ଭୁବନେଶ୍ୱର-ଦାରିଙ୍ଗବାଡ଼ି ବସ୍‌ ଦୁର୍ଘଟଣାଗ୍ରସ୍ତ

ଭଞ୍ଜନଗର,୨୯ା୯(ଡି.ଏନ୍‌.ଏ.): ଭୁବନେଶ୍ୱର ଭଞ୍ଜନଗର ଦେଇ ଦାରିଙ୍ଗିବାଡ଼ି ଅଭିମୁଖେ ଯାଉଥିବା ସାରଳା ବସ୍‌ ବୁଧବାର ବିଳମ୍ବିତ ରାତିରେ ନିକଟସ୍ଥ ଜାମପଲ୍ଲୀ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା ପ୍ରାୟ ୧୫ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେଥିମଧ୍ୟରେ ଥିବା ୩ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।  ଯେଉଁଠି ଦୁର୍ଘଟଣା ହେଲା ସେଠି ୧୧ କେଭି ଏବଂ ୩୩ କେଭି ଲାଇନ୍‌ ଯାଇଥିଲା। ୧୧ କେଭି ଲାଇନ ତଳେ ଯାଇଥିବା ବେଳେ ତାହା କେବୁଲ ହୋଇଥିବାରୁ ଯାତ୍ରୀମାନେ ରକ୍ଷା ପାଇଯାଇଥିଲେ। ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିଲେ ମଧ୍ୟ ଅସୁବିଧା ହୋଇଥାନ୍ତା।

ବସ୍‌ଟି ଭୁବନେଶ୍ୱରରୁ ଦାରିଙ୍ଗିବାଡ଼ି ଯାଉଥିଲା। ଭଞ୍ଜନଗର ବସ୍‌ଷ୍ଟାଣ୍ଡଠାରୁ ମାତ୍ର ୧ କିମି ଦୂରରେ ଥିବା ଜାମପଲ୍ଲୀ ଛକରେ ଚାଳକଙ୍କ ଆଖି ପଡ଼ିଯିବା ଯୋଗୁ ଏକ ପାଚେରିକୁ ଧକ୍କା ଦେଇଥିଲା। ଏହାପରେ ଭୟରେ ବସ୍‌ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ୧୦ ମିନିଟ୍‌ ପରେ ଯାତ୍ରୀମାନେ ଗାଡିରୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ଏହା ପରେ ଅଟୋରେ ବସ୍‌ଷ୍ଟାଣ୍ଡ ଯାଇ ସେଠାରୁ ଅନ୍ୟ ବସ୍‌ରେ ନିଜ ଗ୍ରାମ ଅଭିମୁଖେ ଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନତୀକରଣ କାର୍ଯ୍ୟ ଆରମ୍ଭରୁ ଲୁଟ୍‌

ଦଶରଥପୁର,୨୨ା୧୨(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ କରାଯାଉଛି। ଏଥିପାଇଁ ସରକାର ୮ କୋଟି ୪୭ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି।...

ଜୁଆ ଖେଳି ୩ ଗିରଫ

କୁଳିଅଣା,୨୩ା୧(ଡି.ଏନ.ଏ): ମୟୂରଭଞ୍ଜ ଜିଲା କୁଳିଅଣା ଥାନା ପୋଲିସ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଠଶୀର୍ଷ...

ଖଣ୍ଡଗିରି ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣା: ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ କମିଶନର

ଭୁବନେଶ୍ୱର,୨୪।୧୨: ଖଣ୍ଡଗିରି ଥାନା ଅଧୀନ ବାହାଦଲପୁର ଅନିଲ ଜେନା ହତ୍ୟା ଘଟଣାରେ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ...

ଶ୍ୱାସନଳୀରେ ଅଟକି ଗଲା ବଟିକା, ଆଉ ତା ପରେ…

କେନ୍ଦୁଝର, ୧୦।୩ (ଡି.ଏନ.ଏ.)- ଫାଇଲେରିଆ ବଟିକା ଖାଇ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମାଲଦା ଗାଁ ଅନ୍ଧାରିଖମନ ସାହିର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି।...

ବିଜୟ କୁମାର ନାଲ୍‌କୋ ପ୍ରଡକ୍ସନ ନିର୍ଦ୍ଦେଶକ

ବଅଁରପାଳ, ୨୯ା୭(ଡି.ଏନ.ଏ.)- ନାଲ୍‌କୋର ନୂତନ ପ୍ରଡକ୍ସନ ନିର୍ଦ୍ଦେଶକ ଭାବେ ବିଜୟ କୁମାର ଦାସଙ୍କୁ ବୁଧବାର ମନୋନୀତ କରାଯାଇଛି। ବର୍ତ୍ତମାନ ସେ ନାଲ୍‌କୋ କର୍ପୋରେଟରେ ନିର୍ବାହୀ ନିର୍ଦ୍ଦେଶକ...

ଯାଞ୍ଚ ଅଭାବରୁ ୧.୦୩ କୋଟି ହଡ଼ପ

ଯାଜପୁର ଅଫିସ,୧୬।୧୧: ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୨୦୧୭-୧୮ ଆର୍ଥିକ ବର୍ଷରେ ୧ କୋଟି ୩ ଲକ୍ଷ ୩୯ ହଜାର ୬୮୮ ଟଙ୍କା...

ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

ଆସିକା,୧।୮(ଡି.ଏନ୍‌.ଏ): ଆସିକା-ବାଲିପଦର ମୁଖ୍ୟରାସ୍ତାର ଭେଟନୟୀ ପଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ସମୟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମହିଳା ଏଜେଣ୍ଟଙ୍କୁ ଦୁର୍ବୃତ୍ତ ବନ୍ଧୁକ ଦେଖାଇ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ସଞ୍ଜୟଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଇକିଆ୧୫।୬(ଡି.ଏନ୍‌.ଏ.): ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ସଞ୍ଜୟ ପ୍ରଧାନଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ରୀନଗରରୁ ଭୁବନେଶ୍ୱର ପରେ ନିଜ ଜନ୍ମ ମାଟି ରାଇକିଆ ବ୍ଲକର ବାଘରମା...

Advertisement
Archives

Model This Week