Posted inଜାତୀୟ

୨,୦୦୦ ବର୍ଷ ପୂର୍ବରୁ ସୁନ୍ଦରବନରେ ଥିଲା ଜନବସତି

କୋଲ୍‌କାତା, ୨୮ା୧୧: ବିଶ୍ୱର ସର୍ବବୃହତ୍‌ ହେନ୍ତାଳ ବନ ତଥା ରୟାଲ ବେଙ୍ଗଲ ଟାଇଗରଙ୍କ ବାସସ୍ଥଳୀ ଭାବେ ପରିଚିତ ସୁନ୍ଦରବନର ଇତିହାସକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଦୀର୍ଘଦିନ ଧରି ପ୍ରଚଳିତ ଥିବା ଔପନିବେଶିକ ଧାରଣାକୁ ଭୁଲ୍‌ ପ୍ରମାଣିତ କରି ଏକ ନୂତନ ବୈଜ୍ଞାନିକ ଗବେଷଣା ଦାବି କରିଛି ଯେ ସୁନ୍ଦରବନ ଦ୍ୱୀପପୁଞ୍ଜରେ ଅତିକମ୍‌ରେ ୨,୦୦୦ ବର୍ଷ ପୂର୍ବରୁ ମାନବ ବସତି ରହିଥିଲା।
ସ୍କଟ୍‌ଲାଣ୍ଡର ସେଣ୍ଟ ଆଣ୍ଡ୍ର୍ୟୁଜ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱବିତ୍‌ ତଥା ମୁଖ୍ୟ ଗବେଷକ ଆୟୁଷ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଏହି ଅଧ୍ୟୟନ କରାଯାଇଛି। ପୂର୍ବରୁ ବିଶ୍ୱାସ କରାଯାଉଥିଲା ଯେ ସୁନ୍ଦରବନ ସର୍ବଦା ଏକ ଘଞ୍ଚ ଜଙ୍ଗଲ ହୋଇ ରହିଥିଲା ଏବଂ କେବଳ ବ୍ରିଟିଶ୍‌ ଶାସନ ସମୟରେ ହିଁ ଏଠାରେ ଲୋକଙ୍କୁ ଆଣି ବସତି ସ୍ଥାପନ କରାଯାଇଥିଲା। ତେବେ ଗବେଷକମାନେ ଏହି ଧାରଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।
ଏହି ଗବେଷଣାରେ ସୁନ୍ଦରବନର ଦୁଇଟି ଦ୍ୱୀପ ରାକ୍ଷସଖାଲି ଏବଂ ସୁରେନ୍ଦ୍ରଗଞ୍ଜର ବିଭିନ୍ନ ସ୍ଥାନରୁ ସଂଗୃହୀତ ବାଲି କଣିକାଗୁଡ଼ିକର ବୟସ ନିରୂପଣ କରିବା ପାଇଁ ଅତ୍ୟାଧୁନିକ ‘ଅପ୍ଟିକାଲି ଷ୍ଟିମୁଲେଟେଡ୍‌ ଲୁମିନେସେନ୍ସ’ (ଓଏସ୍‌ଏଲ୍‌) ପଦ୍ଧତି ବ୍ୟବହାର କରାଯାଇଥିଲା। ସାଧାରଣ ରେଡିଓ-କାର୍ବନ ଡେଟିଂ କେବଳ ଜୈବିକ ପଦାର୍ଥର ବୟସ ମାପିପାରୁଥିବା ବେଳେ ଓଏସ୍‌ଏଲ୍‌ ପଦ୍ଧତି ବାଲି କେତେ ପୁରୁଣା ଏବଂ କେବେ ଜମା ହୋଇଥିଲା ତାହା ଠିକ୍‌ ଭାବେ ଭାବେ ନିରୂପିତ କରିଥାଏ।
ଉକ୍ତ ପରୀକ୍ଷଣରୁ ଜଣାପଡ଼ିଛି ଯେ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ କିମ୍ବା ତା’ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ମଣିଷ ବସବାସ କରୁଥିଲେ।
ଗବେଷକ ଶ୍ରୀବାସ୍ତବଙ୍କ ସୂଚନା ଅନୁଯାୟୀ, ରାକ୍ଷସଖାଲି ଏବଂ ସୁରେନ୍ଦ୍ରଗଞ୍ଜ ଅଞ୍ଚଳରେ କୌଣସି ବିଚ୍ଛିନ୍ନ ବସତି ନ ଥିଲା, ବରଂ ଏହା ଏକ ବିଶାଳ ଓ ପରସ୍ପର ସହ ଜଡ଼ିତ ଜନବସତିର ଅଂଶବିଶେଷ ଥିଲା। ପରବର୍ତ୍ତୀ ସମୟରେ ନଦୀର ଗତିପଥ ପରିବର୍ତ୍ତନ ଏବଂ ସାମୁଦ୍ରିକ ଜୁଆର ପ୍ରକ୍ରିୟା ଯୋଗୁ ଏହି ବିଶାଳ ଅଞ୍ଚଳଟି ଛୋଟ ଛୋଟ ଦ୍ୱୀପରେ ବିଭକ୍ତ ହୋଇଯାଇଥିଲା।
ସୂଚନାଯୋଗ୍ୟ, ସ୍ଥାନୀୟ ବାସିନ୍ଦା ବିଭିନ୍ନ ସମୟରେ ପୋଖରୀ ଖୋଳିବା କିମ୍ବା ଚାଷ ଜମିରୁ ପ୍ରାଚୀନ ଟେରାକୋଟା ମୂର୍ତ୍ତି, ପଥର ମୂର୍ତ୍ତି ଏବଂ ମାଟିପାତ୍ରର ଭଗ୍ନାବଶେଷ ପାଇଛନ୍ତି। ମଣିପାଲ ଏକାଡେମୀ ଅଫ୍‌ ହାୟର ଏଜୁକେଶନର ଗବେଷିକାଙ୍କ ମତରେ, ଓଏସ୍‌ଏଲ୍‌ ତଥ୍ୟ ଦର୍ଶାଉଛି ଯେ ଚତୁର୍ଥ କିମ୍ବା ପଞ୍ଚମ ଶତାବ୍ଦୀରୁ ଆରମ୍ଭକରି ପ୍ରାରମ୍ଭିକ ମଧ୍ୟଯୁଗ ପର୍ଯ୍ୟନ୍ତ ଏଠାରେ ନିରନ୍ତର ଜନବସତି ରହିଥିଲା। ଏହି ଆବିଷ୍କାର ବଙ୍ଗଳା ତ୍ରିକୋଣଭୂମିର ପ୍ରାଚୀନ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାଦାନକୁ ପ୍ରଭାବିତ କରୁଛି ଅସଜଡ଼ା ଭିତ୍ତିଭୂମି: ବାତ୍ୟା ଆଶ୍ରୟସ୍ଥଳରେ ପଢ଼ୁଛନ୍ତି ପିଲା

ବାରିପଦା,୨୮ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିକ୍ଷାର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ୍‌, ଡିଜିଟାଲ ଶିକ୍ଷା ଓ ଆଧୁନିକ…

ନ୍ୟୁଜିଲାଣ୍ଡ ମାଟିରେ ଇତିହାସ ରଚିଲେ ଆକାଶଦୀପ: ଭାରତୀୟ ଦ୍ରୁତ ବୋଲରଙ୍କ ତାଲିକାରେ ହେଲେ ସାମିଲ

କ୍ରାଇଷ୍ଟଚର୍ଚ୍ଚ: କ୍ରାଇଷ୍ଟଚର୍ଚ୍ଚର ହାଗଲି ଓଭାଲ ଷ୍ଟାଡିୟମରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୩୫୬ ରନରେ ଶେଷ ହୋଇଛି। ଘରୋଇ ଦଳ ପକ୍ଷରୁ ଟମ ବ୍ଲଣ୍ଡେଲ…

ଡିସେମ୍ବର ୧ରୁ ବଦଳିବାକୁ ଯାଉଛି ଟଙ୍କା ପଇସା ସହ ଜଡ଼ିତ ଏହି ବଡ଼ ନିୟମ, ଆପଣଙ୍କ ପକେଟ୍ ଉପରେ ପଡ଼ିବ ସିଧାସଳଖ ପ୍ରଭାବ!

ନୂଆଦିଲ୍ଲୀ, ୨୭।୧୧: ନୂଆ ମାସ ଅର୍ଥାତ୍ ୧ ଡିସେମ୍ବର ୨୦୨୬ ନିଜ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ନେଇ ଆସୁଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ…

ଅଧିନାୟକ ପଦ ନ ମିଳିବାରୁ MIର ବଡ଼ ଅଫର୍‌ ପ୍ରତ୍ୟାଖ୍ୟାନ କଲେ ବୁମ୍‌ରାହ? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦୨୭ ପୂର୍ବରୁ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିବାର ବିଧିବଦ୍ଧ…

IPL ଇତିହାସରେ ଅଧିନାୟକ ଭାବେ ସର୍ୱାଧିକ ରନ କରିଥିବା ୫ ଖେଳାଳି: ଶୀର୍ଷରେ କୋହଲି, ଟପ-୩ରେ ରୋହିତ, ତାଲିକାରେ ଧୋନୀ…

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ IPL ୨୦୨୭ ପୂର୍ୱରୁ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତିନି ବର୍ଷ ପରେ ଅଧିନାୟକ ପଦକୁ…

ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ TVK ବିଧାୟକ

ଚେନ୍ନାଇ,୨୭।୧୧: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK)ର କାଲ୍ଲାକୁରିଚି ବିଧାୟକ ସି. ଅରୁଲ ଭିଗ୍ନେଶଙ୍କୁ ଶୁକ୍ରବାର ସଂଧ୍ୟାରେ…

ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଖେଳିବେ ଶ୍ରେୟସ ଆୟର; ଏହି ଟୁର୍ନାମେଣ୍ଟରେ ଏକାଠି ମଇଦାନକୁ…

ନୂଆଦିଲ୍ଲୀ,୨୭।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬ର ସୁପର ଲିଗ୍ ଷ୍ଟେଜ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଦଳକୁ ବଡ଼ ବଳ ମିଳିଛି। ଭାରତୀୟ ଟି-୨୦ ଦଳର…

ରୋହିତ MI ଅଧିନାୟକ ହେବା ପରେ ସୂର୍ଯ୍ୟକୁମାର ଦେଲେ ଏମିତି ଇସାରା, ପୋଷ୍ଟ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୭।୧୧: ମୁମ୍ୱାଇ ଇଣ୍ଡିଆନ୍ସ ଆଇପିଏଲ (IPL) ୨୦୨୭ ପୂର୍ୱରୁ ବଡ଼ ନିଷ୍ପତ୍ତି ନେଇ ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ନେତୃତ୍ୱ ପ୍ରଦାନ କରିଛି। ପାଞ୍ଚ ଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?