତ କରି ବଜ୍ରକାପ୍ତା ବାହାର ଦେଶକୁ ଚାଲାଣ କରୁଥିଲେ। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଜେରାବେଳେ ଏହି କଥା ଜଣାପଡ଼ିଥିଲା ବୋଲି ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣୀ ଚରଣ ବେହେରା କହିଛନ୍ତି। ଏଥିପାଇଁ ବନାଞ୍ଚଳ ଅଧିକାରୀ ଜାଲ ବିଛାଇଥିବାବେଳେ ଗିରଫ ଭୟରେ ଶ୍ୟାମସୁନ୍ଦର ବାରମ୍ବାର ମୋବାଇଲ ସିମ୍‌ ଓ ସ୍ଥାନ ପରିବର୍ତ୍ତନ କରୁଥିଲେ। ପରେ ବନାଞ୍ଚଳ ଟିମ ମୋବାଇଲକୁ ଟ୍ରାକ କରିବାରୁ ସେ ଢେଙ୍କାନାଳ ଟାଉନ ଗାନ୍ଧୀ ମନ୍ଦିର ରୋଡର ଏକ ଭଡ଼ା ଘରେ ଥିବା ଜାଣିବା ପରେ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କୁ କହିଥିଲେ। ପରେ ତାଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ରାତିରେ ଉକ୍ତ ଭଡ଼ା ଘରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି କ୍ୟାବିନେଟ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନ ୫ଟା ୪୫ ମିନିଟ୍‌ ସମୟରେ ମନ୍ତ୍ରୀ ପରିଷଦ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ।...

ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ସାରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): ଜ୍ଞାନର ପରିସୀମା ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ ଛାତ୍ରୀଛାତ୍ରଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହା ଆମ ସମସ୍ତଙ୍କ ପାଇଁ...

ଜଳଲାଗି କଲେ ୫ଶହରୁ ଊର୍ଦ୍ଧ୍ୱ ଗୋପାଳ

ଆରଡ଼ି,୧୯।୪(ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ବୈଶାଖ ମାସର ପ୍ରଥମ ସୋମବାର ୫ଶହରୁ ଊର୍ଦ୍ଧ୍ୱ ଗୋପାଳ ଜଳଲାଗି କରିଛନ୍ତି। ଭୋର ୫ଟାରେ ମନ୍ଦିରରେ ପହଡ଼...

ଥାନା ହାଜତରେ ଛେଳି

ପୁରୁଣା ଭୁବନେଶ୍ୱର,୨୨ା୬ (ଡି.ଏନ.ଏ.): ଥାନା ହାଜତରେ ଅପରାଧୀଙ୍କୁ ଅଟକ ରଖିବାକୁ କମିଶନରେଟ୍‌ ପୋଲିସ ପଛାଉଥିବା ବେଳେ ଧଉଳି ଥାନାରେ ଛେଳିକୁ ହାଜତ ଭିତରେ ରଖିବା ଫଟୋ...

ପ୍ରଜାକୋର୍ଟରେ ୧ ଲକ୍ଷ ଜରିମାନା

ସଜନାଗଡ଼,୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ତେଲିପାଳ ପଞ୍ଚାୟତ ପୁଟିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରିଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରାଯିବା ସହ...

ରାଜ୍ୟରୁ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୬,୧୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ...

‘ଜନତା କର୍ଫ୍ୟୁ’ରେ ଶୂନଶାନ୍‌ ବରଗଡ଼

ବରଗଡ଼ ଅଫିସ,୨୨।୩- କରୋନା ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା ଜନତା କର୍ଫ୍ୟୁ ବରଗଡ଼ରେ ଅନୁଭୂତ ହୋଇଛି।...

ହାଇକୋର୍ଟ ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ପ୍ରସଙ୍ଗ: ୧ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ

କଟକ ଅଫିସ,୨୨ା୧୦: ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ରହିଥିବା ସମସ୍ୟାର ସମାଧାନ ନେଇ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ...

Advertisement
Archives

Model This Week